ETV Bharat / state

ଦେବସ୍ନାନ ପରେ ଗଜବଦନ ବେଶରେ ସୁସଜ୍ଜିତ ଶ୍ରୀ ବଳଦେବଜୀଉ

author img

By

Published : Jun 24, 2021, 5:23 PM IST

ଦେବସ୍ନାନ ପରେ ଗଜବଦନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀ ବଳଦେବଜୀଉ । ଅଧିକ ପଢନ୍ତୁ...

ଦେବସ୍ନାନ ପରେ ଗଜବଦନ ବେଶରେ ସୁସଜ୍ଜିତ ଶ୍ରୀ ବଳଦେବଜୀଉ
ଦେବସ୍ନାନ ପରେ ଗଜବଦନ ବେଶରେ ସୁସଜ୍ଜିତ ଶ୍ରୀ ବଳଦେବଜୀଉ

କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କର ଶେଷ ହୋଇଛି ସ୍ନାନଯାତ୍ରା। ଶ୍ରୀଅଙ୍ଗରେ ଶ୍ରୀଚନ୍ଦନ ମାଖି ପ୍ରଭୁ ବଳଦେବଜୀଉଙ୍କ ସମେତ ଚକାଡୋଳା, ଭଗିନୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କୁ ଅଗରୁ, କର୍ପୂର ମନ୍ତ୍ରିତ 108 ଗରା ସୁବାଷିତ ଜଳରାଶିରେ ସ୍ନାନ କରାଇଛନ୍ତି ସେବାୟତ । ସ୍ନାନ ପରେ ଖେଚୁଡ଼ି ଧୂପ କରାଯାଇ ତିନିଦିଅଁଙ୍କୁ ଗଜ ବେଶରେ ସଜ୍ଜାଇଛନ୍ତି ପଣ୍ଡା ସମୂହ ।

ଗଜବେଶ ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ବେଶ ହୋଇଥିବାବେଳେ ଭକ୍ତମାନେ ଏହି ବେଶ ଦର୍ଶନ ପାଇଁ ବର୍ଷ ଯାକ ଅପେକ୍ଷାରେ ରହିଥାନ୍ତି । ତେବେ କୋଭିଡ କଟକଣା ପାଇଁ ମନ୍ଦିର ମଧ୍ୟକୁ ପ୍ରବେଶ ନିଷିଦ୍ଧ କରାଯାଇଥିବାବେଳେ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି । ଫଳରେ ପ୍ରାୟ 1 କିଲୋମିଟର ଦୂରରୁ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଦର୍ଶନାର୍ଥୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀଜୀଉଙ୍କ ସ୍ନାନ ପର୍ବ ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଅଦ୍ୟାବଧି ସମ୍ପନ୍ନ ହୋଇଥିବାବେଳେ ରାତ୍ର 8ଘଟିକା ପର୍ଯ୍ୟନ୍ତ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ରାତି 8ଘଟିକା ପରେ ମଣିବିଗ୍ରହଙ୍କୁ ଅନଵସର ଗୃହକୁ ନିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟ ସଭାପତି ତଥା କେନ୍ଦ୍ରାପଡା ଉପ ଜିଲ୍ଲାପାଳ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.