ETV Bharat / state

ପ୍ରତାପ ଦେବ ଭୋଟ ନଦେବା ପ୍ରସଙ୍ଗ: ବିରୋଧୀ କହିଲେ ଗଣତନ୍ତ୍ରକୁ ଅସମ୍ମାନ

ପଞ୍ଚାୟତ ନିର୍ବାଚନର ମତଦାନ କଲେ ନାହିଁ ଆଳି ବିଧାୟକ ପ୍ରତାପ ଦେବ । ଏହାକୁ ନେଇ ବର୍ତ୍ତମାନ ତାଙ୍କୁ ଏବେ ବିରୋଧୀ ଘେରିବାରେ ଲାଗିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Feb 17, 2022, 4:03 PM IST

opposition targets mla pratap dev over his abstaining from panchayat voting
ପ୍ରତାପ ଦେବ ଭୋଟ ନଦେବା ପ୍ରସଙ୍ଗ: ବିରୋଧୀ କହିଲେ ଗଣତନ୍ତ୍ରକୁ ଅସମ୍ମାନ

କେନ୍ଦ୍ରାପଡ଼ା: ଆଳି ବ୍ଲକ ଦେମାଳ ପଞ୍ଚାୟତ ଲୋକାପଡା ୧୬ ନମ୍ବର ୱାର୍ଡରେ ଗତକାଲି ଭୋଟ ଦେଇ ନାହାନ୍ତି ଆଳି ବିଧାୟକ ପ୍ରତାପ ଦେବ । ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ବିଜେଡିକୁ ଘେରିଛନ୍ତି ବିରୋଧୀ । ରାଜତନ୍ତ୍ର ଶାସନ ଯୋଗୁଁ ଆଳି ବିଧାୟକ ପଞ୍ଚାୟତ ଭୋଟ ଦେଇ ନଥିବା କଥା କହିଛି ବିରୋଧୀ । ୧୬ ନମ୍ବର ୱାର୍ଡରେ ଥିବା ବୁଥରେ କ୍ରମିକ ନମ୍ବର ୧ରୁ ୧୫ ପର୍ଯ୍ୟନ୍ତ ନାମ ଥିବା ଭୋଟର ମତଦାନ କରି ନାହାନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ଗତକାଲି ମତଦାନ କାର୍ଯ୍ୟକ୍ରମ ଶେଷ ହୋଇଛି । ତେବେ ଟାଣୁଆ ନେତା ତଥା ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ ଓ ତାଙ୍କ ରାଜ ପରିବାର ଭୋଟ ଦେବାକୁ ଆସିନଥିଲେ । ଏହାକୁ ନେଇ ସହଜରେ ଗ୍ରହଣ କରି ପାରିନାହାନ୍ତି ସ୍ଥାନୀୟ ବାସିନ୍ଦା ସହ ବିରୋଧୀ । ନିର୍ବାଚନରେ ମତଦାନ ନକରିବା ନେଇ ରାଜତନ୍ତ୍ର ଶାସନ ଚାହୁଁଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ।

ଗଣତନ୍ତ୍ରର ପର୍ବ ମତଦାନରେ ନିଜକୁ ସାମିଲ ନକରି ଅନ୍ୟ ଭୋଟରଙ୍କୁ ଭୋଟ ଦେବାପାଇଁ ଅନୁରୋଧ କରିବା ଉଚ୍ଚାରଣ ଓ ଆଚରଣରେ ପାର୍ଥକ୍ୟ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବିଜେପି ଜିଲ୍ଲା ସଭାପତି । ବିଜେଡି ଦଳ ଏବେ ଭାଗଭାଗ ହୋଇଯାଇଥିବା ଓ ଭୟରେ ନିଜ ପଞ୍ଚାୟତରେ ଥିବା ଅନ୍ତଃକନ୍ଦଳ ଯୋଗୁଁ ପ୍ରତାପ ଦେବ ଭୋଟ ଦେଇନଥିବା ଆଲୋଚନା ହେଉଛି । ଗଣତନ୍ତ୍ରରେ ବିଶ୍ୱାସ ନରଖି ରାଜତନ୍ତ୍ର ଚଳାଇ ରାଜୁତି କରୁଥିବା ପ୍ରତାପ ଦେବଙ୍କ ଭୋଟ ନଦେବା ଘଟଣାକୁ ବିଜେପି ନିନ୍ଦା କରିଛି । ଏଥିସହ ଆଗାମୀ ନିର୍ବାଚନରେ ସାଧାରଣ ଜନତାଙ୍କୁ ନ୍ୟୁନ ଦେଖାଉଥିବା ପ୍ରତାପ ଦେବଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିବେ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବିଜେପି ସଭାପତି ।

ପ୍ରତାପ ଦେବ ଭୋଟ ନଦେବା ପ୍ରସଙ୍ଗକୁ ନେଇ କେନ୍ଦ୍ରାପଡ଼ା CPIM ସମ୍ପାଦକ ମଧ୍ୟ ତାଙ୍କୁ ଟାର୍ଗେଟ କରିଛନ୍ତି । ପ୍ରତାପ ଦେବ ଜଣେ ନିର୍ବାଚିତ ଜନ ପ୍ରତିନିଧି ହୋଇ ଗଣତନ୍ତ୍ରକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ନିର୍ବାଚନରେ ରାଜ ପରିବାରର ୫ଜଣ ଭୋଟ ନଦେବା ବାସ୍ତବିକ କ୍ଷୋଭର ବିଷୟ ବୋଲି କହିଛନ୍ତି କେନ୍ଦ୍ରାପଡ଼ା CPIM ସମ୍ପାଦକ ଗୟାଧର ଧଳ । ପ୍ରତାପ ଦେବଙ୍କ ଏଭଳି ଆଚରଣ ପାଇଁ ସେ ଭୋଟରଙ୍କୁ ତୁରନ୍ତ କ୍ଷମା ମାଗନ୍ତୁ ଓ ଗଣତନ୍ତ୍ରରେ ବିଶ୍ୱାସ ରଖୁନଥିବାରୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ସିପିଆଇଏମ ଜିଲ୍ଲା ସମ୍ପାଦକ । ଶାସନ କଳକୁ ବିରୋଧ କରି ଲୋକେ ମତଦାନରୁ ବିରତ ରହିବା ଘଟଣା ଆଗରୁ ନଜିର ରହିଛି ।

ପ୍ରଶାସନ ସହଯୋଗରେ ଅସନ୍ତୁଷ୍ଟ ଭୋଟରଙ୍କୁ ବୁଝାସୁଝା କରି ମତଦାନ କରାଯାଇଛି । ଏଭଳି ସ୍ଥିତିରେ ଶାସକ ଦଳର ନେତା ହୋଇ ମତଦାନ ନକରିବା ରାଜ୍ୟ ସରକାରଙ୍କ ହେଭିୱେଟ ନେତାଙ୍କ ସାଧାରଣ ଲୋକଙ୍କ ପ୍ରତି ଘୃଣାଭାବକୁ ସୁଚାଉଥିବା ଅଭିଯୋଗ ହୋଇଛି । ଆଳି ବ୍ଲକର ଚାରୋଟି ଜୋନରେ ମୋଟ ୬୬.୯୫% ମତଦାନ ହୋଇଛି

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.