କେନ୍ଦ୍ରାପଡା: ଫେବୃଆରୀ 7 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଭିତରକନିକା ମହୋତ୍ସବ। ପର୍ଯ୍ୟଟକଙ୍କୁ ଏହି ମହୋତ୍ସବରେ ଅଂଶଗ୍ରହଣ ସାଙ୍ଗକୁ ଜାତୀୟ ଉଦ୍ୟାନ ଉପଭୋଗ ପାଇଁ ନିମନ୍ତ୍ରଣ କରି ରିଲିଜ ହୋଇଛି 29 ସେକେଣ୍ଡର ଏକ ଭିଡିଓ । ଶନିବାର ଜିଲ୍ଲା ପ୍ରଶାସନ ଏହି ଭିଡିଓ ଜାରି କରିଛି ।
ରାଜନଗର ବ୍ଲକ ନଳିତପାଟିଆଠାରେ ହେବାକୁ ଥିବା ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର ଯୋଜନା ରହିଛି । ଏନେଇ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଥିବା ଦେଖିବାକୁ ମିଳିଛି।
ଭିତରକନିକାର ମୁଖ୍ୟ ଆକର୍ଷଣ ବିରଳ ଗୋରୀ କୁମ୍ଭୀର, ବଗ ଗହନ ଓ ମୃଗ ବିହାରକୁ ଉପଭୋଗ କରିବାକୁ ଏହି ଭିଡିଓଟିରେ ପ୍ରଶାସନ ପକ୍ଷରୁ ସାଦର ନିମନ୍ତ୍ରଣ କରାଯାଇଛି । ଏଥିସହ ଏହାକୁ ବିଶ୍ବସ୍ତରୀୟ ମହୋତ୍ସବରେ ପରିଣତ କରିବା ପାଇଁ ପ୍ରଚେଷ୍ଟା ମଧ୍ୟ କରାଯାଇଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ