ETV Bharat / state

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ, ଘଣ୍ଟଘଣ୍ଟାରେ କମ୍ପୁଛି କେନ୍ଦ୍ରାପଡା

author img

By

Published : Oct 16, 2022, 5:57 PM IST

କେନ୍ଦ୍ରାପଡାରେ ଆରମ୍ଭ ହୋଇଯାଇଛି ମା ଲକ୍ଷ୍ମୀଙ୍କ ମେଳଣ ଉତ୍ସବ । ମେଳଣ ପଡିଆ ଅଭିମୁଖେ ସହରର ୪୭ଟି ମେଢ଼। ଅଧିକ ପଢନ୍ତୁ

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ
ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ

କେନ୍ଦ୍ରାପଡା: ସପ୍ତାହେ ଧରି ପୂଜାର୍ଚ୍ଚନା ପରେ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ ମା ଲକ୍ଷ୍ମୀ । କେନ୍ଦ୍ରାପଡାରେ ଆରମ୍ଭ ହୋଇଯାଇଛି ମା ଲକ୍ଷ୍ମୀଙ୍କ ମେଳଣ ଉତ୍ସବ । ମେଳଣ ପଡିଆ ଅଭିମୁଖେ ସହରର ୪୭ଟି ମେଢ଼ । ଗତକାଲି(ଶନିବାର) ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଣ୍ଡପରେ ବିସର୍ଜନ ପୂଜା ସରିବା ପରେ ଆଜି(ରବିବାର) ସକାଳ ୧୦ଟା ରୁ ସାହି ସାହି ବୁଲୁଛି ମା'ଙ୍କ ପ୍ରତିମୂର୍ତ୍ତି । ଶଙ୍ଖନାଦ ଓ ବାଜାର ତାଳେ ତାଳେ ମାଙ୍କୁ ବିଦାୟ ଦେଉଛନ୍ତି କେନ୍ଦ୍ରାପଡାବାସୀ । ପୁରୁଣା ବସଷ୍ଟାଣ୍ଡ ଥାନପତି ମେଢ଼ ଆସ୍ଥାନ ଛାଡିବା ପରେ ସମସ୍ତ କମିଟି ମା'ଙ୍କ ମୂର୍ତ୍ତିକୁ ଶୋଭାଯାତ୍ରାରେ ପୁରୁଣା ବସଷ୍ଟାଣ୍ଡ ମେଳଣ ପଡିଆ ଅଭିମୁଖେ ଆଣିବାର ବ୍ୟବସ୍ଥା କରିଛନ୍ତି ।

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ

ସେହିପରି ନୂଆ ବସଷ୍ଟାଣ୍ଡ ଥାନପତି ମେଢ଼କୁ ସହରର ବିଭିନ୍ନ ସ୍ଥାନରେ ଭୋଗଲାଗି କରାଯିବା ପରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ମାରୁଆଡି ପଟିରେ ଥାନପତି ବସିବା ପରେ ଅନ୍ୟ ମୂର୍ତ୍ତି ଗୁଡିକୁ ବସାଯିବା । ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୬ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦିଆଯାଇଛି । ପୋଲିସ ବିଭାଗ ପକ୍ଷରୁ ୨୮ପ୍ଲାଟୁନ ଫୋର୍ସ, ୧୨ ଜଣ ଡ଼ିଏସପି, ୨୦ ଜଣ ଆଇଆଇସି, ୨୦୦ କନେଷ୍ଟବଳଙ୍କ ସମେତ ଗୃହରକ୍ଷୀ ମାନଙ୍କୁ ମୁତୟନ କରାଯାଇଛି । ଟ୍ରାଫିକ ଦୃଷ୍ଟିକୋଣରୁ ଜଣେ ଡ଼ିଏସପିଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କହିଛନ୍ତି ଏସଡିପିଓ ।

କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ କେନ୍ଦ୍ରାପଡାରେ ଫିକା ପଡିଥିଲା ଲକ୍ଷ୍ମୀପୂଜା । କିନ୍ତୁ ଚଳିତ ବର୍ଷ ବିନାକଟକଣାରେ ପୂଜା ଆରମ୍ଭ ହୋଇଯାଇଥିଲା । ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକ ସାଙ୍ଗକୁ ସୁଉଚ୍ଛ ତୋରଣରେ ଝଲସି ଉଠୁଥିଲା କେନ୍ଦ୍ରାପଡା ସହର । ବିଭିନ୍ନ ମଣ୍ଡପରେ ମାଙ୍କୁ ପୂଜାର୍ଚ୍ଚନା କରାଯାଉଥିବାବେଳେ, ବହୁ ମାତ୍ରାରେ ଭକ୍ତଙ୍କ ମଧ୍ୟ ସାମଗମ ହେଉଥିଲା ।

ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନା ସ୍କାଣ୍ଡାଲ ଘଟଣା ଚାପିଥିବା ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲେ ବିରୋଧୀ

ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡାରେ ଜନସମାଗମ ହୋଇଥିବାବେଳେ ବ୍ୟବସାୟ ମଧ୍ୟ ଭଲ ହେଉଥିବା ଦେଖିବାକୁ ମିଳିଥିଲା । ପ୍ରସାଧାନ ସାମଗ୍ରୀଠାରୁ ଆରମ୍ଭ କରି ଖେଳନା ସାଙ୍ଗକୁ ଘରକରଣା ସାମଗ୍ରୀ କ୍ରୟ କରିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଥିଲା । ସେହିପରି ଲକ୍ଷ୍ମୀପୂଜାରେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଥାଏ, ଯାହାକୁ ଦେଖିବାକୁ ଲେକଙ୍କ ଭିଡ ଜମିଥାଏ । ସହରର ଐତିହ୍ୟ ସହ ଜଡିତ ଲକ୍ଷ୍ମୀପୂଜାକୁ କେନ୍ଦ୍ରାପଡାବାସୀ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି । ମା'ଙ୍କ କୃପାରୁ ଚଳିତ ବର୍ଷ ବିନା କଟକଣାରେ ପୂଜ ସହ ଭଲ ବ୍ୟବସାୟ ହେଇଥିରୁ ଗ୍ରାହକ ଓ ବ୍ୟବସାୟୀ ସମସ୍ତେ ଖୁସି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.