ETV Bharat / state

ଅନୁଭବଙ୍କ ସଭାରେ ଟଳମଳ ହେଲା ମଞ୍ଚ

ବିଜେଡି ସାଂସଦ ପ୍ରାର୍ଥୀଙ୍କର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀରେ ଭାଙ୍ଗିଲା ସଭାମଞ୍ଚ। ରବିବାର ଅପରାହ୍ଣରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଆଳି ନିର୍ବାଚନ ମଣ୍ଡଳୀରେ।

author img

By

Published : Apr 1, 2019, 3:14 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ବିଜେଡି ସାଂସଦ ପ୍ରାର୍ଥୀଙ୍କର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀରେ ଭାଙ୍ଗିଲା ସଭାମଞ୍ଚ। ରବିବାର ଅପରାହ୍ଣରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଆଳି ନିର୍ବାଚନ ମଣ୍ଡଳୀରେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଖବର ମୁତାବକ ରବିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଓ ଆଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଦେବ ଆଳିର ପ୍ରସିଦ୍ଧ ଠାକୁର ବଳଦେବ ଜୀଉଙ୍କ ନିକଟରୁ ଆଶୀର୍ବାଦ ନେଇ ଜୁଆଣିଆ ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ଯୋଗଦେଇଥିଲେ ।

ସଭାମଞ୍ଚରେ ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟ ସୂଚାରୁ ରୂପେ ଚାଲୁଥିଲା । କିନ୍ତୁ ଓଲିଉଡ ଷ୍ଟାରଙ୍କୁ ପାଖରେ ପାଇ ସେଲ୍ଫି ନେବାପାଇଁ ମଞ୍ଚ ଉପରକୁ କିଛି କର୍ମୀ ଚଢ଼ିଆସିବାରୁ ମଞ୍ଚଟି ଟଳମଳ ହୋଇ ଭାଙ୍ଗିଯିବା ପରିସ୍ଥିତିରେ ରହିଥିଲା।

ଫଳରେ ମଞ୍ଚରେ ଥିବା ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ସମେତ ଅନେକ ନେତୃମଣ୍ଡଳୀ ଅଳ୍ପକେ ମଞ୍ଚରୁ ଓହ୍ଲାଇ ଆସି ବଞ୍ଚିଯାଇଥିଲେ । କର୍ମୀ ମାନଙ୍କର ଅଧିକ ଫଟୋ ମାନିଆ ଓ ସେଲ୍ଫି ନିଶା ଏହି ଘଟଣା ପାଇଁ ମୁଖ୍ୟତଃ ଦାୟୀ ବୋଲି ସୂଚନା ମିଳିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

ଫଳରେ ମଞ୍ଚରେ ଥିବା ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ସମେତ ଅନେକ ନେତୃମଣ୍ଡଳୀ ଅଳ୍ପକେ ମଞ୍ଚରୁ ଓହ୍ଲାଇ ଆସି ବଞ୍ଚି ଯାଇଥିଲେ । ତେବେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତଙ୍କ ବିରୋଧରେ ଜଣେ ଓଲିଉଡ ଷ୍ଟାରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ହେଲେ ଘରେ ନପଶୁଣୁ ଚାଳ ବାଜିବା ନୀତିରେ ଅନୁଭବଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଥିବାରୁ ଏହା ତାଙ୍କପାଇଁ ଅଶୁଭ ହୋଇପାରେ ବୋଲି କିଛି ରାଜନୈତିକ ବ୍ୟକ୍ତିବିଶେଷ କହୁଛନ୍ତି । 

କିନ୍ତୁ ବାସ୍ତବିକ କର୍ମୀ ମାନଙ୍କର ଅଧିକ ଫଟୋ ମାନିଆ ଓ ସେଲ୍ଫି ନିଶା ଏହି ଘଟଣା ପାଇଁ ମୁଖ୍ୟତଃ ଦାୟୀ ବୋଲି ସୂଚନା ମିଳିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.