ମାଲକାନଗିରି: ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଆଜି(ଗୁରୁବାର) ୬୨ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଛି। ଦେଶରେ ଚଳିତ ବର୍ଷ ୩୭୭ ଜଣ ପୋଲିସ ଅଧିକାରୀ ଶହୀଦ ହୋଇଥିବା ବେଳେ ଓଡ଼ିଶାରେ ୪ ଜଣ ଶହୀଦ ହୋଇଥିଲେ । ଏଥିସହ କରୋନା କାଳରେ ୨୨ ଜଣ ପୋଲିସ ମଧ୍ୟ ଶହୀଦ ହୋଇଛନ୍ତି । ରାଜ୍ୟ ତଥା ଦେଶର ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ସର୍ବଦା ନିଜ ଜୀବନକୁ ବାଜି ଲଗାଇଥାନ୍ତି।
ନିଜର କର୍ତ୍ତବ୍ୟ ନିଷ୍ଠା ଓ ପରାକାଷ୍ଠା ଦେଖାଇ ଅନେକ ପୋଲିସ କର୍ମଚାରୀ ଆତ୍ମବଳୀ ଦେଇଛନ୍ତି। ସୁ-ସମାଜ ତଥା ଦେଶ ଗଠନ ପାଇଁ ପୋଲିସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ଏସ.ପି ପ୍ରହଲ୍ଲାଦ ସହାଏ ମିନା ପ୍ରକାଶ କରିଛନ୍ତି । ଏଥିସହ ଏସ.ପିଙ୍କ କାର୍ଯ୍ୟାଳୟରେ ପୋଲିସ ବହିନୀଙ୍କ ଦ୍ୱାରା ଏକ ପ୍ୟାରେଡ଼ ହେଇଥିଲା ଏବଂ ସହିଦ ଯବାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ଆଦିତ୍ୟ ମାଡ଼ି, ଏସଡିପିଓ ଅଭିଳାଷ ଜି, ଆଡିସନାଲ ଏସପି ବଳଭଦ୍ର ଦୀପଙ୍କ ସହ ଅନେକ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ