ETV Bharat / state

ହାଣ୍ଡିଭଙ୍ଗାରେ ଜଙ୍ଗଲୀ ଦନ୍ତାର ତାଣ୍ଡବଲୀଳା

author img

By

Published : Dec 20, 2019, 12:54 PM IST

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତରେ ଥିବା ହାଣ୍ଡିଭଙ୍ଗା ଗାଁରେ ଜଙ୍ଗଲୀ ଦନ୍ତାହାତୀ ଆତଙ୍କ ଦେଖିବାକୁ ମିଳିଛି।

_elephant
ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲାର ଯୋଡା ବ୍ଲକ ଅଧିନସ୍ଥ ବଡକାଳିମାଟି ପଞ୍ଚାୟତର ହାଣ୍ଡିଭଙ୍ଗା ଗାଁରେ ଜଙ୍ଗଲୀ ଦନ୍ତାହାତୀର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ଶୁକ୍ରବାର ଭୋର୍ ସମୟ ପ୍ରାୟ 5ଟାରେ ଏକ ଜଙ୍ଗଲୀ ଗୋଠ ଛଡା ଦନ୍ତାହାତୀ ଦୁବୁନାର ଓଏମସି ଖଣି ପଟୁ ଆସି ହାଣ୍ଡିଭଙ୍ଗା ଗାଁରେ ପଶିଥିଲା। ଏହାପରେ ଗାଁର ନଟ ବାରିକଙ୍କ ଢ଼ିଙ୍କି ଥିବା ଘରେ ପଶି ଦୁଇ ବୋରା ଧାନ ଖାଇବା ସହ ତାଙ୍କ ବଗିଚାରେ ଥିବା ଆଖୁ ଓ ପାଳଙ୍ଗ ଶାଗକୁ ମାଡି ଦଳିଦେଇଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ଏହା ପରେ ହାତୀ ସିଧା ଗାଁ ପାଖରେ ଥିବା ସିଲିଯୋଡାର ରୁଙ୍ଗଟା ଖଣି ଦେଇ ଗୁରୁଡା ପଟେ ଯାଇଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅତ୍ୟଧିକ ମାତ୍ରାରେ ଖଣି କମ୍ପାନୀ ହାତୀ ରହୁଥିବା ଜଙ୍ଗଲକୁ କାଟି ସଫା କରିଦେବା ଓ ଖଣି ଖନନ ହେବା ଯୋଗୁଁ ବିଭିନ୍ନ ବନ୍ୟଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି। ଯାହାଫଳରେ ଜନସାଧାରଣ ଆତଙ୍କିତ ହୋଇପଡୁଛନ୍ତି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ହାଣ୍ଡିଭଙ୍ଗାରେ ଜଙ୍ଗଲି ଦନ୍ତା ହାତୀ ର ତାଣ୍ଡବଲୀଳା ।Body:ଆଙ୍କର-କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତ ରେ ଥିବା ହାଣ୍ଡି ଭଙ୍ଗା ଗାଁ ରେ ହାତୀ ଆତଙ୍କ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଆଜି ଭୋର୍ ପ୍ରାୟ ପାଞ୍ଚ ଟା ସମୟରେ ଏକ ଜଙ୍ଗଲି ଗୋଠଛଡା ଦନ୍ତା ହାତୀ ଦୁବୁନା ର ଓଏମସି ଖଣି ପଟୁ ଆସି ହାଣ୍ଡି ଭଙ୍ଗା ଗାଁ ର ନଟ ବାରିକଙ୍କ ଢ଼ିଙ୍କି ଥିବା ଖୋଲା ଘରେ ପଶି ଦୁଇ ବୋରା ଧାନ ଖାଇବା ସହ ତାଙ୍କ ବଗିଚାରେ ଥିବା ଆଖୁ ଓ ପାଳଙ୍ଗ ଶାଗ କୁ ମାଡି ଦଳୀ ଦେଇଥିବା ର ଦେଖିବାକୁ ମିଳିଛି । ପରେ ହାତୀ ଟି ସିଧା ଗାଁ ପାଖରେ ଥିବା ସିଲିଯୋଡା ର ରୁଙ୍ଗଟା ଖଣି ଦେଇ ଗୁରୁଡା ପଟେ ଯାଇଥିବା ର ଦେଖିବାକୁ ମିଳିଛି । ଲୋକଙ୍କ କହିବା କଥା ଅତ୍ୟଧିକ ମାତ୍ରାରେ ଖଣି କମ୍ପାନୀ ମାନେ ହାତୀ ରହୁଥିବା ଜଙ୍ଗଲ କୁ କାଟି ସଫା କରିଦେବା ଓ ଖଣି ଖନନ ଯୋଗୁଁ ହାତୀ ଠାରୁ ଆରମ୍ଭ କରି ସମସ୍ତ ବନ୍ୟ ଜନ୍ତୁ ଏବେ ଘର ମୁହାଁ ହେଉଛନ୍ତି । ଆଜିର ଏ ହାତୀ ଆତଙ୍କ ପାଇଁ ରାତିରେ କିପରି ଶୋଇବେ ଭୟରେ ଆତଙ୍କିତ ହୋଇପଡିଛନ୍ତି ଜନ ସାଧାରଣ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.