ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଡିସିପିଓ (ଶିଶୁ ମଙ୍ଗଳ ଅଧିକାରୀ) ଙ୍କ ନାମରେ ଘସିପୁରା ଥାନାରେ ଏତଲା ଦିଆଯାଇଛି । କିଛିଦିନ ତଳେ ଡିସିପିଓ ଦେବଙ୍ଗନା ବାରିକ ଘସିପୁରା ସ୍ଥିତ ଅନାଥ ଆଶ୍ରମ ବୁଲି ଆସିଥିଲେ । ଯେଉଁଠାରେ ସେ ସେଠାରେ କାର୍ଯରତ ଥିବା ମହିଳା କର୍ମଚାରୀମାନଙ୍କୁ ଜାତିଗତ ନେଇ ବହୁ କଟୁ ଭାଷା କହିଥିଲେ । ଯାହାଫଳରେ ସେମାନେ ସଂସ୍ଥାର ପରିଚାଳିକାଙ୍କୁ ଜଣାଇବା ପରେ କିଛି ସମାଧାନ ନହେବାରୁ ଘସିପୁରା ଥାନାରେ ଏତଲା ଦିଆଯାଇଛି ।
ତେବେ ଏ ପରିପ୍ରେକ୍ଷୀରେ ସଂସ୍ଥାର ପରିଚାଳିକା ନମିତା ବଳ ସାମ୍ବାଦିକ ସମ୍ମିଳନୀ ଡାକି ଘଟଣାର ତଦନ୍ତ କରାଯିବା ନେଇ ଦାବି କରିଛନ୍ତି । ବହୁ ସମୟରେ ଏମିତି ଅଧିକାରୀ ଆମକୁ ହଇରାଣ କରିଥିବା ବେଳେ ଆମେ ଚୁପ ଥିବା କଥା କହିଛନ୍ତି ସଂସ୍ଥାର ପରିଚାଳିକା । ତେବେ ଏବେ ସମୟ ଆସିଛି ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ମହିଳା କର୍ମଚାରୀଙ୍କୁ ନ୍ୟାୟ ଦେବା ନେଇ ସେ କହିଛନ୍ତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ