ETV Bharat / state

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କେନ୍ଦ୍ରାପଡା ଜିଲ୍ଲା ସମୀକ୍ଷା - preparation for election

କେନ୍ଦ୍ରାପଡ଼ା ଗସ୍ତରେ ଆସି ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ । ରାଜସ୍ୱ ଆଦାୟ ଓ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ରାଜସ୍ୱ ଆଦାୟ ପାଇଁ ସେ ପରାମର୍ଶ ଦେଇଛନ୍ତି ।

rdc on kendrapara visit
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କେନ୍ଦ୍ରାପଡା ସମୀକ୍ଷା
author img

By ETV Bharat Odisha Team

Published : Sep 2, 2023, 1:38 PM IST

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କେନ୍ଦ୍ରାପଡା ସମୀକ୍ଷା

କେନ୍ଦ୍ରାପଡା: ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ । କେନ୍ଦ୍ରାପଡ଼ା ଆସି ବିଭିନ୍ନ ବିଭାଗର କାର୍ଯ୍ୟ ଓ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜନ ମଙ୍ଗଳକାରୀ ଯୋଜନାର ସମୀକ୍ଷା କରିଛନ୍ତି । ଶୁକ୍ରବାର ଅପରାହ୍ନ ୩ଟା ସମୟରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିବା ବେଳେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ । ଜିଲ୍ଲାର ସମସ୍ତ ତହସିଲଦାରମାନଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ । ରାଜସ୍ୱ ଆଦାୟ ଓ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ରାଜସ୍ୱ ଆଦାୟ ପାଇଁ ସେ ପରାମର୍ଶ ଦେଇଛନ୍ତି ।

ତେବେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଠିକ ସମୟରେ ପେନସନ ପ୍ରଦାନ କରିବା ଓ ବକେୟା ପେନସନ ମାମଲାର ସମାଧାନ କରି ତାଙ୍କ କାର୍ଯ୍ୟାଳୟକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । 'ମୋ ସରକାର' ଯୋଜନାରେ ଅନ୍ତର୍ଭୁକ୍ତ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ନେଇ ଆସୁଥିବା ଜନ ସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଦେଖାଇବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ସେମାନଙ୍କ ନାମ, ଠିକଣା, ମୋବାଇଲ ନମ୍ବର ଏବଂ ଅଭିଯୋଗକୁ ପଞ୍ଜିକୃତ କରିବା ସହ ଅନଲାଇନ ମାଧ୍ଯମରେ ଅପଲୋଡ଼ କରିବାକୁ କହିଛନ୍ତି ଆରଡିସି।

ଜମି କିସମ ପରିବର୍ତ୍ତନ, ମ୍ୟୁଟେସନ ମାମଲା,ଓ.ଏଲ.ଆର, ମିସିଙ୍ଗ ସାର୍ଟିଫିକେଟ କେସ୍ ଆଦିକୁ ତୁରନ୍ତ ଫଇସଲା କରିବାକୁ ତହସିଲଦାରମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ନୂତନ ଭାବେ ନିର୍ମାଣ କରାଯାଉଥିବା ୧୪ଟି ଆରଆଇ ଅଫିସକୁ ତୁରନ୍ତ ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ପୁରୁଣା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଓ ତହସିଲ ଅଫିସର ନବୀକରଣ କାର୍ଯ୍ୟର ଅଟକଳ ଅର୍ଥ ସରକାରଙ୍କୁ ଜଣାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି l

ହରିଦାସପୁର-ପାରାଦ୍ଵୀପ ରେଳପଥ ଓ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ କରିବା ପାଇଁ ସେ ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏହାପରେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗ ଯଥା ଜିଲ୍ଲା ସମାଜମଙ୍ଗଳ, ଜିଲ୍ଲା ସାମାଜିକ ମଙ୍ଗଳ,ସାମାଜିକ ସୁରକ୍ଷା ବିଭାଗ, ବେସାମରିକ ଯୋଗାଣ,କ୍ରୀଡା, ସଂସ୍କୃତି, ଶିଶୁ ସୁରକ୍ଷା, ସବରେଜିଷ୍ଟ୍ରାର, ଆଞ୍ଚଳିକ ପରିବହନ, ଅବକାରୀ, ଜିଲ୍ଲା ଯୋଜନା ଓ ସଂଯୋଜନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ, ରାଜସ୍ୱ ଆଦି ବିଭାଗର କାର୍ଯ୍ଯକୁ ସମୀକ୍ଷା କରିଛନ୍ତି।

ଏହା ବି ପଢନ୍ତୁ...ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥିତି ସମୀକ୍ଷା କଲେ ପରିବହନ ମନ୍ତ୍ରୀ

ମିଶନ ଶକ୍ତି ଗୃହ ଓ ମିଶନ ଶକ୍ତି ଭବନ ନିର୍ମାଣର କାର୍ଯ୍ୟ ସମୀକ୍ଷା କରିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ଵାରା ଉତ୍ପାଦିତ ଦ୍ରବ୍ୟର ବିକ୍ରୀ ପାଇଁ ବଜାର ସୃଷ୍ଟି ବିଷୟରେ ପଚାରି ବୁଝିଛନ୍ତି। ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ପେନସନ ଓ ଭିନ୍ନକ୍ଷମମାନଙ୍କୁ ଦିଆଯାଉଥିବା ସହାୟତା ଓ ଟ୍ରାଇ ସାଇକେଲ ଆଦି ବିଷୟରେ ଅବଗତ ହୋଇଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହିତାଧିକାରୀଙ୍କ ସଂଖ୍ୟା ଓ ଏଲପିଜି ଗ୍ୟାସ ବିତରଣ ଉପରେ ସମୀକ୍ଷା କରିଛନ୍ତି l

କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ଭାଗବତ ଟୁଙ୍ଗୀର ମଧ୍ୟ ସମୀକ୍ଷା କରିଥିଲେ l ଜିଲ୍ଲାରେ ପାଠାଗାର ନଥିବାରୁ ଏ ସମ୍ପର୍କରେ ପଦକ୍ଷେପ ନେଵାକୁ ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବରେଜିଷ୍ଟ୍ରାର, ଅବକାରୀ, ସ୍ୱଳ୍ପ ସଞ୍ଚୟ ଓ ଆଞ୍ଚଳିକ ପରିବହନ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ସହ ସେମାନଙ୍କୁ ଧାର୍ଯ୍ୟ ଅର୍ଥରାଶି ଠାରୁ ଅଧିକ ଅର୍ଥ ଆଦାୟ ନେଇ ପରାମର୍ଶ ଦେଇଛନ୍ତି l

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.