ETV Bharat / state

ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, ୯୦ଟି ମୋବାଇଲ ଫୋନ୍ ଜବତ

ଶେଷ ହୋଇଯାଇଛି ଚୋର ପୋଲିସ ଲୁଚକାଳି ଖେଳ। ଏବେ ପୋଲିସ ହାତରେ ପଡିଛନ୍ତି ମୋବାଇଲ ଲୁଟେରା ଗ୍ୟାଙ୍ଗ। ଏମାନଙ୍କ ପାଖରୁ ବିଭିନ୍ନ ବ୍ରାଣ୍ଡର ୯୦ଟି ମୋବାଇଲ ଫୋନ୍ ଓ ୧ ଲାପଟପ୍ ଜବତ ହୋଇଛି । ଅଧିକ ଖବର ପଢନ୍ତୁ...

mobile lootera
ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ,୯୦ଟି ମୋବାଇଲ ଫୋନ୍ ଜବତ
author img

By

Published : Jan 7, 2020, 2:35 PM IST

କେନ୍ଦୁଝର: ଚମ୍ପୁଆ ପୋଲିସ ହାତରେ ଚୋର ଗ୍ୟାଙ୍ଗ। ଗିରଫ ହୋଇଥିବା 4 ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୯୦ଟି ଚୋରା ମୋବାଇଲ ଫୋନ୍ ଓ ଗୋଟିଏ ଲାପଟପ୍ ଜବତ୍ କରାଯାଇଛି । ଜବତ୍ ମୋବାଇଲ୍ ଫୋନ ଗୁଡ଼ିକ ମଧ୍ୟରେ ସାମସଙ୍ଗ୍, ଓପୋ ଓ ଭିଭୋ ଭଳି ନାମୀ ଦାମୀ ବ୍ରାଣ୍ଡର ସ୍ମାର୍ଟ ଫୋନ ରହିଛି ।

ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ,୯୦ଟି ମୋବାଇଲ ଫୋନ୍ ଜବତ

ସୂଚନା ଥାଉକି, ଗତ ୨୮/୨୯ ତାରିଖ ରାତିରେ ପର୍ଶଳାସ୍ଥିତ ଆର. କେ. ମୋବାଇଲ୍ ଦୋକାନର ଆଜବେଷ୍ଟ ଛାତ ଭାଙ୍ଗି ୩୦ଟି ଦାମୀ ମୋବାଇଲ୍ ଚୋରି ହୋଇଥିବା ଚମ୍ପୁଆ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିବା ପରେ ଚମ୍ପୁଆ ପୋଲିସ ଏହି ମୋବାଇଲ ଫୋନ ଚୋରି ଗ୍ୟାଙ୍ଗ ସଂପର୍କରେ ସୁରାକ ପାଇବା ସହ ଧରିବାରେ ସକ୍ଷମ ହୋଇଛି । ଏହି ଗ୍ୟାଙ୍ଗ ପର୍ଶଳା ବ୍ୟତୀତ ହରିଚନ୍ଦନପୁର ଓ ବାମେବାରୀ ଅଞ୍ଚଳର ବିଭିନ୍ନ ଦୋକାନରୁ ମୋବାଇଲ ଫୋନ ଚୋରି କରିଥିବା ତଦନ୍ତରୁ ଜଣାପଡିଛି ।

ଗିରଫ ୪ ଅଭିଯୁକ୍ତ ହେଲେ ବାମେବାରୀ ଥାନା ଧନୁର୍ଯୟପୁର ଅଞ୍ଚଳର ଚୌଧୁରୀ ଧୀବର, ଗିରିଧାରୀ ଧୀବର, ନନ୍ଦ ଧୀବର ଓ ହରିଚନ୍ଦନପୁର ଥାନା ମହୁଲଗୁଡ଼ା ଅଞ୍ଚଳର ଲିପୁନ ଧୀବର। ତେବେ ଏହି ଚୋରି ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ୨ ଅଭିଯୁକ୍ତ ଏବେ ଫେରାର ଥିବା ପୋଲିସ କହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ୍ : ବିଭିନ୍ନ ବ୍ରାଣ୍ଡର୯୦ଟି ମୋବାଇଲ ଫୋନ୍ ଓ ୧ ଲାପଟପ୍ ଜବତ୍, ୪ ଅଭିଯୁକ୍ତ ଗିରଫ୍Body:ଆଙ୍କର - ଚମ୍ପୁଆ ପୋଲିସକୁ ବଡ଼ ସଫଳତା । ଏକ ମୋବାଇଲ ଫୋନ୍ ଚୋରି ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୯୦ଟି ଚୋରା ମୋବାଇଲ ଫୋନ୍ ଓ ଗୋଟିଏ ଲାପଟପ୍ ଜବତ୍ କରାଯାଇଛି । ଜବତ୍ ମୋବାଇଲ୍ ଫୋନ ଗୁଡ଼ିକ ମଧ୍ୟରେ ସାମସଙ୍ଗ୍, ଓପୋ ଓ ଭିଭୋ ଭଳି ନାମୀ ଦାମୀ ବ୍ରାଣ୍ଡର ସ୍ମାର୍ଟ ଫୋନ ରହିଛି । ଗତ ୨୮/୨୯ ତାରିଖ ରାତିରେ ପର୍ଶଳା ସ୍ଥିତ ଆର. କେ. ମୋବାଇଲ୍ ଦୋକାନର ଆଜବେଷ୍ଟ ଛାତ ଭାଙ୍ଗି ୩୦ଟି ଦାମୀ ମୋବାଇଲ୍ ଚୋରି ହୋଇଥିବା ଚମ୍ପୁଆ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିବା ପରେ ଚମ୍ପୁଆ ପୋଲିସ ଏହି ମୋବାଇଲ ଫୋନ ଚୋରି ଗ୍ୟାଙ୍ଗ ସଂପର୍କରେ ସୁରାକ ପାଇଥିଲା ଓ ୯୦ଟି ମୋବାଇଲ ଫୋନ୍, ଗୋଟିଏ ଲାପଟପ୍ ଜବତ୍ କରିବା ସହ ୪ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଏହି ଗ୍ୟାଙ୍ଗ୍ ପର୍ଶଳା ବ୍ୟତୀତ ହରିଚନ୍ଦନପୁର ଓ ବାମେବାରୀ ଅଂଚଳର ବିଭିନ୍ନ ଦୋକାନରୁ ମୋବାଇଲ ଫୋନ ଚୋରି କରିଥିବା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଗିରଫ୍ ୪ ଅଭିଯୁକ୍ତ ହେଲେ ବାମେବାରୀ ଥାନା ଧନୁର୍ଯୟପୁର ଅଂଚଳର ଚୌଧୁରୀ ଧୀବର, ଗିରିଧାରୀ ଧୀବର, ନନ୍ଦ ଧୀବର ଓ ହରିଚନ୍ଦନପୁର ଥାନା ମହୁଲଗୁଡ଼ା ଅଂଚଳର ଲିପୁନ ଧୀବର । ତେବେ ଏହି ଚୋରି ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି ।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.