ETV Bharat / state

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦ୍‌ଯାପିତ ହେଲା ଭିତରକନିକା ମହୋତ୍ସବ, ଆଶୁତୋଷ ମହାନ୍ତି ଗୀତରେ ଝୁମିଲେ ଦର୍ଶକ

author img

By

Published : Mar 13, 2023, 4:43 PM IST

Updated : Mar 13, 2023, 5:39 PM IST

ଭିତରକନିକା ମହୋତ୍ସବର ଦ୍ଵିତୀୟ ସଂସ୍କରଣ ବେଶ ଧୁମଧାମରେ ଉଦ୍‌ଯାପିତ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସଚେତନମୂଳକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଶେଷ ସନ୍ଧ୍ୟାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ଉଦ୍‌ଯାପିତ ହୋଇଛି ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମହୋତ୍ସବ

କେନ୍ଦ୍ରାପଡା: ଉଦ୍‌ଯାପିତ ହୋଇଛି ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମହୋତ୍ସବ । ଭିତରକନିକା ମହୋତ୍ସବର ଦ୍ଵିତୀୟ ସଂସ୍କରଣ ବେଶ ଉତ୍ସାହର ସହ ପାଳନ କରାଯାଇଥିଲା । ତିନିଦିନ ଧରି ଚାଲିଥିବା ଏହି ମହୋତ୍ସବରକୁ ବେଶ ଧୁମଧାମରେ ପାଳନ କରାଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସଚେତନମୂଳକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ସୁରର ତାଳେତାଳେ ଝୁମିଥିଲେ ଦର୍ଶକ । ଏହାସହ କେନ୍ଦ୍ରାପଡ଼ାର ଲୋକକଳା ଦର୍ଶକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଥିଲା ।

ଅଧିକ ପଢ଼ନ୍ତୁ: H3N2 Virus Scare: ସ୍ବାସ୍ଥ୍ୟ ବିଭାଗକୁ ଘାରିଲା ଭୟ, ଥଣ୍ଡା-କାଶ ଥିଲେ କୋଭିଡ଼ ଟେଷ୍ଟ କରିବାକୁ ପରାମର୍ଶ

ମହୋତ୍ସବର ଶେଷ ସନ୍ଧ୍ୟାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଯୋଗ ଦେଇଥିଲେ । ତେବେ ଭିକରକନିକାର ଉନ୍ନତିକରଣ କାର୍ଯ୍ୟରେ ପାଇଁ ସରକାର ସଦାସର୍ବଦା ଚେଷ୍ଟିତ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ଏହାସହ ଭିତରକନିକା ଜାତୀୟ ଉଦ୍ୟାନର ବିକାଶ ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ,ଗଣମାଧ୍ୟମର ସହଯୋଗ ଏକାନ୍ତ କାମ୍ୟ ବୋଲି ମନ୍ତ୍ରୀ କହିଛନ୍ତି । ଜାତୀୟ ସ୍ତରରେ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳ ଭାବେ ଭିତରକନିକାକୁ ସ୍ବୀକୃତି ମିଳିବା ଏକ ମାଇଲ ଖୁଣ୍ଟ । ରାଜ୍ୟ ସରକାରଙ୍କ 5T ଯୋଜନାରେ ଭିତରକନିକାର ବିକାଶ ଚାଲିଛି ଓ ଏହା ଆଗକୁ ମଧ୍ୟ ଜାରି ରହିବ ଯାହାକି ସମଗ୍ର ବିଶ୍ବର ପର୍ଯ୍ୟଟକମାନଙ୍କୁ ଟାଣି ଆଣିବ । ଭିତରକନିକା ଭଳି ସ୍ଥାନ ସମଗ୍ର ବିଶ୍ବରେ ଅଦ୍ଵିତୀୟ ବୋଲି ଅଭିହିତ କରିଛନ୍ତି ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ:ମଇ ୭ରେ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା,୧୩ଟି ଭାଷାରେ ହେବ ପରୀକ୍ଷା

ମହୋତ୍ସବର ଶେଷ ସନ୍ଧ୍ୟାରେ ଭିତରକନିକା, ବଉଳା କୁମ୍ଭୀର ଓ ଅଲିଭ ରିଡଲେ କଇଁଛଙ୍କୁ ନେଇ ବାଲୁକା କଳା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାସହ କୁମ୍ଭୀର ଆକ୍ରମଣରେ ଅନେକ ସମୟରେ ଜୀବନ ହରାଉଥୁବାରୁ ସମୁଦ୍ର କୂଳରେ ବସବାସ କରୁଥିବା ଲୋକଙ୍କ ଉଦ୍ଦେଶ୍ୟରେ ବନବିଭାଗ ପକ୍ଷରୁ ଏକ ସଚେତନତାଧର୍ମୀ ନାଟକ ପରିବେଷଣ କରାଯାଇଥିଲା । ଏହି ନାଟକରେ ବନବିଭାଗ ପକ୍ଷରୁ ନିର୍ମିତ ଗାଧୁଆ ଘାଟ ବ୍ୟବହାର, ଘଞ୍ଚ ଜଙ୍ଗଲ ମଧ୍ୟକୁ ଜାଳେଣି ଉଦ୍ଦେଶ୍ୟରେ ଯାଇ ଜୀବନ ନହରାଇବା, ଜାତୀୟ ଉଦ୍ୟାନ ମଧ୍ୟକୁ ବେଆଇନ ପ୍ରବେଶ ନକରିବା ନେଇ ସଚେତନ କରାଇଥିଲେ। ଶେଷ ସନ୍ଧ୍ୟାରେ ଓଲିଉଡ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି ସୁନ୍ଦର ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ । ସେହିପରି ଆଜୀବନ ସମାଜସେବା ପାଇଁ ଲକ୍ଷ୍ମୀଧର ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Mar 13, 2023, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.