ETV Bharat / state

Panchayat Poll Violence: ରାଜନଗରରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ - କେନ୍ଦ୍ରାପଡା ପଞ୍ଚାୟତ ନିର୍ବାଚନ ମତଦାନ ହିଂସା

ରାଜନଗର ଡେରା ପଞ୍ଚାୟତ ୩ ନମ୍ବର ଗୋଖଣି ବୁଥରେ ଉତ୍ତେଜନା ଜାରି ରହିଛି । ଦିନ ୧ଟାରେ ମତଦାନ ଶେଷ ହୋଇଥିଲେ ମଧ୍ୟ ପୋଲିଂ ପାର୍ଟି ଓ ପୋଲିସକୁ ଛାଡି ନାହାନ୍ତି ଲୋକେ । ଅଧିକ ପଢନ୍ତୁ

Panchayat Poll Violence: ରାଜନଗରରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

author img

By

Published : Feb 20, 2022, 5:18 PM IST

Updated : Feb 20, 2022, 5:29 PM IST

କେନ୍ଦ୍ରାପଡା: ରାଜନଗର ଡେରା ପଞ୍ଚାୟତ ୩ ନମ୍ବର ଗୋଖଣି ବୁଥରେ ଉତ୍ତେଜନା ଜାରି ରହିଛି । ଦିନ ୧ଟାରେ ମତଦାନ ଶେଷ ହୋଇଥିଲେ ମଧ୍ୟ ପୋଲିଂ ପାର୍ଟି ଓ ପୋଲିସକୁ ଛାଡି ନାହାନ୍ତି ଲୋକେ । ସୂଚନାନୁଯାୟୀ, ପୂର୍ବାହ୍ନରେ ଏହି ବୁଥରେ ଭୋଟର ତାଲିକାରେ ନାଁ ନଥାଇ ଜଣେ ନାବାଳକ ବୁଥ ଏଜେଣ୍ଟ ହୋଇ ବସିଥିବାରୁ କଂଗ୍ରେସ ଏଜେଣ୍ଟ ଅଭିଯୋଗ କରି ପୋଲିଂ ବନ୍ଦ ରଖିବାକୁ ପ୍ରିଜାଇଡିଂ ଅଫିସରଙ୍କୁ ଅନୁରୋଧ କରିଥିଲେ ।

Panchayat Poll Violence: ରାଜନଗରରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ତେବେ ପୋଲିଂ ବନ୍ଦ ରହିଥିବା ସମୟରେ ପାଟକୁରା ଥାନା ଏସଆଇ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ସଦଳବଳେ ବୁଥରେ ପହଞ୍ଚି ଭୋଟରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ପରେ ଏସଆଇ ସୌମ୍ୟ ଭୋଟରଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ପଛରେ ସ୍ଥାନୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ହାତ ରହିଥିବା ଦର୍ଶାଇ ଶତାଧିକ ଲୋକେ ରାସ୍ତା ଅବରୋଧ କରି ବସିଛନ୍ତି । ଅନ୍ୟପଟେ ପୋଲିସ ଏସଆଇ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ କ୍ଷମା ମାଗି ନାହାନ୍ତି ସେପର୍ଯ୍ୟନ୍ତ ପୋଲିଂ ପାର୍ଟିକୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ଆନ୍ଦୋଳନରତ ସ୍ଥାନୀୟ ବାସିନ୍ଦା ।

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Feb 20, 2022, 5:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.