ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ଅଭିଯୋଗ, ବର୍ଷିଲା ବିଜେପି

କେନ୍ଦୁଝର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି । ଶାସକ ବିଜେଡି ଦଳୀୟ ଭିତ୍ତିରେ ମଧ୍ୟ ଘର ବାଣ୍ଟୁଥିବା ମଧ୍ୟ ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ...

author img

By

Published : Jul 7, 2021, 5:55 PM IST

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଘୋଟାଲ ଅଭିଯୋଗ , ବର୍ଷିଲା ବିଜେପି

କେନ୍ଦୁଝର: ୨୦୨୨ ସୁଦ୍ଧା ଭାରତର ସବୁ ବାସହୀନ ଲୋକଙ୍କୁ ପକ୍କା ଛାତ ଘର ଯୋଗାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହି ଯୋଜନାକୁ ଓଡ଼ିଶା ସରକାର ଗତିହରା କରିଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟର ସମସ୍ତ ଜିଲ୍ଲାରେ ବିଜେଡି ଶାସିତ ରାଜ୍ୟ ସରକାର ନିଜ ଦଳୀୟ ଆଧାରରେ ଏହି ଯୋଜନାରେ ଘର ଯୋଗାଇ ଥିବା ଅଭିଯୋଗ ହୋଇଛି । ରାଜ୍ୟର ଅନ୍ୟ ଜିଲ୍ଲା ପରି କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହି ଯୋଜନାରେ ମହାଘୋଟାଲା ହୋଇଥିବା ଅଭିଯୋଗ କରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ହାଟଡ଼ିହି,ଘସିପୁରା ସହ ବହୁ ବ୍ଲକରେ ଦଳୀୟ କର୍ମୀଙ୍କୁ ଏହି ଯୋଜନାରେ ଘର ଯୋଗାଇ ଦିଆଯାଉଥିବା ଅଭିଯୋଗ କରିଥିଲେ । ଏହା ସହ ଅନ୍ୟ ହିତାଧିକାରୀଙ୍କ ଠାରୁ 10 ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲାଞ୍ଚ ନେଇ ଏହି ଘର ଯୋଗାଉଥିବା ମଧ୍ୟ ଅଭିଯୋଗ କରିଛି ବିଜେପି । ଏହି ଘୋଟାଲାର ନିରପେକ୍ଷ ଯାଞ୍ଚ ଦାବି କରିଛି ଦଳ । ଏନେଇ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଦର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ରାଜ୍ୟ ପ୍ରବକ୍ତା ସତ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.