ETV Bharat / state

ରାଜ୍ୟ ସରକାରଙ୍କୁ ତିନୋଟି ପ୍ରଶ୍ନ ପଚାରିଲା କେନ୍ଦ୍ରାପଡ଼ା ବିଜେପି ଯୁବମୋର୍ଚ୍ଚା

author img

By

Published : Sep 8, 2022, 11:40 AM IST

ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା କ୍ଷେତ୍ରରେ ପଛୁଆ ରହିଛି କେନ୍ଦ୍ରାପଡା ଜିଲ୍ଲା । ବିଜେଡି ସରକାର କେନ୍ଦ୍ରପଡାକୁ ୧ ନମ୍ବର ଦାଦନ ଶ୍ରମିକ ଜିଲ୍ଲା କରିଥିବା ଅଭିଯୋଗ କରି ତିନୋଟି ପ୍ରଶ୍ନ ପଚାରିଲା ବିଜେପି ଯୁବମୋର୍ଚ୍ଚା । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କୁ ତିନୋଟି ପ୍ରଶ୍ନ ପଚାରିଲା କେନ୍ଦ୍ରାପଡ଼ା ବିଜେପି ଯୁବମୋର୍ଚ୍ଚା
ରାଜ୍ୟ ସରକାରଙ୍କୁ ତିନୋଟି ପ୍ରଶ୍ନ ପଚାରିଲା କେନ୍ଦ୍ରାପଡ଼ା ବିଜେପି ଯୁବମୋର୍ଚ୍ଚା

କେନ୍ଦ୍ରାପଡା: ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ଆଜି ପଛୁଆ ଓ ଅବହେଳିତ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ବିକାଶ ପାଇଁ ବ୍ୟକ୍ତିଗତ ଭାବେ ଦାୟିତ୍ବନେବେ ବୋଲି କହିଥିଲେ । ଶାସକ ବିଜେଡିର ୫ ଜଣ ବିଧାୟକ ଓ ଜଣେ ସାଂସଦ ଥାଇ ମଧ୍ୟ କେନ୍ଦ୍ରାପଡା ବିକାଶ କ୍ଷେତ୍ରରେ ୨୮ ନମ୍ବର ସ୍ଥାନରେ ରହିଛି । ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ, ବିଶାଳ ବେଳାଭୂମି, ଚାଷଜମି ଓ ଭରପୂର ମାନବ ସମ୍ବଳର ସୁବିନିଯୋଗ ଅଭାବରୁ ଆଜି ଜିଲ୍ଲାର ଯୁବସମାଜ ବେରୋଜଗାର ହୋଇ ପେଟପାଟଣା ପାଇଁ ନିଜ ଭିଟାମାଟି ଛାଡି ରାଜ୍ୟ ତଥା ଦେଶ ବାହାରେ ଦାଦନ ଖଟିବାକୁ ଶ୍ରେୟ ମଣୁଛନ୍ତି । ଅପରପକ୍ଷେ ରାଜ୍ୟରେ ମିଛ ଡିଣ୍ଡିମ ପିଟୁଥିବା ୧ ନମ୍ବର ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାକୁ ରାଜ୍ୟରେ ୧ ନମ୍ବର ଦାଦନ ଶ୍ରମିକ ଜିଲ୍ଲାରେ ପହଞ୍ଚାଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ଯୁବମୋର୍ଚ୍ଚା ।

କେନ୍ଦ୍ରାପଡା ସମ୍ପର୍କରେ ବିଜେପି ଯୁବମୋର୍ଚ୍ଚା (Kendrapara BJP Yuva Morcha) ରାଜ୍ୟ ସରକାରଙ୍କୁ ତିନୋଟି ପ୍ରଶ୍ନ କରିଛନ୍ତି । ପ୍ରଥମତଃ, କେନ୍ଦ୍ରାପଡାରେ ବିଶ୍ବବିଦ୍ୟାଳୟ କେବେ ହେବ, ଦ୍ବିତୀୟରେ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ଏବଂ ତୃତୀୟରେ, ଜିଲ୍ଲାରେ ନିଶା କାରବାର ଉପରେ କେବେ ରୋକ ଲାଗିବ ? କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ l ଗତବର୍ଷ ଡିସେମ୍ବର ୧୫ ତାରିଖରେ ଜିଲ୍ଲା ମୁଖ୍ୟାଳୟ ଠାରୁ ଅନତି ଦୂରରେ ଇଚ୍ଛାପୁର ଶ୍ୟାମଗୁଡ଼ିଆଠାରେ ମାତୃ ଓ ଶିଶୁ ମଙ୍ଗଳକେନ୍ଦ୍ର ତରବରିଆ ଭାବେ ଉଦଘାଟନ ହୋଇଥିଲା ।

କିନ୍ତୁ ଅଦ୍ୟାବଧି ତା'ର ନିର୍ମାଣକାର୍ଯ୍ୟ ସରିନାହିଁ କିମ୍ବା ସ୍ବାସ୍ଥ୍ୟସେବା ଉପଲବ୍ଧ ହୋଇ ପାରିନାହିଁ l ଗରୀବ ଲୋକେ ସାମାନ୍ୟ ରୋଗ ପାଇଁ କଟକ ବଡ଼ ଡାକ୍ତରଖାନାକୁ ରେଫର ହୋଇ ମାନସିକ ଓ ଆର୍ଥିକ ଦଣ୍ଡ ଭୋଗୁଛନ୍ତି l ଅପରପକ୍ଷେ ରାଜ୍ୟର ଅନେକ ଉପାନ୍ତ ଓ ଅନୁନ୍ନତ ଜିଲ୍ଲାମାନଙ୍କରେ ମେଡିକାଲ କଲେଜ ଥିଲାବେଳେ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ବହୁଥର ଦାବି ସତ୍ତ୍ବେ ମଧ୍ୟ କେନ୍ଦ୍ରପଡା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ହୋଇପାରିଲା ନାହିଁ ।

ସେହିପରି ୧୯୫୯ ମସିହାରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ସର୍ବ ବୃହତ ସରକାରୀ ଅନୁଦାନ ପ୍ରାପ୍ତ କେନ୍ଦ୍ରାପଡ଼ା କଲେଜ ପ୍ରତି ସରକାରୀ ଅବହେଳାର ସୀମା ନାହିଁ l ଏହି କଲେଜକୁ ଉଚ୍ଚ କ୍ଷମତା ସମ୍ପନ୍ନ ନାକ୍ ଟିମ ଦୁଇ ଦୁଇଥର 'ଏ ' ଗ୍ରେଡ଼ର ମାନ୍ୟତା ପ୍ରଦାନ କରିସାରିଛନ୍ତି । ଏହାବ୍ୟତୀତ ଆବଶ୍ୟକ ଛାତ୍ର ଓ ଆନୁସଙ୍ଗିକ ଭିତ୍ତିଭୂମି ଥିବା ସତ୍ତ୍ବେ ଏହି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ମିଳିପାରି ନାହିଁ l ଅନ୍ୟପଟେ କେନ୍ଦ୍ରାପଡ଼ା ଠାରୁ କନିଷ୍ଠ ସାଲେପୁର କଲେଜ, କଟକରେ ୟୁଏନ କଲେଜ (ଅଡଶପୁର), ଗୋବିନ୍ଦପୁର କଲେଜ(କଟକ), ଯାଜପୁରର ଚିତାଳ କଲେଜ ଆଦିକୁ ପିଜି ପାଠ୍ୟକ୍ରମ ପାଇଁ ଅନୁମତି ମିଳିଛି ।

ଏହାମଧ୍ୟ ପଢନ୍ତୁ: ବର୍ଷାରେ ଧୋଇଗଲା ରାସ୍ତା, ଘରେ ଦୁଇଦିନ ପଡିରହିଲା ମୃତଦେହ

ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗର ଅପାରଗତା ଓ ସ୍ଥାଣୁତା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଆଜି ଅବାଧ ନିଶା କାରବାରର ଭୂସ୍ବର୍ଗ ପାଲଟିଛି l ଧଳାଜହର ବ୍ରାଉନ ସୁଗାର, ଚରସ, ଗଞ୍ଜେଇ ଆଦି ନିଶାଦ୍ରବ୍ୟ ଜିଲ୍ଲାର ସହର ଓ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ବିଭିନ୍ନ କଲେଜର ଯୁବବର୍ଗଙ୍କୁ କବଳିତ କରିଛି l ତତ୍‌ସହିତ ଜିଲ୍ଲାର କୋଣ ଅନୁକୋଣରେ ବେଆଇନ ମଦ ବିକ୍ରି ଫଳରେ ଚୋରୀ, ଡକାୟତି, ରାହାଜାନି, ହତ୍ୟା ଭଳି ସଙ୍ଗୀନ୍ ଅପରାଧ ବହୁଳ ଭାବେ ବଢିଛି l

ଏଥିରୁ ନିବୃତ୍ତ ପାଇଁ ଆଖି ଦୃଶିଆ ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନ ନିଆଯିବା କାରଣରୁ ଆଗାମୀ ଦିନରେ ଜିଲ୍ଲାର ଯୁବବର୍ଗ ବିପଥଗାମୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି l ଉପରୋକ୍ତ ବିଷୟଗୁଡ଼ିକୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନ କଲେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଭାପତି ବିନ୍ଦୁସାଗର ଦାସ କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.