ETV Bharat / state

ଆଜି 12 ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ ପାଳନ - KENDRAPADA BISSENESS UNION

ଆସନ୍ତା 20ରେ ପାଟକୁରା ନିର୍ବାଚନ ଥିବା ବେଳେ ଆଜି ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାଗସ୍ତରେ ଥିବାବେଳେ ବ୍ୟବସାୟୀ ସଂଘ କେନ୍ଦ୍ରାପଡା ବନ୍ଦ ପାଳନ କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 17, 2019, 10:56 AM IST

କେନ୍ଦ୍ରାପଡା: ଗତ କିଛିଦିନ ହେଲା ପାଟକୁରା ନିର୍ବାଚନକୁ ନେଇ କେନ୍ଦ୍ରାପଡାରେ ନାଚଗୀତରେ କମ୍ପୁଥିବା ବେଳେ ଆଜି ହଠାତ ଜିଲ୍ଲା ଶାନ୍ତ ପଡିଯାଇଛି । ବହୁ ପ୍ରତିକ୍ଷିତ ପାଟକୁରା ନିର୍ବାଚନ ପାଇଁ ଆଜି କେନ୍ଦ୍ରାପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଠିକ ଏତିକି ବେଳେ କେନ୍ଦ୍ରାପଡା ବନ୍ଦ ଡାକରା ଦେଇଛି ମିଳିତ ହିନ୍ଦୁ ସଂଗଠନ ଓ ବ୍ୟବସାୟୀ ସଂଗଠନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଗତ 13ତାରିଖ ଦିନ ରାତିରେ କେନ୍ଦ୍ରାପଡ଼ା ତିନିମୁହାଣୀ ବଜାର କମିଟି ସଭାପତି ତଥା ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡ ଘଟଣାକୁ 4ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପୋଲିସର ହାତ ଖାଲି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବ୍ୟବସାୟୀ ସଂଘ ଓ ହିନ୍ଦୁ ସଂଗଠନ ଆଜି କେନ୍ଦ୍ରାପଡା 12 ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ଫଳରେ ଜିଲ୍ଲାରେ ଆଜି ସ୍କୁଲ, କଲେଜ, ଦୋକାନ, ବଜାର, ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.