ETV Bharat / state

ମାଣ୍ଡିଆ ଦେଖାଇଛି ରୋଜଗାର ବାଟ; ବଢୁଛି ମାଣ୍ଡିଆ ଖାଦ୍ୟର ଚାହିଦା, ମିଳୁଛି ଅର୍ଡର ପରେ ଅର୍ଡର

Millet shown a new way of earning: ମାଣ୍ଡିଆ ଦେଖାଇଛି ରୋଜଗାରର ନୂଆ ଉପାୟ । ପ୍ୟାକେଟ ହୋଇ ବିକ୍ରି ହେଉଛି ମାଣ୍ଡିଆରୁ ତିଆରି ବଡି, ପାମ୍ପଡ଼ ,ଆରିସା ଓ ଦାନ୍ତିକିଲି । ଆଗକୁ ପଢ଼ନ୍ତୁ,

author img

By ETV Bharat Odisha Team

Published : Dec 30, 2023, 9:02 AM IST

ମାଣ୍ଡିଆରୁ ସୁଆଦିଆ ପ୍ରଡକ୍ଟ
ମାଣ୍ଡିଆରୁ ସୁଆଦିଆ ପ୍ରଡକ୍ଟ
ମାଣ୍ଡିଆରୁ ସୁଆଦିଆ ପ୍ରଡକ୍ଟ

କେନ୍ଦ୍ରାପଡା: ମାଣ୍ଡିଆ ଦେଖାଇଛି ରୋଜଗାରର ନୂଆ ଉପାୟ । ପ୍ୟାକେଟ ହୋଇ ବିକ୍ରି ହେଉଛି ମାଣ୍ଡିଆରୁ ତିଆରି ବଡି, ପାମ୍ପଡ଼, ଆରିସା ଓ ଦାନ୍ତିକିଲି । 50 ହଜାର ଟଙ୍କା ବିନିଯୋଗରେ ଆରମ୍ଭ କରିଥିଲେ ଏହି ବ୍ୟବସାୟ । ଆଉ ଚାହିଦା ବଢ଼ିବା ସହ ଅନଲାଇନ ଅର୍ଡର ମଧ୍ୟ ନିଆଯାଉଛି । ମାଣ୍ଡିଆରୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତି କରି ଏଭଳି ଭାବେ ରୋଜଗାରର ନୂଆ ରାହା ପାଇଛନ୍ତି କେନ୍ଦ୍ରାପଡାର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା । ହେଲେ ମାଣ୍ଡିଆର ଅଭାବ ଏହି ମହିଳାମାନଙ୍କ ବିକାଶରେ ବାଧା ସାଜିଛି ।

ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ବିଭିନ୍ନ ସାମଗ୍ରୀ:

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଳକ ଗୋଲରାହାଟ ପଞ୍ଚାୟତ ଶ୍ରୀ ଶ୍ରୀ ଦଧିବାମନଜୀୟୁ ଉତ୍ପାଦିକା ଗୋଷ୍ଠୀ ମହିଳାଙ୍କୁ ମାଣ୍ଡିଆ ଦେଇଛି ରୋଜଗାର । ୨୦୧୭ ମସିହାରେ ଓଡ଼ିଶାରେ ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ସେଠାରୁ ତାଙ୍କୁ ପ୍ରେରଣା ମିଳିଥିଲା କିଛି ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟ ହିତକର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ । ୟୁଟ୍ୟୁବ ଶିଖାଇ ଥିଲା ମାଣ୍ଡିଆରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ପ୍ରଣାଳୀ । ମାତ୍ର ୫୦ ହଜାର ଟଙ୍କା ବିନିଯୋଗରେ ଆରମ୍ଭ କରିଥିଲେ ଏହି ବ୍ୟବସାୟ । ସେବେଠାରୁ ସ୍ଥାନୀୟ ଅଞ୍ଚଳରେ ଏହି ଉତ୍ପାଦ ଗୋଷ୍ଠୀ ମହିଳାଙ୍କ ହାତ ତିଆରି ସାମଗ୍ରୀର ଚାହିଦା ବଢ଼ୁଛି ।

ପ୍ରଥମେ ମାଣ୍ଡିଆ ଛତୁଆରୁ ଆରମ୍ଭ କରି ଏବେ ମାଣ୍ଡିଆରୁ ତିଆରି ବଡି, ପାମ୍ପଡ଼, ଦହିବରା, ଆରିସା ଦାନ୍ତିକିଲି ସାଙ୍ଗକୁ କାକରା ଓ ରସାବଳୀ ମଧ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଏହି ମହିଳା ଗୋଷ୍ଠୀ । ପୂଜା ପର୍ବାଣୀରୁ ଆରମ୍ଭ କରି ବିବାହ ବ୍ରତଘର ସବୁ କାର୍ଯ୍ୟ ପାଇଁ ଅନଲାଇନରେ ମଧ୍ୟ ଅର୍ଡର ଗ୍ରହଣ କରୁଛନ୍ତି । 22 ଜଣରୁ ଆରମ୍ଭ ହୋଇଥିବା ଏହି ଗୋଷ୍ଠୀରେ ଆହୁରି ସଦସ୍ୟ ଯୋଡ଼ି ହେଉଛନ୍ତି । ଲୋକଙ୍କୁ ମାଣ୍ଡିଆରୁ ପ୍ରସ୍ତୁତ ସାମଗ୍ରୀ ବିଷୟରେ ବିଶେଷ କିଛି ଜଣାନଥିବାରୁ ଏନେଇ ସଚେତନତା କରାଇବାକୁ ପଡୁଛି ।

ଏହା ମଧ୍ୟ ପଢ଼ନ୍ତୁ... ବିଜେଡି ଚାଷୀଙ୍କ ବଳ ନୁହେଁ କାଳ: ପ୍ରଦୀପ ପୁରୋହିତ

ମାଣ୍ଡିଆର ଅଭାବ ବିକାଶରେ ବାଧା ସାଜିଛି

ଉପକୂଳ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ମାଣ୍ଡିଆ ଚାଷ ହେଉନଥିବାରୁ ମାଣ୍ଡିଆର ଅଭାବ ଦେଖାଦେଇଛି । ପାଖ ଅଞ୍ଚଳରେ ମାଣ୍ଡିଆ ଉତ୍ପାଦନ ହେଉନଥିବାରୁ ମହିଳାମାନଙ୍କୁ ଚଢ଼ା ଦରରେ କଞ୍ଚାମାଲ କିଣିବାକୁ ପଡ଼ୁଛି । କିଲୋ ପିଛା ସେ 50 ଟଙ୍କା ଦରରେ ମାଣ୍ଡିଆ କିଣୁ ଥିବାବେଳେ ଏହାକୁ ଧୋଇ ଶୁଖାଇ ଦେଲେ ମାତ୍ର ୮୦୦ ଗ୍ରାମ ମାଣ୍ଡିଆ ମିଳୁଛି । ତେବେ ଏନେଇ ସରକାରଙ୍କୁ ମାଣ୍ଡିଆର ଆବଶ୍ୟକତା ମେଣ୍ଟାଇବାକୁ ଅନୁରୋଧ କରିଛନ୍ତି ଗୋଷ୍ଠୀର ମହିଳା । ତେବେ ଏନେଇ ଡେରାବିଶ୍ ବ୍ଲକ ଆତ୍ମା ଅଧ୍ୟକ୍ଷ କହିଛନ୍ତି, ’’ଚଳିତ ବର୍ଷ ୧୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯିବ । ଏହି ଚାଷ ସମ୍ପୂର୍ଣ୍ଣ ହେଲେ ମାଣ୍ଡିଆର ଆବଶ୍ୟକତା ମେଣ୍ଟିବ ।’’

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.