କେନ୍ଦ୍ରାପଡା: କେନ୍ଦ୍ରପଡାରୁ ୱାଘା । ତାହା ପୁଣି ସାଇକେଲରେ | ଏମିତି ସାହସ ରଖି ସାଇକେଲ ଯାତ୍ରାରେ ବାହାରିଛନ୍ତି କେନ୍ଦ୍ରାପଡ଼ାର ୬୩ ବର୍ଷୀୟ ସୟଦ ଫୈଜାନ୍ ଅଲ୍ଲୀ ।
ରବିବାର ସକାଳୁ କେନ୍ଦ୍ରାପଡ଼ାର ପୁରୁଣା ମୋଟରଷ୍ଟାଣ୍ଡ ନିକଟରୁ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ସୟଦ ଫୈଜାନ୍ ଅଲ୍ଲୀ । ପ୍ରଦୂଷଣ ଓ ସଡକ ସୁରକ୍ଷା ବାର୍ତ୍ତା ନେଇ ସେ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଏହି ସାଇକେଲ ଯାତ୍ରା ସମୟରେ ସେ ପ୍ରାୟ ୧୩ଟି ରାଜ୍ୟର 8 ହଜାର କିଲୋମିଟର ଅତିକ୍ରମ କରି ୱାଘା ବର୍ଡରରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି ।
ଆସନ୍ତା ଡିସେମ୍ବର 31 ତାରିଖ ସୁଦ୍ଧା ନିଜର ଏହି ଯାତ୍ରା ଶେଷ କରି କେନ୍ଦ୍ରାପଡ଼ାରେ ନବବର୍ଷ ପାଳନ କରିବାର ଯୋଜନା ରଖିଛନ୍ତି ଫୈଜାନ୍ ଅଲ୍ଲୀ । ତାଙ୍କର ଏହି ଯାତ୍ରାରେ ଜିଲ୍ଲାପାଳ ସମର୍ଥ ବର୍ମା, ଆଞ୍ଚଳିକ ପରିବହନ ଅଧିକାରୀ ଇଞ୍ଜିନିୟର ନିଖିଲ ପଟ୍ଟନାୟକ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଫୈଜାନ୍ ଅଲ୍ଲୀ ସଫଳ ଓ ସୁରକ୍ଷିତ ଯାତ୍ରା କାମନା କରିଥିଲେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ