କେନ୍ଦ୍ରାପଡା: ରାସନ କାର୍ଡଧାରୀଙ୍କୁ କୋରୋନା ପାଇଁ ତିନି ମାସର ଆଗୁଆ ଖାଉଟି ସାମଗ୍ରୀ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ମୁଣ୍ତ ପିଛା ତିନି କେଜି ଚାଉଳ ଓ 1କେଜି ଡାଲି ଯୋଗାଇ ଦେବାକୁ କହିଥିଲେ । ହେଲେ କେନ୍ଦ୍ରାପଡାରେ ରାସନ କାର୍ଡଧାରୀଙ୍କୁ ଡାଲି ମିଳି ନ ଥିବା ଅଭିଯୋଗ ହୋଇଛି । ହେଲେ କାର୍ଡଧାରୀଙ୍କୁ ଡାଲି ମିଳି ନଥିବା ଅଭିଯୋଗ ହୋଇଥିଲା । ତିନିଦିନ ପୂର୍ବରୁ ଖୁବଶୀଘ୍ର ରାସନକାର୍ଡ ଧାରୀ ମାନଙ୍କୁ ଡାଲି ଯୋଗାଇଦେବା ନେଇ କର୍ମୀମାନେ କେନ୍ଦ୍ରାପଡା ଜିଲ୍ଲାପାଳ ଏବଂ ମହାକାଳପଡ଼ା ବିଡିଓଙ୍କୁ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ କର୍ମୀମାନେ ଅନଶନରେ ବସିଥିଲେ ।
ତେବେ ମହାକାଳପଡ଼ା ବିଡ଼ିଓ ଅନଶନ ସ୍ଥଳରେ ପହଁଚି ଡାଲି ବ୍ଲକରେ ନପହଁଚିବା କାରଣରୁ ସାଧାରଣରେ ଯୋଗାଣ ବ୍ୟବସ୍ଥା ତ୍ବରାନ୍ବିତ ହୋଇ ପାରିନଥିବା ଦର୍ଶାଇଥିଲେ । ଏ ସମସ୍ୟାର ସମାଧାନ ହୋଇଯିବ ବୋଲି କହିବା ପରେ ସୂଚନା ଅଧିକାର କର୍ମୀମାନେ ଅନଶନ ପ୍ରତ୍ୟାହୃତ କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ