ETV Bharat / state

ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିଜେପିର ବିକ୍ଷୋଭ

ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିଜେପିର ବିକ୍ଷୋଭ । ହରିଚନ୍ଦନପୁର ବ୍ଲକ ଲ୍ୟାମ୍ପ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ...

author img

By

Published : Jan 25, 2021, 4:40 PM IST

BJP protest  irregularities in rice procurement in mandi
ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିଜେପିର ବିକ୍ଷୋଭ

କେନ୍ଦୁଝର: ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି । ଯାହାର ପ୍ରତିବାଦରେ ବିଜେପି ଓ ଚାଷୀ ସଂଘ ତରଫରୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଲ୍ୟାମ୍ପ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି । ଚାଷୀଙ୍କୁ ଟୋକନ ଦିଆଯାଇଛି , କିନ୍ତୁ ଚାଷୀ ମଣ୍ତିରେ ଧାନ ବିକ୍ରି କରି ପାରୁନାହାଁନ୍ତି। ଏପରିକି ଧାନ ବିକୁଥିବା ଚାଷୀମାନଙ୍କ ଠାରୁ ବେଆଇନ ଭାବେ କୁଇଣ୍ଟାଲ ପିଛା ୪ କେଜି ଧାନ କଟନୀ ଛଟନୀକୁ ନେଇ ତେଜିଛି ଚାଷୀ ଆନ୍ଦୋଳନ ।

୨ଲକ୍ଷ ୪୦ ହଜାର କୁଇଣ୍ଟାଲ ଧାନ ନେବା ପାଇଁ ସରକାରଙ୍କ ନିକଟରେ ଚାଷୀ ପଞ୍ଜିକରଣ କରିଥିଲେ । ପ୍ରଶାସନ ତରଫରୁ ମାତ୍ର ୮୦୦୦୦ କୁଇଣ୍ଟାଲ ଧାନ ଟୋକନ ଚାଷୀଙ୍କୁ ଦିଆଯାଇଛି । ସେଥିମଧ୍ୟରୁ ମାତ୍ର ୩୯୦୦୦ କୁଇଣ୍ଟାଲ ଧାନ କିଣି ମଣ୍ଡି ବନ୍ଦ କରିଛି ପ୍ରଶାସନ । ଯାହାଦ୍ଵାରା ଅନ୍ୟ ୪୧୦୦୦ କୁଇଣ୍ଟାଲ ଧାନ ନଷ୍ଟ ହେବାକୁ ଯାଉଛି । ଗତବର୍ଷ ମଧ୍ୟ ଏହିପରି ଚାଷୀକୁଳକୁ ହତାଶ କରିଥିଲା । ସମସ୍ୟାର ଖୁବ ଶିଘ୍ର ସମାଧାନ ନହେଲେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ବିଜେପି ଓ ଚାଷୀ ମାନଙ୍କ ତରଫରୁ ଚେତାବନୀ ଦିଆଯାଇଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.