ETV Bharat / state

ମାଲବାହୀ ଟ୍ରେନ୍‌ ବଗିରୁ ବାହାରିଲା ଧୂଆଁ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ

କେନ୍ଦ୍ରାପଡ଼ାରେ ମାଲବାହୀ ଟ୍ରେନରୁ ଧୂଆଁ ବାହାରିବା ଦେଖି ଆତଙ୍କିତ ହୋଇଥିଲେ ସ୍ଥାନୀୟ ବାସିନ୍ଦା । ବାଜିପଡ଼ା ଷ୍ଟେସନରେ ଟ୍ରେନ୍‌ ଅଟକି ରହିଥିବାବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 27, 2023, 6:32 PM IST

ମାଲବାହୀ ଟ୍ରେନ ବଗିରୁ ବାହାରିଲା ଧୂଆଁ
ମାଲବାହୀ ଟ୍ରେନ ବଗିରୁ ବାହାରିଲା ଧୂଆଁ
ମାଲବାହୀ ଟ୍ରେନ ବଗିରୁ ବାହାରିଲା ଧୂଆଁ

କେନ୍ଦ୍ରାପଡ଼ା: ମାଲବାହୀ ଟ୍ରେନରୁ ଧୂଆଁ ବାହାରିବା ଦେଖି ଆତଙ୍କିତ ସ୍ଥାନୀୟ ଲୋକେ । କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଅପରାହ୍ନରେ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ହରିଦାସପୁର-ପାରାଦ୍ବୀପ ରେଳପଥର କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅନ୍ତର୍ଗତ "ବାଜିପଡା ଷ୍ଟେସନ"ରେ ଅଟକି ରହିଥିଲା ଟ୍ରେନ୍‌ । ଗତ ଜୁନ୍‌ ମାସର ହୃଦୟ ବିଦାରକ ଟ୍ରେନ୍‌ ଦୁର୍ଘଟଣା ମନରୁ ନଲିଭୁଣୁ ପ୍ରତ୍ୟେକ ଦିନ ଦୁର୍ଘଟଣାର ଖବର ଆସୁଛି । ଦେଶର ବିଭିନ୍ନ ସ୍ଥାନମାନଙ୍କରେ ରେଳ ଦୁର୍ଘଟଣା ଲଗାତାର ଘଟି ଚାଲିଛି । ତେବେ ଏଯାଏଁ ପାସେଞ୍ଜର ଟ୍ରେନ୍‌ ଦେଖିନଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ମାଲବାହୀ ଟ୍ରେନରେ ଧୂଆଁ ବାହାରିବା ଘଟଣା ସମସ୍ତଙ୍କୁ ଭୟଭୀତ କରିଛି ।

ସୂଚନା ମୁତାବକ, ଟ୍ରେନର ବଗିରୁ ଧୁଆଁ ବାହାରିବାରୁ କୌଣସି ପ୍ରକାର ଅଘଟଣର ଆଶଙ୍କା କରି ଟ୍ରେନ୍‌କୁ ଷ୍ଟେସନରେ ହିଁ ଅଟକିବାକୁ ପଡ଼ିଥିଲା । ଟ୍ରେନ୍‌ଟି ଷ୍ଟେସନରେ ଅଟକି ରହିଥିବାବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ । ସେମାନେ ନିଆଁକୁ ଆୟତ୍ତ କରିବା ପରେ ଟ୍ରେନରୁ ଧୂଆଁ ବାହାରିବା ବନ୍ଦ ହୋଇଥିଲା । ଅଗ୍ନିଶମ କର୍ମଚାରୀମାନେ ନିଆଁ ଲାଗିବାର କାରଣ ଖୋଜିଥିଲେ ମଧ୍ୟ ତାହା ଏଯାବତ ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ...ପୁଣି ଟ୍ରେନ ଅଘଟଣ, ମାଲବାହୀ ଟ୍ରେନରୁ ଅଲଗା ହେଇଗଲା ଇଞ୍ଜିନ

ସୂଚନା ଅନୁସାରେ, ଆଜି ଅପରାହ୍ନରେ ଏକ କୋଇଲା ବୋଝେଇ ଟ୍ରେନ୍‌ ପାରାଦ୍ୱୀପରୁ ହରିଦାସପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ଡେରାବିଶ ଅନ୍ତର୍ଗତ "ବାଜିପଡା ଷ୍ଟେସନ" ପାଖରେ ଅଟକିଥିବାବେଳେ ହଠାତ୍‌ ଟ୍ରେନର ଦୁଇଟି ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ତେବେ ଉକ୍ତ ଷ୍ଟେସନର ସମସ୍ତ କର୍ମଚାରୀ ଆସି ଦେଖିବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକୋ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଭୟଭୀତ ହୋଇ ପଡ଼ିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରଥମେ ରେଲୱେ ଲାଇନର ବିଦ୍ୟୁତ ସଂଯୋଗକୁବିଚ୍ଛେଦ କରିବାକୁ କହିଥିଲେ । ପରେ ଧୂଆଁ ବାହାରୁଥିବା ବଗି 2ଟିକୁ ସମ୍ପୂର୍ଣ୍ଣ ଭାବରେ ଜଳ ସିଞ୍ଚନ କରିବା ପରେ ନିଆଁ ଆୟତ୍ତ ହୋଇଥିଲା । ଏନେଇ ଅଗ୍ନିଶମ ଅଧିକାରୀ କହିଛନ୍ତି, "ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ହେଲେ ଆଉ କିଛି ବିପଦ ନାହିଁ ।"

ତେବେ ବାଲେଶ୍ବର ବାହାନଗାର ଭୟଙ୍କର ଟ୍ରେନ୍‌ ଟ୍ରାଜେଡି ପରେ ସମସ୍ତଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ଏହି ଟ୍ରେନ ଦୁର୍ଘଟଣାର ଦୁଃଖ ଏଯାଏଁ ମନରୁ ଲିଭିନି । ଏବେବି ଅନେକ ମୃତଦେହ ହସ୍ପିଟାଲରେ ପଡ଼ି ରହିଛି । ଏପରି ସ୍ଥଳେ ଦେଶର ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଦିନ ଦୁର୍ଘଟଣାର ଚିତ୍ର ସାମନାକୁ ଆସୁଛି । କେତେବେଳେ ଟ୍ରେନ୍‌ ବଗିରେ ନିଆଁ ଲାଗିଯାଉଛି ତ କେତେବେଳେ ବଗି ଲାଇନଚ୍ୟୁତ ହେଉଛି । ଏନେଇ ରେଳବାଇ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.