ETV Bharat / state

ବନ୍ଦ ହେଲା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା - shree baladevjew ratha yatra

ବନ୍ଦ ହେଲା କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ବନ୍ଦ ହେଲା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା
ବନ୍ଦ ହେଲା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା
author img

By

Published : Jun 18, 2020, 8:26 AM IST

Updated : Jun 18, 2020, 8:55 AM IST

କେନ୍ଦ୍ରାପଡା: ବନ୍ଦ ହେଲା କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ବନ୍ଦ ହେଲା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା

କୋରୋନା ମହାମାରୀ ପାଇଁ ଗୋଟିଏ ସ୍ଥାନରେ ଏକାଧିକ ବ୍ୟକ୍ତିଙ୍କ ସମାଗମ ନହେବା, ସାମାଜିକ ଦୂରତ୍ବ ବଜାୟ ରଖିବା ଭଳି ଗାଇଡଲାଇନ ରଥଯାତ୍ରାରେ ଭଙ୍ଗ ହେବାର ଆଶଙ୍କା ଥିବାରୁ ରଥଯାତ୍ରାକୁ ବନ୍ଦ କରାଯାଇଛି ।

ଏହାସହ ବଳଦେବଜୀଉଙ୍କ ରଥ ଦଉଡି ପୁରୀ ଜଗନ୍ନାଥଙ୍କ ରଥ ଦଉଡି ଠାରୁ ଅପେକ୍ଷାକୃତ ଛୋଟ ହୋଇଥିବାରୁ ଏଠାରେ ସାମାଜିକ ଦୂରତ୍ବ ରଖିବା ସମ୍ଭବପର ନୁହେଁ ବୋଲି ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ସେବାୟତ ମାନଙ୍କ ବୈଠକରେ ଆଲୋଚନା କରାଯାଇଥିଲା ।

ସେପଟେ ମନ୍ଦିରର ସେବକମାନେ ମନ୍ଦିରର ରାଜ ପୁରୋହିତଙ୍କ ନିକଟକୁ ଯାଇ ମନ୍ଦିର ଭିତରେ ରଥଯାତ୍ରା ସମାପନ କରିବା ସମ୍ବନ୍ଧରେ ଆଲୋଚନା କରିବା ପରେ ଚଳିତବର୍ଷ ରଥଯାତ୍ରାର ବିକଳ୍ପ ବାଟ ବାହାରିବ ବୋଲି କହିଛନ୍ତି ଦେବୋତ୍ତର ବିଭାଗ ମୁଖ୍ୟ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jun 18, 2020, 8:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.