ETV Bharat / state

Kendrapara Bridge Collapse: ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

author img

By

Published : Mar 25, 2023, 12:52 PM IST

କେନ୍ଦ୍ରାପଡା ନିର୍ମାଣଧିନ ପୋଲ ଭୁଶୁଡିବା ଘଟଣାକୁ ୧୦ ଦିନ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେବେ ଆସନ୍ତା ୨୬ ତାରିଖ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ । ଅଧିକ ପଢନ୍ତୁ

Under Construction Bridge Collapse
Under Construction Bridge Collapse
Under Construction Bridge Collapse

କେନ୍ଦ୍ରାପଡା: ନିର୍ମାଣଧୀନ ପୋଲ ଭୁଶୁଡିବା ଘଟଣା । ଭିଜିଲାନ୍ସ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ । ଆସନ୍ତା ୨୬ ତାରିଖ ତାରିଖ ସୁଦ୍ଧା ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଗତ ୧୫ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଗୋବରୀ ନଦୀ ଉପରେ ଦ୍ଵିତୀୟ ବାଇପାସ ରାସ୍ତା ପାଇଁ ସେତୁ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ପୋଲର ବେସ ଉପରେ ରଖାଯାଇଥିବା ୩୬ ମିଟର ଲମ୍ବ ବିଶିଷ୍ଟ ଗାର୍ଡରଟି ହଠାତ ଭୁଶୁଡି ପଡିଥିଲା । ଏଥିରେ ଶ୍ରମିକମାନେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଏହାକୁ ନେଇ ତୁମ୍ବି ତୋଫାନ ଆରମ୍ଭ ହୋଇଥିଲା ।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏହି ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିବା ବେଳେ ଶୁକ୍ରବାର ଦିନ ବିଜେପି ରାଜ୍ୟ ପ୍ରବକ୍ତା ଓ ଜିଲ୍ଲା ସଭାପତି ଘଟଣାସ୍ଥଳରେ ପହଞ୍ଚି ଏଠାରେ ପୋଲ ଗାର୍ଡର ଭୁଶୁଡି ନାହିଁ ବରଂ ରାଜ୍ୟ ସରକାରଙ୍କ 5T ଯୋଜନା ଭୁଶୁଡି ପଡିଛି ବୋଲି କଟାକ୍ଷ କରିଥିଲେ । ଏହାସହ ସଠିକ ତଦନ୍ତ କରାନଗଲେ ଆଗାମୀ ଦିନରେ ବିଜେପି ଗଣ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ ।

ସେହିପରି ବିଧାନସଭାରେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ରାଜ୍ୟରେ ପିସିର ସେତୁ ଚାଲିଛି ବୋଲି କହିଥିଲେ । ଏହାପରେ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ପୋଲ ନିର୍ମାଣର ଡିଜାଇନ ମୁଖ୍ୟ, ୱାର୍ଲଡ଼ ବ୍ୟାଙ୍କ ଅଧିକାରୀ ତଦନ୍ତ କରି ଫେରିଥିଲେ ହେଁ ଏଯାବତ ତଦନ୍ତ ରିପୋର୍ଟ ମିଳି ପାରିନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଅପରପକ୍ଷରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଏହା ଏକ ଦୁର୍ଘଟଣା, ଏଥିପାଇଁ କେହି ଦାୟୀ ନୁହନ୍ତି ବୋଲି କହି ପୋଲ ନିର୍ମାଣ କାର୍ଯ୍ୟ ଟେଣ୍ଡର ନେଇଥିବା ଠିକାସଂସ୍ଥା ARSSକୁ ପରୋକ୍ଷରେ କ୍ଲିନଚିଟ ଦେଇଥିଲେ । ତେବେ ଏନେଇ ଜନଅସନ୍ତୋଷ ସୃଷ୍ଟି ହେବା ପରେ ଲୋକାୟୁକ୍ତ ନିଜ ଆଡୁ ଏହି ପୋଲ ଭୁଷୁଡିବା ଘଟଣାରେ ୧୨୧/୨୦୨୩ରେ ମାମଲା କରି ଭିଜିଲାନ୍ସକୁ ଆସନ୍ତା ଜୁନ ୨୬ ସୁଦ୍ଧା ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହି ମାମଲାରେ କେନ୍ଦ୍ରାପଡା ପୂର୍ତ୍ତ ବିଭାଗର ଇଞ୍ଜିନିୟର ଓ ଅନ୍ୟମାନଙ୍କୁ ପକ୍ଷ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଥିବା ବେଳେ ରାଜ୍ୟ ଭିଜିଲାନ୍ସ ବିଭାଗ କିପରି ଏହାର ତଦନ୍ତ ସମ୍ପନ୍ନ କରୁଛି ଓ କେଉଁ ରିପୋର୍ଟ ପ୍ରଦାନ କରୁଛି ସେନେଇ ସମସ୍ତଙ୍କ ଅପେକ୍ଷା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.