ETV Bharat / state

ପଦାରେ ପଡିଲା ଶିକ୍ଷା ବ୍ୟବସ୍ଥାର ଅସଲି ଚିତ୍ର, ସ୍କୁଲରେ ପାଠ ପଢାଉଛନ୍ତି କା ଶିକ୍ଷୟତ୍ରୀ - ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ

କେନ୍ଦ୍ରାପଡା ରାଜକନିକା ବ୍ଲକର ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା । ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଅହଲ୍ୟା ବିଶ୍ୱାଳଙ୍କ ବଦଳରେ ତାଙ୍କ ଝିଅ ପାଠ ପଢାଉଛନ୍ତି । କାହା ଅନୁମତିରେ ପାଠପଢାଉଛନ୍ତି ଶିକ୍ଷୟତ୍ରୀଙ୍କ ଝିଅ ସେନେଇ ପ୍ରଶ୍ନବାଚୀ । ଅଧିକ ପଢନ୍ତୁ

ପଦାରେ ପଡିଲା ଶିକ୍ଷା ବ୍ୟବସ୍ଥାର ଅସଲି ଚିତ୍ର, ସ୍କୁଲରେ ପାଠ ପଢାଉଛନ୍ତି କା ଶିକ୍ଷୟତ୍ରୀ

author img

By

Published : Aug 29, 2022, 6:37 PM IST

Updated : Aug 29, 2022, 6:54 PM IST

କେନ୍ଦ୍ରାପଡା: ପୁଣି ପଦାରେ ପଡିଲା କେନ୍ଦ୍ରାପଡା ରାଜକନିକା ବ୍ଲକର ଶିକ୍ଷା ବ୍ୟବସ୍ଥାର ଅସଲି ଚିତ୍ର । ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ନେଇ ଗୋଟିଏ ପରେ ଗୋଟିଏ ଚିତ୍ର ଏବେ ପଦାକୁ ଆସିବାରେ ଲାଗିଛି । ପୂର୍ବରୁ ଜନୈକା ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କାମରେ ଲଗାଇ ବଦଳି ହୋଇଥିବାବେଳେ, ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଏକ ସରକାରୀ ସ୍କୁଲରେ ଶିକ୍ଷୟତ୍ରୀ ପାଠ ପଢାଇବା ବଦଳରେ ଶିକ୍ଷାଦାନ କରୁଛନ୍ତି କା ଶିକ୍ଷୟତ୍ରୀ । ସରକାରୀ ଶିକ୍ଷୟତ୍ରୀଙ୍କ ବଦଳରେ ପାଠ ପଢାଉଛନ୍ତି ତାଙ୍କ ଝିଅ । ରାଜକନିକା ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଅହଲ୍ୟା ବିଶ୍ୱାଳଙ୍କ ବଦଳରେ ତାଙ୍କ ଝିଅ ପାଠ ପଢାଉଛନ୍ତି ।

ପଦାରେ ପଡିଲା ଶିକ୍ଷା ବ୍ୟବସ୍ଥାର ଅସଲି ଚିତ୍ର, ସ୍କୁଲରେ ପାଠ ପଢାଉଛନ୍ତି କା ଶିକ୍ଷୟତ୍ରୀ

ଏପରି ଅଭିଯୋଗ ପରେ ବିଦ୍ୟାଳରେ ପହଞ୍ଚି ଥିଲେ ଗଣମାଧ୍ୟମ ପ୍ରତିନିଧି । ଆଉ ତାପରେ ହଡବଡେଇ ଯାଇଥିଲେ କା ଶିକ୍ଷୟତ୍ରୀ । ଗଣମାଧ୍ୟମ ପ୍ରତିନିଧି କାହା ପରମିଶନରେ କା ଶିକ୍ଷୟତ୍ରୀ ସାଜିଛନ୍ତି ପଚାରିବାରୁ ପାଲଟା ଜବାବ ଦେଇ କାହାଠୁ ପରମିଶନ ଆଣି ଫଟୋ ଉଠାଉଛି ବୋଲି ଓଲଟା ସେ ପ୍ରଶ୍ନ କରିଥିଲେ । ଏଥିସହ ମାଆଙ୍କ ଗୋଡ ଫ୍ୟାକ୍ଚର ହୋଇଥିବାରୁ ସେ ପାଠ ପଢାଉଥିବା ମତ ରଖିଥିଲେ । ଏହାପରେ ମାଆଙ୍କୁ ଫୋନ୍‌ ଯୋଗେ ଏହାପରେ ତାଙ୍କ ମାଆ ଅହଲ୍ୟା ବିଶ୍ୱାଳଙ୍କୁ ଫୋନ କରି ବିଇଓଙ୍କ ସହ କଥା ହେବାକୁ କହିବା ସହ ଶୀଘ୍ର ସ୍କୁଲକୁ ଆସିବାକୁ କହିଥିଲେ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ, କାହା ଅନୁମତି କା ଶିକ୍ଷୟତ୍ରୀ ସାଜି ଅହଲ୍ୟା ବିଶ୍ୱାଳଙ୍କ ଝିଅ ପାଠ ପଢାଉଛନ୍ତି ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ ସଭାପତି ଉମେଶ ପାଢ଼ୀ କହିଛନ୍ତି ଯେ, ''କେନ୍ଦ୍ରାପଡ଼ାର ଏହି ବିଦ୍ୟାଳୟରେ ମାଆ ବଦଳରେ ଝିଅ ପାଠ ପଢାଉଛନ୍ତି, ପ୍ରଧାନଶିକ୍ଷତ୍ରୀ ଅହଲ୍ୟା ବିଶ୍ବାଳଙ୍କ ଝିଅ ସୀମାରେଖା ମହାନ୍ତି ସ୍କୁଲରେ ପାଠ ପଢାଉଛନ୍ତି । ସବୁଠାରୁ ବଡ କଥା ସେ ସରକାରୀ ଶିକ୍ଷକଙ୍କ ୟୁନିଫର୍ମ ପରିଧାନ କରି ପାଠପଢାଉଛନ୍ତି ।" ଦୁର୍ଭାଗ୍ୟରେ କଥା ଯେ ବିନା କୌଣସି ତାଲିମରେ ସେ କା ଶିକ୍ଷୟତ୍ରୀ ହୋଇ ପାଠପଢୁଥିବାବେଳେ, ବିଦ୍ୟାଳୟରେ ପଶିବାକୁ କିଏ ପଶିବାକୁ ଅନୁମତି ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ କା ଶିକ୍ଷୟତ୍ରୀ ପିଲା ପାଠପଢାଉଥିବା ସମୟରେ ନାଲିଆଖି ଦେଖାଇ ମାଡ ମଧ୍ୟ ମାରୁଥିବା ସେ ଅଭିଯୋଗ କରିଛନ୍ତି ।

ଏନେଇ କଂଗ୍ରେସ ଓବିସି ସେଲ ସଭାପତି ବିଧୁଭୂଷଣ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ''କେନ୍ଦ୍ରାପଡାରେ କା ପରମ୍ପରା ଚାଲିଛି ଚାଲିଥିବ । କାହିଁକିନା ଏଠାରେ ଏନେଇ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । କେବଳ ତଦନ୍ତ ଚାଲୁଥିବା କୁହାଯାଉଛି । ତେବେ ଏହି ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀଙ୍କ ବଦଳରେ ତାଙ୍କ ଝିଅ ପାଠ ପଢାଉଛନ୍ତି । ତାଙ୍କୁ କିଏ ପାଠ ପଢିବାକୁ ଅନୁମତି ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।''

ସେହିପରି ଏହି ଘଟଣା ନେଇ ବ୍ଲକ ଶିକ୍ଷାଧିକାରୀ ସରୋଜ ବିହାରୀଙ୍କୁ ପଚାରିବାରୁ ସେ କହିଛନ୍ତି, "ମୁଁ ତାଙ୍କ ମାଆଙ୍କୁ ଚିହ୍ନିନି ଝିଅକୁ କେମିତି ଚିହ୍ନିବି । ଏଠି ପ୍ରଶ୍ନ ଉଠୁଛି ଶିକ୍ଷୟତ୍ରୀ ଅହଲ୍ୟା ବିଶ୍ୱାଳ ସ୍କୁଲ କାହିଁକି ଆସୁନାହାନ୍ତି ଓ କାହା ଅନୁମତିରେ ଶିକ୍ଷୟତ୍ରୀଙ୍କ ଝିଅ ସ୍କୁଲରେ କା ଶିକ୍ଷୟତ୍ରୀ ସାଜିଛନ୍ତି । ତାଲିମ ପ୍ରାପ୍ତ ଶିକ୍ଷୟତ୍ରୀ ବଦଳରେ ଯଦି ଅଣ ତାଲିମପ୍ରାପ୍ତ କା ଶିକ୍ଷୟିତ୍ରୀ ସ୍କୁଲରେ ପାଠ ପଢାଇବେ, ତେବେ ଭାବନ୍ତୁ ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ ।

Last Updated : Aug 29, 2022, 6:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.