ETV Bharat / state

କାର୍ତ୍ତିକ ମାସରେ ବଳଦେବଜୀଉଙ୍କ ଦର୍ଶନ ନପାଇ ହବିଷ୍ୟାଳୀ ନିରାଶ

author img

By

Published : Nov 2, 2020, 10:40 PM IST

କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଅଧିପତି ପ୍ରଭୁ ବଳଦେବଜୀଉଙ୍କୁ ଦର୍ଶନ କରିବା ଉପରେ ଲାଗିଛି କୋଭିଡ୍ କଟକଣା । ଭକ୍ତ ଓ ହବିଷ୍ୟାଳିମାନଙ୍କ ଦର୍ଶନ ମନା ଯୋଗୁଁ ହବିଷ୍ୟାଳୀ ନିରାଶ ହୋଇଛନ୍ତି ।

Habishyali is disappointed
ବଳଦେବଜୀଉଙ୍କ ଦର୍ଶନ ନପାଇ ହବିଷ୍ୟାଳି ନିରାଶ

କେନ୍ଦ୍ରାପଡା: ଆଜି(ସୋମବାର) ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର । କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଅଧିପତି ପ୍ରଭୁ ବଳଦେବଜୀଉଙ୍କୁ ଦର୍ଶନ କରିବା ଉପରେ ଲାଗିଛି କୋଭିଡ୍ କଟକଣା । ଭକ୍ତ ଓ ହବିଷ୍ୟାଳିମାନଙ୍କ ଦର୍ଶନ ମନା ଯୋଗୁଁ ହବିଷ୍ୟାଳି ନିରାଶ ହୋଇଛନ୍ତି ।

ବଳଦେବଜୀଉଙ୍କ ଦର୍ଶନ ନପାଇ ହବିଷ୍ୟାଳି ନିରାଶ

କୋଭିଡ କଟକଣା ପାଇଁ ଧର୍ମାଅନୁଷ୍ଠାନ ଉପରେ ଜାରି ରହିଛି କଟକଣା । ତୁଳସୀ କ୍ଷେତ୍ରରେ ପ୍ରଭୁ ବଳଦେବଜୀଉଙ୍କୁ ଦର୍ଶନ କରିବାକୁ ଭକ୍ତ ଓ କାର୍ତ୍ତିକ ବ୍ରତଧାରୀମାନେ ଆନମନା । ଦୀର୍ଘ ଦିନ ଧରି ପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ ନକରି ବ୍ୟାକୁଳ ହୋଇଛି । ଭକ୍ତମାନେ ମନେମନେ ପ୍ରଭୁଙ୍କୁ ସ୍ମରଣ କରି ମନ୍ଦିର ସମ୍ମୁଖରେ ନିଜର ଗୁହାରି ଜଣାଇ ଥିବାବେଳେ ବ୍ରତଧାରୀମାନେ ମନ୍ଦିର ବାହାରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ସହ କାର୍ତ୍ତିକ ମହାତ୍ମ୍ୟ ଆଉ ଭାଗବତ ପାଠ କରି କୋରୋନା ଦୂରେଇ ଦେବାପାଇଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

ଦିର୍ଘଦିନ ହେବ ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ସମସ୍ତ ନୀତିକାନ୍ତି ଅନୁସାରେ ପୂଜାବିଧି ଚାଲିଥିବା ବେଳେ ବିଶେଷ ପ୍ରଭାବିତ ହୋଇଛନ୍ତି ସେବାୟତମାନେ । ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭଳି ତୁଳସୀ କ୍ଷେତ୍ରରେ ଭକ୍ତମାନଙ୍କୁ ପ୍ରସାଦ ଦେବାପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରିବାକୁ ଦାବି କରିଛନ୍ତି ସେବାୟତମାନେ ଧର୍ମାନୁଷ୍ଠାନମାନଙ୍କୁ କଟକଣା ମଧ୍ୟରେ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଉପରେ ସରକାର ଦାୟୀତ୍ବ ଦେଇଥିବା ବେଳେ ବଳଦେବଜୀଉଙ୍କ ମନ୍ଦିର ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ କୌଣସି ନିଷ୍ପତ୍ତି ନେଇ ପାରି ନଥିବାରୁ କ୍ଷୋଭପ୍ରକାଶ କରିଛନ୍ତି ବଳଦେବଜୀଉ ମନ୍ଦିର ମହାସୁଆର ନିଯୋଗ ସଭାପତି ।

ତେବେ କୋଭିଡ୍ କଟକଣା ମଧ୍ୟରେ ଆଗାମୀ ଦିନରେ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ଆଉ ଶ୍ରଦ୍ଧାଳୁ କେବେ ପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ ତାହା କେବଳ ସମୟକୁ ଅପେକ୍ଷା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.