ETV Bharat / state

ଭାଲୁ ଆକ୍ରମଣରେ ପ୍ରଧାନଶିକ୍ଷକଙ୍କ ସମେତ ତିନି ଗୁରୁତର

ଭାଲୁ ଆକ୍ରମଣରେ ତିନି ଗୁରୁତର । କେନ୍ଦୁଝର ସଦର ରେଞ୍ଜରେ ଏହି ଘଟଣା ଘଟିଛି । ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

author img

By

Published : Jan 10, 2021, 12:49 PM IST

ଭାଲୁ ଆକ୍ରମଣରେ ପ୍ରଧାନଶିକ୍ଷକଙ୍କ ସମେତ ତିନି ଗୁରୁତର
ଭାଲୁ ଆକ୍ରମଣରେ ପ୍ରଧାନଶିକ୍ଷକଙ୍କ ସମେତ ତିନି ଗୁରୁତର

କେନ୍ଦୁଝର: ଆଜି ସକାଳୁ କେନ୍ଦୁଝର ସଦର ରେଞ୍ଜରେ ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ହୋଇଛନ୍ତି । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଆଜି ସକାଳୁ ସଦର ରେଞ୍ଜ ଅନ୍ତର୍ଗତ ନରଣପୁର ସେକ୍ସନ ଅଧୀନରେ ଥିବା ନରଣପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୌଣସି କାର୍ଯ୍ୟ ପାଇଁ ବିଦ୍ୟାଳୟ ପରିସରରୁ ବାହାରିଥିଲେ । ଏହି ସମୟରେ ତାଙ୍କ ବିଦ୍ୟାଳୟ ପରିସରରେ ରାତିରୁ ଲୁଚିଥିବା ଏକ ଭାଲୁ ତାଙ୍କ ଉପରେ ଆକ୍ରମଣ କରିଥିଲା । ପରେ ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ତାଙ୍କୁ ହାତୀ ଆକ୍ରମଣରୁ ବଞ୍ଚାଇବା ସମୟରେ ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି ।

ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ଜଣଙ୍କର ମୁଣ୍ଡରୁ ଖପୁରୀ ଉଠାଇ ଦେଇଛି ଭାଲୁ । ତେବେ ତିନିଗୁରୁତର ପ୍ରଧାନ ଶିକ୍ଷକ ବସନ୍ତ କର ଓ ଗ୍ରମାବସୀ ମାୟାଧର ବେହେରା, ଭାଗବତ ସାହୁ ବୋଲି ଜଣାପଡିଛି । ଭାଲୁଟି ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିବା ଜଣାପଡ଼ିଛି । ସେପଟେ ଜଙ୍ଗଲ ବିଭାଗ ଅଧିକାରୀ ଗ୍ରାମବାସୀଙ୍କ ସହଯୋଗରେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଭାଲୁକୁ ଖୋଜୁ ଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.