ETV Bharat / state

ନିର୍ବାଚନୀ ନିୟମକୁ ଫୁ, ମତଦାନ ପରେ ବୁଥ୍‌ରେ ପଶିଲେ ରାଜନଗର ବିଧାୟକ - କେନ୍ଦ୍ରାପଡ଼ା ରାଜନୀତି ଖବର

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ରାଜନଗର ବିଧାୟକଙ୍କ ବେଖାତିର । ବୁଥ୍‌ ଭିତରେ ପୋଲିଂ ପାର୍ଟିକୁ ଭୋଟ ବାକ୍ସ ସିଲ୍ କରିବା ପାଠ ପଢ଼ାଇଲେ ରାଜନଗର ବିଧାୟକ ଧ୍ରୁବ ସାହୁ । ଅଧିକ ପଢ଼ନ୍ତୁ

rajnagar mla allegedly illegally entered into polling booth after third phase panchayat poll
ନିର୍ବାଚନୀ ନିୟମକୁ ଫୁ, ମତଦାନ ପରେ ବୁଥ୍‌ରେ ପଶିଲେ ରାଜନଗର ବିଧାୟକ
author img

By

Published : Feb 20, 2022, 7:44 PM IST

କେନ୍ଦ୍ରାପଡ଼ା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ରାଜନଗର ବିଧାୟକଙ୍କ ବେଖାତିର । ବୁଥ୍‌ ଭିତରେ ପୋଲିଂ ପାର୍ଟିକୁ ଭୋଟ ବାକ୍ସ ସିଲ କରିବା ପାଠ ପଢ଼ାଇଲେ ରାଜନଗର ବିଧାୟକ ଧ୍ରୁବ ସାହୁ । ଏଭଳି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା କଂଗ୍ରେସ ।

ନିର୍ବାଚନୀ ନିୟମକୁ ଫୁ, ମତଦାନ ପରେ ବୁଥ୍‌ରେ ପଶିଲେ ରାଜନଗର ବିଧାୟକ

ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଭୋଟ ବାକ୍ସ ସିଲ ହେବା ସମୟରେ ପଟ୍ଟାମୁଣ୍ଡାଇ ବ୍ଳକ ବଡ଼ ମୋହନପୁର ବୁଥ୍‌ ଭିତରକୁ ପ୍ରବେଶ କରିଥିଲେ ରାଜନଗର ବିଧାୟକ । ଏଭଳି ଅଭିଯୋଗ କରିଛନ୍ତି ରାଜନଗରର ପୂର୍ବତନ ବିଧାୟକ ତଥା କଂଗ୍ରେସ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି । ପ୍ରାର୍ଥୀ, ଏଜେଣ୍ଟ ଏବଂ ସମ୍ପୃକ୍ତ ବୁଥ୍‌ର ଭୋଟରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ବୁଥ ଭିତରକୁ ପ୍ରବେଶ ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି ନିର୍ବାଚନ କମିଶନ ।

ତେବେ ନିଜ କ୍ଷମତାକୁ ଅପବ୍ୟବହାର କରି ବିଧାୟକ ପ୍ରିଜାଇଡିଂ ଅଫିସରଙ୍କୁ ଦଳୀୟ ଚିହ୍ନ ମାରିବା ପାଇଁ ଚାପ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି । ଏହା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ଅଂଶୁମାନ ମହାନ୍ତି । ଏନେଇ ଅଂଶୁମାନ ରାଜ୍ୟ ନିର୍ବାଚନ କମିଶନ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅବଗତ କରିଥିବା ବେଳେ ଯଥାଶୀଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ ଜନମାନସରୁ ହଜିଯିବାକୁ ବସିଥିବାରୁ ସେ ବୁଥ୍‌ ଭିତରେ ପଶି ଏଭଳି ପ୍ରହେଳିକା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଂଶୁମାନ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.