ETV Bharat / state

ଧାନ ବିଲରୁ ପ୍ରେମ: ସାତଜନ୍ମର ସାଥୀ ହେଲେ ବୃଦ୍ଧ-ବୃଦ୍ଧା

author img

By

Published : Dec 7, 2022, 1:24 PM IST

ଧାନ ବିଲରୁ ଆରମ୍ଭ ହେଲା ପ୍ରେମ । ପରିଣତ ବୟସରେ ଜଣେ ଅନ୍ୟଜଣର ସାହାରା ପାଲଟିଲେ । ସ୍ତ୍ରୀ ହରାଇଥିବା ଶକ୍ତି ପ୍ରସାଦଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ବିଧବା ବୃଦ୍ଧା ଭଜେଶ୍ୱରୀ । ପଢନ୍ତୁ କେନ୍ଦ୍ରାପଡାର ବୃଦ୍ଧ ଦମ୍ପତିଙ୍କ ଏହି ନିଆରା କାହାଣୀ ।

ଧାନ ବିଲରୁ ପ୍ରେମ: ସାତଜନ୍ମର ସାଥୀ ହେଲେ ବୃଦ୍ଧ-ବୃଦ୍ଧା
ଧାନ ବିଲରୁ ପ୍ରେମ: ସାତଜନ୍ମର ସାଥୀ ହେଲେ ବୃଦ୍ଧ-ବୃଦ୍ଧା

କେନ୍ଦ୍ରାପଡା: କୁହାଯାଏ ପ୍ରେମ କେତେବେଳେ ହୁଏ ଓ କାହା ସହ ହୋଇଯାଏ କେହି ଜାଣନ୍ତିନି । ପ୍ରେମ ଦେଖନି ଜାତି ଗୋତ୍ର କି ବୟସ (love knows no age) । ପ୍ରଥମ ଦେଖାରେ ହୃଦୟ ଅଜଣା ମଣିଷକୁ ନିଜର କରିବସେ । ଆଉ ଦୁଇ ହୃଦୟ ସାତ ଜନ୍ମର ସାଥୀ ହୋଇ ରହିବାକୁ କଥା ଦିଅନ୍ତି । ସେମିତି କିଛି ଘଟିଛି କେନ୍ଦ୍ରାପଡା ଜିଲ୍ଲାର ଦୁଇ ବୃଦ୍ଧ ବୃଦ୍ଧାଙ୍କ କ୍ଷେତ୍ରରେ । ଧାନ ବିଲରୁ ଆରମ୍ଭ ହୋଇଥିବା ସେମାନଙ୍କ ପ୍ରେମ, ଅତୁଟ ବୈବାହିକ ସମ୍ପର୍କରେ ପରିଣତ ହୋଇଛି । ଜଗତର ନାଥ ଜଗନ୍ନାଥଙ୍କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରେମୀ ଯୁଗଳ ୬୫ ବର୍ଷୀୟ ଶକ୍ତି ପ୍ରସାଦ ମିସ୍ତ୍ରୀ ଓ ବିଧବା ବୃଦ୍ଧା ଭଜେଶ୍ୱରୀ ।

ଧାନ ବିଲରୁ ପ୍ରେମ

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଉପାନ୍ତ ଅଞ୍ଚଳ ଗୋଗୁଆ ପଞ୍ଚାୟତର ଗୁଳୁଦିଆ ଗାଁର ୬୫ ବର୍ଷୀୟ ଶକ୍ତିପ୍ରସାଦ ମିସ୍ତ୍ରୀଙ୍କ ୬ ବର୍ଷ ତଳେ ପତ୍ନୀ ବିୟୋଗ ଘଟିଥିଲା । ଦୁଇପୁଅ ଓ ଦୁଇ ଝିଅଙ୍କ ବିବାହ କରାଇବା ପରେ ପରିଣତ ବୟସରେ ସୁଖଶାନ୍ତିରେ ଦିନ କାଟିବେ ବୋଲି ଚାହିଁଥିଲେ ଶକ୍ତି ପ୍ରସାଦ । ହେଲେ ପୁଅ ବୋହୂଙ୍କ ଅତ୍ୟାଚାର ତାଙ୍କୁ ଅତିଷ୍ଠ କଲା । ପେଟ ପୋଷିବାକୁ ୬୫ ବର୍ଷ ବୟସରେ ମୂଲ ମଜୁରୀ ଲାଗିଲେ । ପୁଅବୋହୂ ତାଙ୍କୁ ଭଲ କରି ମୁଠାଏ ଖାଇବାକୁ ଦେଉନଥିଲେ । ଏତିକି ବେଳେ ବୃଦ୍ଧଙ୍କର ଦେଖା ହୋଇଥିଲା ଭଜେଶ୍ୱରୀ ନାମକ ଜଣେ ବୃଦ୍ଧାଙ୍କ ସହ । ଜଣଙ୍କ ବିଲରେ ଧାନ କାଟୁଥିବା ବେଳେ ଦୁହିଁଙ୍କର ଭେଟଘାଟ ହୋଇଥିଲା । ସେଇଠି ଭଜେଶ୍ବରୀଙ୍କ ପ୍ରେମରେ ପଡିଯାଇଥିଲେ ବୃଦ୍ଧା ଶକ୍ତି ପ୍ରସାଦ ।

ଦେଢ ବର୍ଷ ତଳେ ଭଜେଶ୍ବେରୀଙ୍କ ସ୍ବାମୀଙ୍କ ପରଲୋକ ହୋଇଯାଇଥିଲା । ପୁଅବୋହୂ ଓ ଝିଅ ମିଶି ତାଙ୍କୁ ନିର୍ଯାତନା ଦେଉଥିଲେ । ବୃଦ୍ଧ ଶକ୍ତି ପ୍ରସାଦଙ୍କ ଭଳି ଭଜେଶ୍ବରୀ ମଧ୍ୟ ଦୁଃଖରେ ଦିନ କାଟୁଥିବାରୁ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ନିବିଡତା ବଢିଥିଲା । ପରସ୍ପର ଦୁଃଖସୁଖ ହେବା ସହ ପରିଣତ ବୟସରେ ଜଣେ ଅନ୍ୟ ଜଣଙ୍କର ସାହାରା ହେବାକୁ କଥା ଦେଇଥିଲେ ଓ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ଉଭୟଙ୍କ ପରିବାର ଲୋକେ ଓ ଝିଅ ଜ୍ବାଇଁ ସେମାନଙ୍କ ବିବାହ ପାଇଁ ସହମତି ପ୍ରକାଶ କରିନଥିଲେ ।

ଏହାମଧ୍ୟ ପଢନ୍ତୁ: ମୁମ୍ବାଇରେ ଦାଦନ ଶ୍ରମିକ ନିଖୋଜ: ୮ ମାସ ହେଲାଣି ମିଳୁନି ପତ୍ତା, କାନ୍ଦି କାନ୍ଦି ଅଥୟ ସମ୍ପର୍କୀୟ

ମାତ୍ର କୌଣସି ବାଧା ବନ୍ଧନ ଏହି ଦୁଇ ବୃଦ୍ଧା ପ୍ରେମୀ ଯୁଗଳଙ୍କୁ ଅଲଗା କରିପାରି ନଥିଲା । ଶେଷରେ ମଙ୍ଗଳବାର ଅପରାହ୍ନରେ ଗୋଗୁଆ ସ୍ଥିତ ଜଗନ୍ନାଥ ମନ୍ଦିରରେ ପୁନଃ ଅଗ୍ନିକୁ ସାକ୍ଷୀ ରଖି ଜଣେ ଅନ୍ୟ ଜଣଙ୍କର ସାଥି ହୋଇଛନ୍ତି ଏହି ବୟସ୍କ ଦମ୍ପତି । ସାମାଜିକ କର୍ମୀ ଓ ସଙ୍ଗଠନ ସେମାନଙ୍କ ବିବାହ କରାଇଛନ୍ତି । ଚର୍ମ ଧୁଡୁ ଧୁଡୁ ହେଉଥିବା ବୟସରେ ନବ ସହଧର୍ମିଣୀ ଭଜେଶ୍ୱରୀଙ୍କୁ ପାଇ ବେଶ ଖୁସି ଅଛନ୍ତି ଶକ୍ତି ପ୍ରସାଦ । ସେହିପରି ସ୍ୱାମୀଙ୍କ ଅନ୍ତେ ଜୀବନ ଦୁର୍ବିସହ ହୋଇ ପଡ଼ିଥିବା ବେଳେ ଶକ୍ତି ପ୍ରସାଦଙ୍କୁ ପାଇ ଭଜେଶ୍ୱରୀ ମଧ୍ୟ ଆନନ୍ଦିତ ଥିବା ଦେଖାଯାଇଛି । ତେବେ ପରିଣତ ବୟସରେ ସାହା ଓ ସେବା ଖୋଜୁଥିବା ଏହି ନବ ଦମ୍ପତ୍ତି ଜଣେ ଅନ୍ୟର ସାହାରା ହେବେ ବୋଲି ଚକାଆଖିକୁ ସାକ୍ଷୀ ରଖି କଥା ଦେଇଥିବା ବେଳେ ବୈବାହିକ ଜୀବନ ସୁଖମୟ ହେଉ ବୋଲି ପ୍ରାର୍ଥନା କରିଛନ୍ତି ସାମାଜିକ କର୍ମୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.