ETV Bharat / state

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ଶୋଭାଯାତ୍ରା

author img

By

Published : Jul 9, 2021, 4:59 PM IST

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମାତ୍ରାଧିକ ଦର ବୃଦ୍ଧି ହେଉଛି । ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି । ଏନେଇ କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ଶୋଭାଯାତ୍ରା
ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ଶୋଭାଯାତ୍ରା

କେନ୍ଦୁଝର: ଦିନକୁ ଦିନ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମାତ୍ରାଧିକ ଦର ବୃଦ୍ଧି ହେଉଛି । ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି । କଂଗ୍ରେସ ଏହାର ପ୍ରତିବାଦ କରିବା ସହ ଧାନର ସହାୟକ ମୂଲ୍ୟ ବୃଦ୍ଧି ସାଙ୍ଗକୁ ମଣ୍ଡିରୁ ତୁରନ୍ତ ଚାଷୀଙ୍କ ଧାନ ଉଠାଇବାକୁ ଦାବି କରିଛି । ଏନେଇ କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଆଜି(ଶୁକ୍ରବାର) ଛାତ୍ର କଂଗ୍ରେସ ସଭାପତି ସୁନେସ ଧୀରଙ୍କ ସଭାପତିତ୍ବରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ କଂଗ୍ରେସ ଭବନରୁ ବାହାରି ସହର ପରିଭ୍ରମଣ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ କେନ୍ଦ୍ରର ମୋଦି ସରକାର ଉପରେ ବର୍ଷିଥିଲେ କଂଗ୍ରେସର ଅନ୍ୟ ନେତାମାନେ । ଆଗାମୀ ଦିନରେ ବିଭିନ୍ନ ଉପାୟରେ କଂଗ୍ରେସ ତା’ର ବିରୋଧକୁ ଜୋରଦାର କରିବ ବୋଲି ଜିଲ୍ଲା କଂଗ୍ରେସ କହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.