କେନ୍ଦ୍ରାପଡା : ଜିଲ୍ଲାରେ ନିର୍ବାଚନୀ ହିଂସା ! ବିଳମ୍ବିତ ରାତିରେ ସରପଞ୍ଚଙ୍କ ଘର ପୋଡି ଦେଲେ ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟି ପଞ୍ଚାୟତର ସରପଞ୍ଚ ଦିବାକର ନାୟକଙ୍କ ଘରକୁ କେହି ଦୁର୍ବୃତ୍ତ ଜାଳି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ଦିବାକରଙ୍କ ଅଭିଯୋଗ ଅନୁଯାୟୀ, ସେ ସବୁଦିନ ସେହି ଘରେ ବିଭିନ୍ନ କାର୍ଯ୍ୟ କରିବା ସହିତ ରାତିରେ ଶୋଇଥାନ୍ତି । ସ୍ୱାସ୍ଥ୍ୟଜନିତ ସମସ୍ୟା କାରଣରୁ ସେ କିଛିଦିନ ହେବ ତାଙ୍କର ଗାଁ ଭିତରେ ଥିବା କୋଠାଘରେ ଶୋଉଛନ୍ତି l ବିଳମ୍ବିତ ରାତିରେ ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ କେହି ତାଙ୍କ ଘରକୁ ଜାଳି ଦେଇଛନ୍ତି ବୋଲି ସେ କହିଛନ୍ତି ।
ଏହାବି ପଢନ୍ତୁ :Panchayat Polls: କୋହଳ ହୋଇପାରେ ପ୍ରଚାର କଟକଣା !
ଘର ଜଳିଯିବା ଯୋଗୁଁ ତାଙ୍କର ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି l ସେ ଏହି ଘଟଣାରେ କାହାକୁ ସନ୍ଦେହ କରୁନାହାଁନ୍ତି । ରାଜନୈତିକ କନ୍ଦଳ ଏପରି ଘଟଣା ହୋଇଥିବା ସନ୍ଦେହ କରାଯାଉଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ