ETV Bharat / state

ଧାନବିକ୍ରି ପାଇଁ ଦିଆଯାଉନି ଟୋକନ, ଆତ୍ମହତ୍ୟାର ଚେତାବନୀ ଦେଲେ ଚାଷୀ

author img

By

Published : Mar 16, 2021, 7:58 AM IST

ଧାନବିକ୍ରି ପାଇଁ ଟୋକନ ଦିଆଯାଉନଥିବା ଅଭିଯୋଗ । ଆତ୍ମହତ୍ୟା କରିବାକୁ ଚେତାବନୀ ଦେଲେ ଶତାଧିକ ଚାଷୀ । ଅଧିକ ପଢନ୍ତୁ...

paddy problem in kendrapara
ଧାନବିକ୍ରି ପାଇଁ ଦିଆଯାଉନି ଟୋକନ, ଆତ୍ମହତ୍ୟାର ଚେତାବନୀ ଦେଲେ ଚାଷୀ

କେନ୍ଦ୍ରାପଡା: ଧାନ ବିକ୍ରି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଆତ୍ମହତ୍ୟା ଧମକ ଦେଇଛନ୍ତି ଚାଷୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ସୋସାଇଟିରେ ।

ସୂଚନା ଅନୁସାରେ, ଗତ ଫେବ୍ରୁଆରୀ ମାସ ପ୍ରଥମ ସପ୍ତାହରୁ ଧାନ ବିକ୍ରି ପାଇଁ ଚାଷୀଙ୍କ ମୋବାଇଲକୁ ମେସେଜ ଆସିଥିଲା । ସୋସାଇଟିର ସମ୍ପାଦକ ଚାଷୀଙ୍କୁ ଟୋକନ ଦେଉନଥିବାରୁ ସେମାନେ ଧାନ ବିକ୍ରି କରି ପାରୁନାହାନ୍ତି। ଧାର ଉଧାର କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କିପରି ପରିଶୋଧ କରିବା ସାହୁକାର ଠାରୁ ଆଣିଥିବା ଋଣକୁ । ଏନେଇ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ। କେବଳ ସେତିକି ନୁହେଁ ଚାଷୀମାନେ ରାଜରାସ୍ତା ଅବରୋଧ କରି ଧାନବସ୍ତାକୁ ରାସ୍ତା ଉପରେ ଢାଳିବେ ବୋଲି କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.