କେନ୍ଦ୍ରାପଡା: ଅସ୍ଥାୟୀ ତମ୍ବୁ ତଳେ ପଡିବ ଭୋଟ । ଆସନ୍ତାକାଲି(ବୁଧବାର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଥିବାବେଳେ ଆଳି ଓ ଡେରାବିଶ ବ୍ଲକରେ ପଡିବ ଭୋଟ । ଆଳି ବ୍ଲକରେ କୌଣସି ଅସ୍ଥାୟୀ ମତଦାନ କେନ୍ଦ୍ର ନଥିବାବେଳେ ଡେରାବିଶ୍ ବ୍ଲକରେ ରହିଛି ୧୬ଟି ଅସ୍ଥାୟୀ ମତଦାନ କେନ୍ଦ୍ର ।
ଡେରାବିଶ୍ ବ୍ଲକ ରଘୁଦେଇପୁର ପଞ୍ଚାୟତର ୧୧ ନଂ ରାଜନଗର ବୁଥଟି ଅସ୍ଥାୟୀ ତମ୍ବୁ ତଳେ ପରିଚାଳିତ ହେବାକୁ ଚିହ୍ନଟ ହୋଇ ଥିବାବେଳେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭୋଟର । ୧୯୫୭ ମସିହାରେ ପ୍ରତିଷ୍ଠିତ ଏହି ପଞ୍ଚାୟତଟି ବାରମ୍ବାର ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେବା ଓ ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ବା କୌଣସି ରାଜନେତା ଦୃଷ୍ଟି ନଦେବା ଭୋଟରଙ୍କୁ ମତଦାନରୁ ବଞ୍ଚିତ କରିବା ଆଶଙ୍କା ସୃଷ୍ଟି କରିଛି ।
ମତଦାନ ପାଇଁ ଆସିଥିବା ପ୍ରିଜାଇଡିଂ ଅଫିସର ଓ ପୋଲିଂ ପାର୍ଟି ନିକଟସ୍ଥ ବିଦ୍ୟାଳୟ ଘରେ ମତଦାନ ସମ୍ପର୍କିତ କାମ କରୁ ଥିବାବେଳେ ଆସନ୍ତାକାଲି ଶତ ପ୍ରତିଶତ ଭୋଟ ହେବ ବୋଲି ଆଶା ରଖିଛନ୍ତି ପ୍ରିଜାଇଡିଂ ଅଫିସର । ତେବେ ଏହି ପଞ୍ଚାୟତରୁ ବିଜୟୀ ହୋଇ ଡେରାବିଶ୍ ବ୍ଲକ ଅଧ୍ୟକ୍ଷ ହୋଇ ଥିବାବେଳେ ପଞ୍ଚାୟତର ଏତାଦୃଶ ଅବସ୍ଥା ଗୋଚରରେ ନଥିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ