ETV Bharat / state

ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା: ୩ ଗିରଫ, ଏବେ ବି ୨ ଫେରାର

author img

By

Published : Jul 29, 2021, 5:02 PM IST

Updated : Jul 29, 2021, 5:21 PM IST

କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅଧୀନ ଚାନ୍ଦୋଳ ଅଞ୍ଚଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ପୋଲିସକୁ ସଫଳତା । ୩ ଅଭିଯୁକ୍ତ ଗିରଫ । ଅନ୍ୟ ଦୁଇ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।ଅଧିକ ପଢନ୍ତୁ...

ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା: ୩ ଗିରଫ, ଅନ୍ୟ ୨ ଫେରାର

କେନ୍ଦ୍ରାପଡା: ସଦର ଥାନା ଅଧୀନ ଚାନ୍ଦୋଳ ଅଞ୍ଚଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ କେନ୍ଦ୍ରାପଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଘଟଣାର ସମ୍ପୃକ୍ତ ଯୁବକ,ତାର ଭାଇ ଓ ଏହି ଭିଡ଼ିଓକୁ ପୋଷ୍ଟ କରିଥିବା ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା: ୩ ଗିରଫ, ଏବେ ବି ୨ ଫେରାର

ଅଭିଯୋଗ ଅନୁଯାୟୀ, ସଦର ଥାନା ଅଧୀନ ଚାନ୍ଦୋଳ ଅଞ୍ଚଳରେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର କିଛି ଯୁବକ ରାଜମିସ୍ତ୍ରୀ ଭାବେ ଘରକାମ କରୁଥିଲେ। ଘରକାମ ସମୟରେ ରାଜମିସ୍ତ୍ରୀ ମିଲନ ସହ ଗୃହକର୍ତ୍ତାଙ୍କ ସାନଝିଅର ପ୍ରେମସମ୍ପର୍କ ଗଢି ଉଠିଥିଲା। ଏହି ପ୍ରେମ ସମ୍ପର୍କ ସମୟକ୍ରମେ ଶାରୀରିକ ସମ୍ପର୍କରେ ବଦଳିଥିଲା । ପରେ ହ୍ଵାଟସଆପ ମାଧ୍ୟମରେ ହୋଇଥିବା ଚାଟିଂକୁ ପୀଡିତାଙ୍କ ପଡୋଶୀ ଅଭିଯୁକ୍ତ ମିଲନର ସାନଭାଇ ମୁଲାୟମ ମାଧ୍ୟମରେ ଆଣି ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏନେଇ ଗତ ଜୁନ ମାସରେ ପୀଡିତାଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।

ତେବେ ବାହାର ରାଜ୍ୟକୁ ଦୁଇ ଭାଇ ଚାଲିଯାଇଥିବାରୁ ସେମାନଙ୍କୁ ଟ୍ରାକିଂ କରି ଗିରଫ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। କେନ୍ଦ୍ରାପଡ଼ା ପୋଲିସର ୨ଟି ଟିମ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ମିଲନ ଓ ତାର ମୁଲାୟମକୁ ଗିରଫ କରିଥିବାବେଳେ ସାଲେପୁର ଅଞ୍ଚଳର ଯୁବକ ଦେବଦତ୍ତ ବେହେରାକୁ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଗିରଫ କରି କୋର୍ଟଚାଲାଣ କରିଛି।

ସେହିପରି କେନ୍ଦ୍ରାପଡା ପୋଲିସ ଯୁବତୀମାନଙ୍କୁ ଅପରିଚିତ ବ୍ୟକ୍ତିଙ୍କୁ ନିଜର ଗୋପନୀୟ ତଥ୍ୟ ନଦେବା ପାଇଁ ମଧ୍ୟ ଅନୁରୋଧ କରିଛି। ଆଜି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଘଟଣାର ତଦନ୍ତର ଅଗ୍ରଗତି ସମ୍ପର୍କରେ ସୂଚନା ଦେବା ସହ ଫେରାର ମୁଖ୍ୟ ୨ଜଣ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।

କେନ୍ଦ୍ରାପଡାର ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 29, 2021, 5:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.