ETV Bharat / state

କେନ୍ଦ୍ରାପଡ଼ାରେ ଓଡିଆ ଜନ ଜାଗରଣ ଯାତ୍ରା ଆରମ୍ଭ, ଭାଷା ପାଇଁ ଏକାଠି ହେବାକୁ ଆହ୍ବାନ

author img

By

Published : Apr 11, 2022, 8:47 PM IST

କେନ୍ଦ୍ରାପଡା ଜିଲ୍ଲାରେ ଆଜି(ସୋମବାର) ଆରମ୍ଭ ହୋଇଛି ଜନ ଜାଗରଣ ଯାତ୍ରା । ଏହି ଅବସରରେ ଜିଲ୍ଲାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ାରେ ଓଡିଆ ଜନ ଜାଗରଣ ଯାତ୍ରା ଆରମ୍ଭ, ଭାଷା ପାଇଁ ଏକାଠି ହେବାକୁ ଆହ୍ବାନ
କେନ୍ଦ୍ରାପଡ଼ାରେ ଓଡିଆ ଜନ ଜାଗରଣ ଯାତ୍ରା ଆରମ୍ଭ, ଭାଷା ପାଇଁ ଏକାଠି ହେବାକୁ ଆହ୍ବାନ

କେନ୍ଦ୍ରାପଡ଼ା: ଜିଲ୍ଲାରେ ଆଜି(ସୋମବାର) ଆରମ୍ଭ ହୋଇଛି ଓଡିଆ ଜନ ଜାଗରଣ ଯାତ୍ରା । ଏହି ଅବସରରେ ପୂର୍ବତନ ବିଧାୟିକା ଡକ୍ଟର ସିପ୍ରା ମଲ୍ଲିକଙ୍କ ନେତୃତ୍ବରେ ତୁଳସୀ ମହିଳାବିଦ୍ୟାଳୟ ଠାରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହାସହ ଜିଲ୍ଲାବାସୀଙ୍କୁ ଭାଷା ପାଇଁ ଏକାଠି ହେବାକୁ ଦିଆଯାଇଛି ଆହ୍ବାନ ।

ଭାଷା ଆମର ଜୀବନୀଶକ୍ତି, ସ୍ପନ୍ଦନ, ପରିଚୟ ଓ ଭାଷା ଆମର ଅସ୍ତିତ୍ବ । ଯେଉଁ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇ ସାରିଛି, ସେହି ଭାଷାକୁ ନେଇ ଆମେ ଗର୍ବ କରିବା ସହ ଉଲ୍ଲସିତ ହେବା ଉଚିତ । ଭାଷା ପାଇଁ ଅଧିକ ସମର୍ପିତ ହେବାର ଆବଶ୍ୟକତା ରହିଛି ଏବଂ ଭାଷା କିପରି ସଶକ୍ତ ହେବ, ଦୃଢ଼ ହେବ, ସେଥିପାଇଁ ୨୦୧୦ ମସିହାରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ତେବେ ଏପ୍ରିଲ ୧ ଉତ୍କଳ ଦିବସ ଠାରୁ ଏପ୍ରିଲ ୨୮ ସ୍ବାଭିମାନ ଦିବସ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଉପରେ ଏକ ଜନସଚେତନ ଯାତ୍ରା ସାରା ଓଡ଼ିଶାରେ ପଦଯାତ୍ରା କରାଯାଉଛି । ତେବେ ଆଜି କେନ୍ଦ୍ରାପଡାରେ ଏ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜିଲ୍ଲାର ଅନେକ ବୁଦ୍ଧିଜୀବି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.