କେନ୍ଦ୍ରାପଡ଼ା: ଜିଅନ୍ତା ଜଳିଗଲେ ମହିଳା । କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଖଡିଅଙ୍ଗ ଗ୍ରାମର ଜଣେ ମହିଳା ଘରେ ପୋଡି ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତକ ମହିଳା ହେଉଛନ୍ତି ଅନୁସୂୟା ସିଂ । ସୋମବାର ଅନୁସୟାଙ୍କ ପୁଅ ବାହାରକୁ ଯାଇଥିଲେ ଏବଂ ସ୍ବାମୀ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ସେ ଘର ଜଞ୍ଜିର ଦେଇ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ।
ସକାଳ ପ୍ରାୟ 9ଟା ବେଳେ ହଠାତ୍ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ତାଙ୍କ ପରିବାର ଲୋକେ ପହଞ୍ଚି ଅନୁସୂୟାଙ୍କୁ ଜଳୁଥିବାର ଦେଖିବାକୁ ପାଇଥିଲେ l ଏହାପରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା l
ମାତ୍ର ସେତେବେଳକୁ ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ଅନୂସୂୟାଙ୍କ ମୃତ୍ୟୁ ଘଟିଥିଲା । ମୃତ ମହିଳାଙ୍କର ମାନସିକ ବିକୃତି ଥିବା ପରିବାର ପକ୍ଷରୁ କୁହାଯାଇଛି l ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରିଛି ପୋଲିସ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ