ETV Bharat / state

ମାହାଙ୍ଗା ବିଜେପି ନେତାଙ୍କ ହତ୍ୟା ଘଟଣାରେ ଯାଜପୁର ବିଜେପିର ବିକ୍ଷୋଭ - Bjp protest

ମାହାଙ୍ଗା ହତ୍ୟାକାଣ୍ଡକୁ ନିନ୍ଦା କରି ଯାଜପୁରରେ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି ବିଜେପି । ଅଧିକ ପଢନ୍ତୁ...

ଯାଜପୁର ବିଜେପିର ବିକ୍ଷୋଭ
ଯାଜପୁର ବିଜେପିର ବିକ୍ଷୋଭ
author img

By

Published : Jan 6, 2021, 10:50 AM IST

ଯାଜପୁର: ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାର ଦୃଢ ପ୍ରତିବାଦ ଜିଲ୍ଲା ବିଜେପି । ଦୋଷୀଙ୍କୁ ଗିରଫ ଦାବି ସହ ନ୍ୟାୟ ପ୍ରଦାନ ଦାବି କରି ଯାଜପୁର ଆର୍ଦଶ ଥାନା ଘେରାଉ କରିଛି ଜିଲ୍ଲା ବିଜେପି ।

ଯାଜପୁର ବିଜେପିର ବିକ୍ଷୋଭ

ମଙ୍ଗଳବାର ମାହାଙ୍ଗା ହତ୍ୟା ଘଟଣାରେ ଦାେଷୀଙ୍କୁ ଗିରଫ ଦାବି ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ବ୍ୟାସନଗର ଓ କୋରେଇ ବିଜେପି ପକ୍ଷରୁ ଓ ଯାଜପୁର ରୋଡ ଆଦର୍ଶ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହି ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ନେଇ ତାଙ୍କ ଇସ୍ତଫା ଦାବି ସହିତ କୁଶପୁତ୍ତଳିକା ଦାହ କରିଛନ୍ତି ।

ଏହା ସହ ଶତାଧିକ ବିଜେପି କର୍ମୀ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଯାଜପୁର ରୋଡ ଆଦର୍ଶ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ କୋରେଇ ଓ ବ୍ୟାସନଗର ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଓ ନେତା ସାମିଲ ଥିଲେ । ଯଦି ଆଗାମୀ ଦିନରେ ଏ ଘଟଣାର ଯଥାଶୀଘ୍ର ପଦକ୍ଷେପ ନିଆ ନ ଯାଏ ତେବେ ଭାରତୀୟ ଜନତା ପାର୍ଟି ତରଫରୁ ତୀବ୍ର ଆନ୍ଦୋଳନ ହେବ ବୋଲି କହିଛନ୍ତି ଯାଜପୁର ବିଜେପି ଜିଲ୍ଲା ପ୍ରତିନିଧି ନିରଞ୍ଜନ ଘଡ଼ାଇ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.