ETV Bharat / state

ଜାମିନ ଆବେଦନ ଖାରଜ ପରେ ଗିରଫ ହେଲେ ପ୍ରମୋଦ ସାହୁ - ଗିରଫ ହେଲେ ପ୍ରମୋଦ

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ବହୁଚର୍ଚ୍ଚିତ କେନ୍ଦ୍ରାପଡା କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁ। ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦେବାକୁ ସାହାଯ୍ୟର ହାତ ବଢାଇଲେ ବିଭିନ୍ନ ରାଜନୈତିକ ସଙ୍ଗଠନ ଓ କେନ୍ଦ୍ରାପଡା ବାସିନ୍ଦା। ଅଧିକ ଖବର ପଢନ୍ତୁ...

ଜାମିନ ଆବେଦନ ଖାରଜ ପରେ ଗିରଫ ହେଲେ ପ୍ରମୋଦ
author img

By

Published : Nov 4, 2019, 8:45 PM IST

କେନ୍ଦ୍ରାପଡା: ଶେଷରେ ବହୁଚର୍ଚ୍ଚିତ କେନ୍ଦ୍ରାପଡା କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁଙ୍କୁ ବାନ୍ଧିଲା ପୋଲିସ। ଦୀର୍ଘଦିନ ଧରି ଆଇନ ଓ ପୋଲିସର ନ୍ୟାୟିକ ବ୍ୟବସ୍ଥାରୁ ବଞ୍ଚିଯାଇଥିବା ବେଳେ, ତାଙ୍କୁ ରବିବାର ମଧ୍ୟରାତ୍ରିରେ ଗିରଫ କରିଛି ପୋଲିସ।

ସୋସାଇଟି ସଭାପତିଙ୍କ ଏହି ଘୃଣ୍ୟ କାର୍ଯ୍ୟକୁ ପ୍ରଥମେ ETV BHARAT ଗତ ସୋମବାର ଦିନ ପ୍ରସାରିତ ହୋଇଥିଲା। ଏହା ପରେ ବିଭିନ୍ନ ରାଜନୈତିକ ଏବଂ ସମାଜସେବୀ ସଙ୍ଗଠନ ଓ କେନ୍ଦ୍ରାପଡ଼ା ବାସିନ୍ଦା ନ୍ୟାୟ ପାଇଁ ପୀଡିତାକୁ ହାତ ବଢ଼ାଇଥିଲେ।

ଜାମିନ ଆବେଦନ ଖାରଜ ପରେ ଗିରଫ ହେଲେ ପ୍ରମୋଦ

କର୍ମକ୍ଷେତ୍ରରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ସହ ମୋବାଇଲ ଶିଖିବା ବାହାନାରେ ବାରମ୍ବାର ରାତି ଅଧରେ ମେସେଞ୍ଜର ଯୋଗେ କଲ କରିବା, ବଳପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ ବାଧ୍ୟ କରିବା ପରେ ଅମଙ୍ଗ ହେବାରୁ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ କୋର୍ଟ ଚାଲାଣ ହୋଇଛନ୍ତି ପ୍ରମୋଦ କୁମାର ସାହୁ।

ଗତକାଲି ମଧ୍ୟରାତ୍ରିରେ ଟାଉନ ପୋଲିସ ପ୍ରମୋଦ ସାହୁକୁ ସହରର ବଣିଆମାଳ ସ୍ଥିତ ବାସଭବନରୁ ଗିରଫ କରିବା ପରେ ଆଜି ସକାଳ ୪ଘଟିକା ସମୟରେ ମେଡ଼ିକାଲ ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ମଧ୍ୟାହ୍ନରେ ତାକୁ କୋର୍ଟରେ ହାଜର କରାଇବା ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ପୋଲିସ ପ୍ରମୋଦ ସାହୁକୁ ପ୍ରମାଣ ଆଧାରରେ 354(A),354(B),506,509,294 IPCରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସପି ଗାଗାରିନ ମହାନ୍ତି ସୂଚନା ଦେଇଛନ୍ତି।

ସେହିପରି ଉକ୍ତ ଦଫା ଗୁଡିକ ସାତ ବର୍ଷ ସମୟରୁ କମ ସମୟର ଦଫା ହୋଇଥିବାରୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ପୋଲିସ ଜାମିନ କରିବା କଥା। ହେଲେ ପୋଲିସ ଅଭିଯୁକ୍ତ ପ୍ରମୋଦ ସାହୁକୁ ଜାମିନ ଦେଇନଥିବାରୁ, ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରାଯାଇଛି ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି।

ଗତ ଏପ୍ରିଲ ମାସରୁ ପୀଡିତା ଜଣଙ୍କ ଥାନାରେ ଲିଖିତ ଏତଲା ଦେଇଥିଲେ ମଧ୍ୟ ପୋଲିସ ପୀଡିତାଙ୍କ କୌଣସି ଅଭିଯୋଗକୁ କର୍ଣ୍ଣପାତ କରୁନଥିଲା। ହେଲେ ଏସଡିଜେଏମ କୋର୍ଟରେ ପୀଡିତା ପ୍ରମୋଦ ସାହୁଙ୍କ ବିରୁଦ୍ଧରେ ଗତ ଜୁଲାଇ ମାସରେ ଏକ କେସ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ତେବେ ପୋଲିସ ଟେକନିକାଲ କାରଣ ଦର୍ଶାଇ ଘଟଣାଠାରୁ ଦୂରେଇ ରହୁଥିବା ଓ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଥିବା ଘଟଣା ETV BHARATରେ ପ୍ରକାଶିତ ହେବାପରେ ପୋଲିସ ବାଧ୍ୟହୋଇ ତଦନ୍ତକୁ କ୍ରିୟାଶୀଳ କରିବା ସହ ଓ ଅଭିଯୁକ୍ତକୁ ଗତକାଲି ଗିରଫ କରିଛି।

ତେବେ ଅଭିଯୁକ୍ତକୁ ଦଣ୍ଡ ଦେବାରେ ଗଣମାଧ୍ୟମର ଭୂମିକାକୁ ପୀଡିତା ଧନ୍ୟବାଦ ଦେବାସହ, ପୋଲିସର କାର୍ଯ୍ୟକଳାପ ଯାହା, ବର୍ତ୍ତମାନ ସେ ନ୍ୟାୟ ପାଇବାକୁ ଆଶାବାଦୀ ବୋଲି କହିଛନ୍ତି ସେ। ଅପରପକ୍ଷରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଦୁଇଜଣ ମହିଳା କନେଷ୍ଟବଳ ସମେତ ଜଣେ ପୁରୁଷ କନେଷ୍ଟବଳଙ୍କୁ ତାଙ୍କ ଘର ଆଗରେ ମୁତୟନ କରାଯାଇଛି। ପ୍ରମୋଦ ସାହୁ ଗିରଫ ପରେ ଅନ୍ୟତମ ଅଭିଯୁକ୍ତ କମଳାକାନ୍ତ ସୁଆରକୁ ପୋଲିସ ଖୋଜୁଛି।

ତେବେ ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ସାହୁ ଗିରଫ ହୋଇଥିଲେ ମଧ୍ୟ ଏଭଳି କାର୍ଯ୍ୟର ମାଷ୍ଟରମାଇଣ୍ଡ କୁହାଯାଉଥିବା କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିର ଇନସ୍ୟୁରାନ୍ସ ଆଡଭାଇଜର କମଳାକାନ୍ତ ସୁଆର ତଥା ପୀଡିତାର ମାମୁଁଙ୍କୁ ପୋଲିସ କେବେ ଗିରଫ କରୁଛି ତାହା ସମୟ କହିବ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:04.11.2019
Prasanta Kumar Nayak, Kendrapada
Slug-od_kpr_02_pramod arrest_script_7204459
Anchor-ଶେଷରେ ପୋଲିସ ହାତରେ ଧରାପଡିଲେ ବହୁଚର୍ଚିତ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁ।ଦୀର୍ଘଦିନ ଧରି ଆଇନ ଓ ପୋଲିସର ନ୍ୟାୟିକ ବ୍ୟବସ୍ଥାରୁ ବଞ୍ଚିଯାଇଥିବା ପ୍ରମୋଦଙ୍କୁ ଗତକାଲି ମଧ୍ୟରାତ୍ରିରେ ପୋଲିସ ଗିରଫ କରିଛି।ପ୍ରମୋଦଙ୍କ ଏହି ଘୃଣ୍ୟ କାର୍ଯ୍ୟକୁ ପ୍ରଥମେ ETV BHARAT ଗତ ସୋମବାର ଦିନ ପ୍ରକାଶିତ କରିଥିବା ବେଳେ ଏହାକୁ ନେଇ ବିଭିନ୍ନ ରାଜନୈତିକ ସଙ୍ଗଠନ, ସମାଜସେବୀ ସଙ୍ଗଠନ ଓ କେନ୍ଦ୍ରାପଡ଼ା ବାସିନ୍ଦା ନ୍ୟାୟ ପାଇଁ ପିଡିତାକୁ ହାତ ବଢ଼ାଇଥିଲେ।
Body:VO1-କର୍ମକ୍ଷେତ୍ରରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ସହ ମୋବାଇଲ ଶିଖିବା ବାହାନାରେ ବାରମ୍ବାର ରାତି ଅଧରେ ମେସେଞ୍ଜର ଯୋଗେ କଲ କରିବା ଏବଂ ବଳପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ ବାଧ୍ୟ କରିବା ପରେ ଯୁବତୀ ଅମଙ୍ଗ ହେବାରୁ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା କୋ-ଅପରେଟିଭ ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁ।ଗତକାଲି ମଧ୍ୟରାତ୍ରିରେ ଟାଉନ ପୋଲିସ ପ୍ରମୋଦକୁ ସହରର ବଣିଆମାଳ ସ୍ଥିତ ବାସଭବନରୁ ଗିରଫ କରିବା ପରେ ଆଜି ସକାଳ ୪ଘଟିକା ସମୟରେ ମେଡ଼ିକାଲ ଚିକିତ୍ସା ପାଇଁ ନେଇଥିଲା।ପରେ ମଧ୍ୟାହ୍ନରେ ପ୍ରମୋଦକୁ କୋର୍ଟରେ ହାଜର କରାଇବା ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ପୋଲିସ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟିର ସଭାପତି ପ୍ରମୋଦ ସାହୁକୁ ପ୍ରମାଣ ଆଧାରରେ 354(A),354(B),506,509,294 IPCରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସପି ଗାଗାରିନ ମହାନ୍ତି ସୂଚନା ଦେଇଛନ୍ତି।ସେହିପରି ଉକ୍ତ ଦଫା ଗୁଡିକ ସାତ ବର୍ଷ ସମୟରୁ କମ ସମୟର ଦଫା ହୋଇଥିବାରୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ପୋଲିସ ଜାମିନ କରିବା କଥା କିନ୍ତୁ ପୋଲିସ ଅଭିଯୁକ୍ତ ପ୍ରମୋଦ ସାହୁକୁ ଜାମିନ ଦେଇନଥିବାରୁ ମାନ୍ୟବର SDJMଙ୍କ ନିକଟରେ ଜାମିନ ଆବେଦନ କରାଯାଇଛି ବୋଲି ପ୍ରମୋଦଙ୍କ ଓକିଲ ସୂଚନା ଦେଇଛନ୍ତି।
Byt-ଗାଗାରିନ ମହାନ୍ତି(ଅତିରିକ୍ତ ଏସପି,କେନ୍ଦ୍ରାପଡ଼ା)
Byt- (ଅଭିଯୁକ୍ତଙ୍କ ଓକିଲ)
VO2-ଗତ ଏପ୍ରିଲ ମାସରୁ ପିଡିତା ଜଣଙ୍କ ଥାନାରେ ଲିଖିତ ଏତଲା ଦେଇଥିଲେ ମଧ୍ୟ ପୋଲିସ ପିଡିତାଙ୍କ କୌଣସି ଅଭିଯୋଗକୁ କର୍ଣ୍ଣପାତ କରୁନଥିଲା ତେବେ ମାନ୍ୟବର SDJMଙ୍କ କୋର୍ଟରେ ପିଡିତା ଜଣଙ୍କ ପ୍ରମୋଦଙ୍କ ବିରୁଦ୍ଧରେ ଗତ ଜୁଲାଇ ମାସରେ 1cc କେଶ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।ତେବେ ପୋଲିସ ଟେକନିକାଲ କାରଣ ଦର୍ଶାଇ ଘଟଣାଠାରୁ ଦୁରେଇ ରହୁଥିବା ଓ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଥିବା ଘଟଣା ETV BHARAT ରେ ପ୍ରକାଶିତ ହେବାପରେ ପୋଲିସ ବାଧ୍ୟହୋଇ ତଦନ୍ତର ବେଗ କ୍ଷିପ୍ର କରିଥିଲା ଓ ଅଭିଯୁକ୍ତକୁ ଗତକାଲି ଧରିବାରେ ସକ୍ଷମ ହୋଇଥିଲା।ତେବେ ପିଡିତାକୁ ନ୍ୟାୟଦେବା ସହ ଅଭିଯୁକ୍ତକୁ ଦଣ୍ଡ ଦେବାଯାଏ ଗଣମାଧ୍ୟମର ଭୂମିକାକୁ ଧନ୍ୟବାଦ ଦେବାସହ ପୋଲିସର ବର୍ତ୍ତମାନ କାର୍ଯ୍ୟକଳାପ ଯାହା ତାହା ପିଡିତାଙ୍କୁ ନ୍ୟାୟର ଆଶା ସଂଚାରିତ ହେଉଥିବା କହିଛନ୍ତି ପିଡିତା।ଅପରପକ୍ଷରେ ପିଡିତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଦୁଇଜଣ ମହିଳା କନେଷ୍ଟବଳ ସମେତ ଜଣେ ପୁରୁଷ କନେଷ୍ଟବଳଙ୍କୁ ପିଡିତାଙ୍କ ଘର ଆଗରେ ମୁତୟନ କରାଯାଇଛି।ପ୍ରମୋଦ ସାହୁ ଗିରଫ ପରେ ଅନ୍ୟତମ ଅଭିଯୁକ୍ତ କମଳାକାନ୍ତ ସୁଆର କୁ ପୋଲିସ ଖୋଜୁଥିବା ସୂଚନା ମିଳିଛି।
Byt-ପିଡିତା
Conclusion:FVO-ତେବେ ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ସାହୁ ଗିରଫ ହୋଇଥିଲେ ମଧ୍ୟ ଏଭଳି କାର୍ଯ୍ୟର ମାଷ୍ଟରମାଇଣ୍ଡ କୁହାଯାଉଥିବା କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିର ଇଂସ୍ୟୁରାନ୍ସ ଆଡଭାଇଜର କମଳାକାନ୍ତ ସୁଆର ତଥା ପିଡିତାର ମାମୁଁଙ୍କୁ ପୋଲିସ କେବେ ଗିରଫ କରୁଛି ତାହା ସମୟ କହିବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.