ETV Bharat / state

ବିଭିନ୍ନ ଦାବି ନେଇ ଆଶାକର୍ମୀ ସଂଘର ଆନ୍ଦୋଳନ - ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଚାକିରୀରେ ପଦୋନ୍ନତି ଓ ପେନସନ ଦାବି କରି ଆନ୍ଦୋଳନକୁ ଓହ୍ଲାଇଲେ ଆଶାକର୍ମୀ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ବିଭିନ୍ନ ଦାବି ନେଇ ଆଶାକର୍ମୀ ସଂଘର ଆନ୍ଦୋଳନ
ବିଭିନ୍ନ ଦାବି ନେଇ ଆଶାକର୍ମୀ ସଂଘର ଆନ୍ଦୋଳନ
author img

By

Published : Nov 22, 2022, 5:28 PM IST

କେନ୍ଦ୍ରାପଡ଼ା: ନିଖିଳ ଓଡିଶା ଆଶା କର୍ମୀ ସଂଘ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାର ସମସ୍ତ ୯ଟି ବ୍ଲକର ଆଶାକର୍ମୀ ତିନିମୁହାଣୀ ଛକରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିଥିଲେ । ପ୍ରତି ଗ୍ରାମରେ ଆଶା ଗୃହ ନିର୍ମାଣ, ମାସର ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରିବା, ଆଶାକର୍ମୀଙ୍କୁ ପଦୋନ୍ନତି ଦେବା, ମୃତ୍ୟୁକାଳୀନ ସହାୟତା ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ଅବସର ପରେ ୧୫ ହଜାର ଟଙ୍କା ପେନସନ ପ୍ରଦାନ କରିବା, ଆଶାକର୍ମୀଙ୍କ ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଆଶାକର୍ମୀ ସଂଘ ଦାବି କରିଥିଲା ।

ବିଭିନ୍ନ ଦାବି ନେଇ ଆଶାକର୍ମୀ ସଂଘର ଆନ୍ଦୋଳନ

ଏହା ମଧ୍ୟ ପଢନ୍ତୁ-AG ଅଡିଟ ଯୋଗୁଁ ସରକାରୀ ତହବିଲକୁ ଫେରିଛି ୫୬୬ କୋଟି: ମୁଖ୍ୟ ଶାସନ ସଚିବ

ନାନା ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କ ଦାବି ପୂରଣରେ ସରକାର ବିଫଳ ହେଲେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ସଂଘର ସଦସ୍ୟ ମାନେ କହିଛନ୍ତି । ଆଶା କର୍ମୀମାନେ ଶିଶୁର ଏନ୍ତୁଡିଶାଳ ଠାରୁ ଆରମ୍ଭ କରି କୋରୋନା ଭଳି ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ସାଧାରଣ ଲୋକଙ୍କ ଜୀବନ ରକ୍ଷା କରିଥିବା ବେଳେ ଏମାନଙ୍କ ଅଭିଯୋଗ ଏବଂ ଆପତ୍ତିକୁ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି କର୍ମୀ । ଯଥାଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ୨୦୨୪ ନିର୍ବାଚନ ସମୟରେ ସରକାରଙ୍କୁ କଡା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ସଦସ୍ୟ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.