ETV Bharat / state

ଦୁର୍ଦ୍ଦିନରେ ମାଟି ପାତ୍ର କାରିଗର

author img

By

Published : Sep 14, 2019, 10:44 PM IST

ମାର୍କେଟରେ ଚାଇନା ମାଲର ଡିମାଣ୍ଡ । କମାଉଛି ମାଟି ପାତ୍ରର ଆଦର । ଆଉ ଅନ୍ୟପଟେ କଞ୍ଚା ମାଲର ଅଭାବ ଓ ବଜାର ସମସ୍ୟା ଯୋଗୁଁ କୂଳ ବେଉସାକୁ ମୁଁହମୋଡୁଛନ୍ତି କୁମ୍ଭାର ।

ଦୁର୍ଦ୍ଦିନରେ ମାଟି ପାତ୍ର କାରିଗର

କେନ୍ଦୁଝର: ଦେଖନ୍ତୁ ମାଟି କାରିଗରିର ଏ ଦୃଶ୍ୟ । ଭଳିକି ଭଳି ମାଟି ପାତ୍ର ଏବଂ ସାମଗ୍ରୀ ତିଆରି କରୁଛି କୁମ୍ଭାର । ହେଲେ ଏହି ବେଉସା ପାଇଁ ଏବେ ଦୁର୍ଦ୍ଦିନରେ ଏମାନେ ।

ଦୁର୍ଦ୍ଦିନରେ ମାଟି ପାତ୍ର କାରିଗର

ମାର୍କେଟରେ ଚାଇନା ମାଲର ଡିମାଣ୍ଡ । କମଉଛି ମାଟି ପାତ୍ରର ଆଦର । ଆଉ ଅନ୍ୟପଟେ କଞ୍ଚା ମାଲର ଅଭାବ ଓ ବଜାର ସମସ୍ୟା ଯୋଗୁଁ କୂଳ ବେଉସାକୁ ମୁଁହମୋଡୁଛନ୍ତି କୁମ୍ଭାର । ତେବେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୁରାପାଳ ଗ୍ରାମର ମାଟି କାରିଗରମାନେ କୂଳ ବେଉସାକୁ ବଞ୍ଚାଇ ରଖିଛନ୍ତି । କାରଣ ସେ ବୁଝିଛନ୍ତି ତାର ମହତ୍ତ୍ବ । ଆଉ ନିଜ କୂଳବେଉସାକୁ ଛାଡିଲେ ପରିବାର ଚଳିବ ବା କେମିତି ।

ଦିନଥିଲା ଏହି ଗାଁର ମାଟି ତିଆରି ସାମଗ୍ରୀର ଚାହିଦା ଖଣ୍ଡମଣ୍ଡଳରେ ଥିଲା । ଗ୍ରାମର 100ରୁ ଊର୍ଦ୍ଧ୍ବ ପରିବାର ମାଟିରେ ହାଣ୍ଡି, ମାଠିଆ, ସୁରେଇ, ଫୁଲକୁଣ୍ଡ, ଘଡା, ଦୀପ ଆଦି ବିଭିନ୍ନ ଜିନିଷ ତିଆରି କରୁଥିଲେ । ଯାହା ଆନନ୍ଦପୁର ସମେତ ପଡ଼ୋଶୀ ଜିଲ୍ଲା ଯାଜପୁର ଅଞ୍ଚଳରେ ମଧ୍ୟ ବିକ୍ରି ହେଉଥିଲା। ମାତ୍ର ଚାଇନା ମାଲର ଚାହିଦା ବଢିବା ପରେ ଏବେ ଘାଟାରେ ମାଟି ସାମଗ୍ରୀ । ଗୋଟିଏପଟେ ଜିନିଷର ଉଚିତ ମୂଲ୍ୟ ମିଳିପାରୁ ନଥିବା ବେଳେ ଜାଳେଣିର ସମସ୍ୟା ମଧ୍ୟ ଲାଗିରହିଛି । ଯାହା ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ।

ଏବେ ଗ୍ରାମର ହାତ ଗଣତି ପରିବାରକୁ ଛାଡିଦେଲେ ଅନ୍ୟମାନେ ନିଜର କୁଳ ବେଉସାକୁ ଛାଡି ଦେଲେଣି। ଆଉ ଆଗକୁ ମାଟି କାରିଗରଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ନଦେଲେ ଏହି ପାରମ୍ପାରିକ ଶିଳ୍ପ ଯେ ଲୋପ ପାଇବ ସେଥିରେ ସନ୍ଦେହ ନାହିଁ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:1309EB_mati karigara_pkg_Anandapur

ଆଙ୍କର-ପ୍ଲାଷ୍ଟିକ ଯୁଗରେ ଏବଂ ଚାଇନା ଜିନିଷ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ମାଟି ପାତ୍ର ର ଆଦର କମିବାର ଲାଗିଛି। ବାହାଘର ହେଉ କି ପୂଜାପର୍ବାଣୀ ରେ ମାଟି ପାତ୍ର ଖୋଜାଯାଇଥାଏ । ଏପଟେ କଞ୍ଚା ମାଲର ଅଭାବ ଓ ବେପାର ସମସ୍ୟା ନେଇ ନିଜର କୁଳ ବେଉଷା ମଧ୍ୟ ଛାଡିବାକୁ ବସିଲେଣି। ତଥାପି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୁରାପାଳ ଗ୍ରାମର କୁମ୍ଭାର ମାନେ ନିଜ କୁଳ ବେଉଷାକୁ ବଞ୍ଚାଇ ମାଟି ଜିନିଷ ତିଆରି କରିବାରେ ବେସ୍ତ। ହେଲେ ଆଚାର୍ଯ୍ୟ ର କଥା ମାଟିର ଏ କାରିଗର ଚିରକାଳରୁ ଅବହେଳିତ ହୋଇ ରହିଆସିଛନ୍ତି।

ଭି.ଓ-୧-ଏ ହେଉଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୁରାପାଳ ଗାଁ । ଏହି ଗ୍ରାମର କୁମ୍ଭାର ମାନେ ନିଜର କୁଳ ବେଉଷା ରେ ମାଟି ଜିନିଷ ତିଆରିରେ ଲାଗିପଡିଛନ୍ତି। ଜିନିଷ ଗୁଡିକୁ ତିଆରି କରିବା ପରେ ଶୁଖାଯାଇ ଭାଟିରେ ପୋଡ଼ି ପ୍ରସ୍ତୁତ କରାଯାଇଥାଏ। ଏହାପରେ ନିକଟସ୍ଥ ବଜାର ଓ ବେପାରୀ ମାନଙ୍କୁ ଏହା ବିକ୍ରି କରିଥାନ୍ତି।

ଭି.ଓ-୨-ଦିନଥିଲା ଏହି କେଶଦୁରାପାଳ ଗାଁ ର ମାଟି ତିଆରି ସାମଗ୍ରୀ ର ଚାହିଦା ଖଣ୍ଡମଣ୍ଡଳରେ ଥିଲା । ଗ୍ରାମର ୧୦୦ ରୁ ଉର୍ଦ୍ଧ୍ବ ପରିବାର ମାଟି ରେ ହାଣ୍ଡି,ମାଠିଆ,ସୁରେଇ, ଫୁଲକୁଣ୍ଡ, ଘୋଡ଼ା, ଦୀପ ଆଦି ବିଭିନ୍ନ ଜିନିଷ ତିଆରି କରି ପରିବାର ପୋଷଣ କରୁଥିଲେ । ଆନନ୍ଦପୁର ସମେତ ପଡ଼ୋଶୀ ଜିଲ୍ଲା ଯାଜପୁର ଅଞ୍ଚଳରେ ଏସବୁ ଜିନିଷ ବିକ୍ରି ହେଉଥିଲା। ହେଲେ ଏବେ ପ୍ଲାଷ୍ଟିକ ,ଷ୍ଟିଲ, ଚାଇନା ଆଦି ସାମଗ୍ରୀ ଯୋଗୁଁ ମାଟି ତିଆରି ଜିନିଷର ଚାହିଦା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। କୁମ୍ଭାର ମାନଙ୍କୁ ସେମାନଙ୍କ ଜିନିଷର ଉଚିତ ମୂଲ୍ୟ ମିଳିପାରୁ ନଥିବା ବେଳେ ଜାଳେଣି ର ସମସ୍ୟା ମଧ୍ୟ ଲାଗିରହିଛି। ଆଗକୁ ସରକାରୀ ପ୍ରୋତ୍ସାହନ ନମିଳିଲେ ,କାରିଗର ମାନେ ବାଧ୍ୟ ହୋଇ ନିଜର କୌଳିକ ବୃତି ଛାଡିବେ ବୋଲି କହିଛନ୍ତି। ତେବେ ଏବେ ମାତ୍ର ଗ୍ରାମର କେତେ ହାତ ଗଣତି ପରିବାରକୁ ଛାଡିଦେଲେ ଅନ୍ୟ ମାନେ ନିଜର କୁଳ ବେଉଷାକୁ ଛାଡି ଦେଲେଣି।

ଏଫ୍ ଭି ଓ-ମାଟି କାରିଗର ମାନଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ନଦେଲେ ଏହି ପାରମ୍ପାରିକ ଶିଳ୍ପ ଯେ ଲୋପ ପାଇବ ସେଥିରେ ସନ୍ଦେହ ନାହିଁ। ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ

ବାଇଟି-୧-କୁନ ବେହେରା(ମାଟି କାରିଗର)(ହଳଦିଆ ଗାମୁଛା
ବାଇଟି-୨-ବାବୁ ବେହେରା(ମାଟି କାରିଗର)
(ଖୋଲା ଦେହ)
ବାଇଟି-୩-ଶରତ ବେହେରା(ମାଟି କାରିଗର)(ପଛରୁ ଜଣେ ସ୍ତ୍ରୀ ଲୋକ ଗୋଟେ ହାଣ୍ଡି ନେଇକି ଆସୁଛନ୍ତି)

Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.