ETV Bharat / state

କୋଭିଡ କଟକଣାରେ ଅଟୋ ଚାଳକଙ୍କ ଦୁଃଖ ଦ୍ବିଗୁଣିତ, ସହାୟତା ପାଇଁ ନିବେଦନ

କୋଭିଡ ଦ୍ଵିତୀୟ ଲହରରେ ଅଟୋ ଚାଳକଙ୍କ ଦୁଃଖ ଦ୍ବିଗୁଣିତ ହୋଇଛି । ଏ ଭଳି ସ୍ଥିତିରେ ଅଟୋ ଚାଳକମାନେ ସରକାରଙ୍କ ନିକଟରେ ସହାୟତା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

covid19 lockdown in kendrapada
କୋଭିଡ କଟକଣାରେ ଅଟୋଚାଳକଙ୍କ ଦୁଃଖ ଦ୍ବିଗୁଣିତ, ସହାୟତା ପାଇଁ ନିବେଦନ
author img

By

Published : May 31, 2021, 7:02 PM IST

କେନ୍ଦ୍ରାପଡା: କୋଭିଡ-19ର ପ୍ରଥମ ଲହରରେ ସଟଡାଉନ ଓ ଲକଡାଉନ ପାଇଁ ଆର୍ଥିକ ସ୍ଥିତିରେ ଭାଙ୍ଗିପଡି ଅଣ୍ଟା ଭାଙ୍ଗିଯାଇଥିବା ବେଳେ ବର୍ତ୍ତମାନ ଦ୍ଵିତୀୟ ଲହର ଅଟୋ ଚାଳକଙ୍କ ପାଇଁ ଦୁର୍ଦ୍ଦିନ ଆଣିଦେଇଛି ଯାହାପାଇଁ କି ଚିନ୍ତାରେ ଚାଳକ ଓ ପରିବାର । କେନ୍ଦ୍ରାପଡ଼ା ସହରରେ ଚଳାଚଳ କରୁଥିବା ମୋଟ 4 ହଜାରରୁ ଉର୍ଦ୍ଧ୍ବ ଯାତ୍ରୀବାହୀ ଅଟୋ ଚାଳକଙ୍କ ଭାଗ୍ୟ ଏବେ ଖଣ୍ଡାଧାରରେ ।

କୋଭିଡ କଟକଣାରେ ଅଟୋଚାଳକଙ୍କ ଦୁଃଖ ଦ୍ବିଗୁଣିତ, ସହାୟତା ପାଇଁ ନିବେଦନ

କୋଭିଡ-19 କାରଣରୁ 2020 ମସିହାର 10 ମାସ ଅଟୋ ଚଳାଇ ନପାରି ଆର୍ଥିକ ଭାବେ ଅନଗ୍ରସର ହୋଇପଡିଥିବା ଅଟୋ ଚାଳକଙ୍କ ପରିବାର ଏବେ ଦ୍ଵିତୀୟ ଲହର ଜନିତ କୋଭିଡ କଟକଣାରେ ଜୀବିକା ହରାଇଛନ୍ତି । କୋଭିଡ ଜନିତ ପ୍ରଥମ କଟକଣାରେ ସରକାରଙ୍କ ପ୍ରତିବନ୍ଧକ ଯୋଗୁ ଘରେ ରହି ହାତ ଉଧାର କରି ଯେନତେନ ପ୍ରକାରେ ଚଳି ଆସିଥିବା ବେଳେ ଏବେ 'ବେଡି ଉପରେ କୋରଡ ମାଡ଼' ଭଳି ଦ୍ଵିତୀୟ ଲହର ମହାବିପତ୍ତି ଆଣିଛି ଏମାନଙ୍କ କ୍ଷେତ୍ରରେ। ଗୋଟିଏ ପଟେ 6ମାସର କିସ୍ତି ସୁଝିବା ପାଇଁ ଚିନ୍ତାରେ ଅଟୋ ଚାଳକ ରହିଥିବା ବେଳେ ଅନ୍ୟପଟେ ବର୍ତ୍ତମାନର ଦ୍ଵିତୀୟ ଲହର ଏମାନଙ୍କ ପାଇଁ ଆଣିଦେଇଛି କେବଳ ଦୁଃଖ ଓ ଦୁଃଖ ।

ଏହି ଅଟୋ ଚାଳକମାନେ ଯଦିଓ ସଦାସର୍ବଦା ଅସୁବିଧାରେ ଅଛନ୍ତି ହେଲେ ଆବଶ୍ୟକ ପଡ଼ିଲେ ନିଜ ପକେଟରୁ ଖର୍ଚ୍ଚ କରି ଅସହାୟ ଓ ଦିବ୍ୟାଙ୍ଗ ମାନଙ୍କର ସେବା କରିବା ଭୁଲି ନଥାନ୍ତି। ଏଇ ଯେମିତିକି ଜଣେ ଦୃଷ୍ଟିବାଧିତଙ୍କୁ ତାଙ୍କର ଉଚିତ ପଥ ଦେଖାଇବା ସହ ମାସ୍କ ପ୍ରଦାନ କରି ନିଜର ଦାୟିତ୍ବ ସମ୍ପନ୍ନ କରିଛନ୍ତି ଜଣେ ଚାଳକ। ସାନ୍ତସାହିସ୍ଥିତ ଅଟୋ ଷ୍ଟାଣ୍ଡରେ ଥିବା କାମାକ୍ଷୀ ଅଟୋ ସଂଘରୁ ଅଟୋଗୁଡିକ ଓରତ,ଗଣ୍ଡାଖିଆ,ପଟ୍ଟାମୁଣ୍ଡାଇ,ଇନ୍ଦୁପୁର,ଆୟବା ଆଦି ସ୍ଥାନକୁ ଯାଉଥିବା ବେଳେ ଅଟୋରେ ତିନିଜଣ ଯାତ୍ରୀ ପରିବହନ ନିୟମ ଏମାନଙ୍କୁ କରିଛି ହତାଦର। ଡିଜେଲ ମୂଲ୍ୟ 100ଛୁଇଁଥିବା ବେଳେ ଯାତ୍ରୀମାନେ ପୁରୁଣା ଭଡା ଦେଉଥିବାରୁ ଅଟୋ ଚଳାଇବା ଏକ କ୍ଷତିକାରକ ବ୍ୟବସାୟ ପାଲଟିଗଲାଣି ।

କୋଭିଡ ସମୟରେ ଯାହା କିଛି ଟଙ୍କା ଚାଳକ ମାନଙ୍କ ଦ୍ଵାରା ଗଛିତ ହୋଇ ଥିଲା ତାହା ଏବେ ଶେଷ ହୋଇଯାଇଥିବାରୁ ଆଉ କାହା ଦୁଃଖ ଦୁର୍ଦ୍ଦଶାରେ ଛିଡା ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ସଂଘର ସଭାପତି। ସେହିପରି ରୋଡ଼ ଟ୍ୟାକ୍ସ, ଇନସ୍ୟୁରାନ୍ସ ଭଳି ଟିକସ ସରକାର କଡାଗଣ୍ଡା କରି ଅସୁଲ କରୁଥିବା ବେଳେ ଗରିବ ପରିବାରର ଦୁଃଖ କହିଲେ ନସରେ।

ଏନେଇ ପରିବହନ ଅଧିକାରୀଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ଥାଇ ସୁଦ୍ଧା କିଛି କରିପାରିବେ ନାହିଁ ବୋଲି କହିଛନ୍ତି। ଯଦି ସରକାରଙ୍କ କୌଣସି ସହାୟତା ରାଶି ଅବା ସହଯୋଗ ମିଳେ ତେବେ ନିଶ୍ଚେ ଏମାନଙ୍କୁ ମିଳିବ ବୋଲି କହିଛନ୍ତି ଅଧିକାରୀ। ଦାରିଦ୍ର୍ୟତାର ତାଡନାରେ ଜୁଝୁଥିବା ଅଟୋଚାଳକ ପରିବାରକୁ ସହାୟତା ଯୋଗାଇବା ପାଇଁ ଦାବି କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.