କେନ୍ଦ୍ରାପଡ଼ା: ଏସଡିଜେଏମ କୋର୍ଟରୁ ସର୍ତମୂଳକ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି ସନ୍ତୋଷ ରାଉଳ ଓରଫ୍ ବାବା ସାରଥୀ । ଜୁଲାଇ 25ରୁ ତାଙ୍କୁ ସର୍ତମୂଳକ ଜାମିନ ପାଇ ମୁକୁଳିଥିବା ସାରଥିଙ୍କୁ ଆଜି ଏସଡିଜେଏମ କୋର୍ଟରେ ହାଜର ହେବାର ଥିଲେ ବି ସେ ଅନୁପସ୍ଥିତ ରହିଛନ୍ତି । ସାରଥିଙ୍କ ଓକିଲ କୋର୍ଟରେ ଉପସ୍ଥିତ ରହି ସାରଥିଙ୍କ ପକ୍ଷରୁ ହାଜିରା ଦରଖାସ୍ତ ଦେଇଛନ୍ତି ।
ଦୀର୍ଘ 4 ବର୍ଷ ଧରି ଜେଲରେ ଥିବା ସାରଥିଙ୍କୁ ମାନ୍ୟବର ହାଇକୋର୍ଟଙ୍କ ସର୍ତ୍ତ ଅନୁସାରେ, ସାକ୍ଷୀ ପ୍ରମାଣ ହାଜିରା ସମୟରେ ଯଦି ସାରଥି ଅନୁପସ୍ଥିତ ନହୁଅନ୍ତି, ତେବେ ଜାମିନ ଖାରଜ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ଓକିଲ କହିଛନ୍ତି ।
ଅନ୍ୟପଟେ କେସ ନଂ ଅନୁସାରେ ଆଜି ସାରଥି କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର ହେବାର ଥିଲା । କିନ୍ତୁ ଏହି ମାମଲାରେ ଆବେଦନକାରୀ ଉଚ୍ଚ ନ୍ୟାୟାଳୟରେ ଏହାକୁ ନେଇ ରହିତାଦେଶ ପାଇଁ ଆବେଦନ କରିଥିବାରୁ ଆଜି ମାମଲା ଆଗେଇ ପାରି ନଥିବl ସାରଥୀଙ୍କ ଓକିଲ ରବି ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି |
ତେବେ ବର୍ତ୍ତମାନ ସାରଥି ଭୁବନେଶ୍ବରରେ ଥିବା ତାଙ୍କ ଓକିଲ କହିଛନ୍ତି | ଅନ୍ୟପକ୍ଷରେ ସାରଥି କେନ୍ଦ୍ରାପଡ଼ା କୋର୍ଟକୁ ହାଜିରା ପାଇଁ ଆସିବା ଦିନ ପୁଲିସ ସହାୟତା ନେବା ଆବଶ୍ୟକ ନାହିଁ ବୋଲି ସାରଥିଙ୍କ ଓକିଲ ସ୍ପଷ୍ଟ କରିଛନ୍ତି |
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ