ETV Bharat / state

ସର୍ବପୁରାତନ ମ୍ୟୁନିସିପାଲଟି ପାଇଁ ଦୁଇ ଦଳ ଘୋଷଣା କଲେ ପ୍ରାର୍ଥୀ, ଏବେବି ଛିଣ୍ଡୁନି ବିଜେଡି ଅଙ୍କ - କେନ୍ଦ୍ରାପଡା ପୌରପାଳିକା ନିର୍ବାଚନ ଅପଡେଟ

କେନ୍ଦ୍ରାପଡା ପୌରପାଳିକା ନିର୍ବାଚନ ଘୋଷଣା କରାଯିବା ପରେ ରାଜନୀତିରେ ସରଗରମ ଦେଖିବାକୁ ମିଳିଛି । ଶାସକ ଦଳରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ଲମ୍ବାଧାଡି ଦଳୀୟ ନେତାମାନଙ୍କୁ ଅଡୁଆରେ ପକାଇଛି । ଅଧିକ ପଢନ୍ତୁ

ସର୍ବପୁରାତନ ମୁନିସିପାଲିଟିରେ ଛିଡିଲା ଦୁଇଦଳର ଟିକେଟ ଅଙ୍କ, ଏବେ ବି ନୀରବ ବିଜେଡି

author img

By

Published : Mar 6, 2022, 10:22 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡା ପୌରପାଳିକା ନିର୍ବାଚନ ଘୋଷଣା କରାଯିବା ପରେ ରାଜନୀତିରେ ସରଗରମ ଦେଖିବାକୁ ମିଳିଛି । ନିଜନିଜ ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିବା ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଶେଷ ହୋଇଛି । ଶାସକ ଦଳରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ଲମ୍ବାଧାଡି ଦଳୀୟ ନେତାମାନଙ୍କୁ ଅଡୁଆରେ ପକାଇଛି । କିନ୍ତୁ, ପ୍ରାର୍ଥୀ ତାଲିକା ଘୋଷଣା କରିବାରେ କଂଗ୍ରେସ ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଠାରୁ ଆଗରେ ରହିଛି । ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ବିଭିନ୍ନ ରାଜନୈତିକ ଦଳ ପାଇଁ ବିଶେଷ କରି ଶାସକ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ପାଲଟିଛି ।

ସର୍ବପୁରାତନ ମୁନିସିପାଲିଟିରେ ଛିଡିଲା ଦୁଇଦଳର ଟିକେଟ ଅଙ୍କ, ଏବେ ବି ନୀରବ ବିଜେଡି

ରାଜ୍ୟର ସର୍ବପୁରାତନ କେନ୍ଦ୍ରାପଡ଼ା ପୌରପାଳିକାର ନିର୍ବାଚନ ମାହୋଲ କିଛି ଭିନ୍ନ । ୨୦୧୧ ମସିହାରେ କେନ୍ଦ୍ରାପଡ଼ା ପୌରପାଳିକା ନିର୍ବାଚନ ହୋଇଥିଲା । ପରବର୍ତ୍ତୀ ସମୟରେ ଏକ ମାମଲା ଯୋଗୁଁ ୨୦୧୬ରେ ନିର୍ବାଚନ ହୋଇପାରିନଥିଲା । ଦୀର୍ଘଦିନର ପ୍ରତୀକ୍ଷା ପରେ ଏବେ ସହରବାସୀଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି । ତେବେ ଦଳୀୟ ପ୍ରାର୍ଥୀ ଚୟନରେ ଟଣାଓଟରା ଯୋଗୁଁ ସମସ୍ତ ପ୍ରତିକ୍ଷାର ଅନ୍ତ ଘଟିଛି । ଆଜି ପୌରପାଳିକା ଅଧ୍ୟକ୍ଷ ପ୍ରାର୍ଥୀ ଭାବରେ ବିଜେପି ଦଳରୁ ମିନାକ୍ଷୀ ଦାଶଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରିଥିବା ବେଳେ ବିଜେଡି ଦଳରୁ ସରିତା ସାହୁ ଆଉ କଂଗ୍ରେସ ଦଳ ପକ୍ଷରୁ ଲକ୍ଷ୍ମୀପ୍ରିୟା ବାରିକ ପ୍ରାର୍ଥୀ ଘୋଷଣା କରିଛି ।

ତେବେ କାଉନସିଲର ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କରିଛନ୍ତି । ସହରାଞ୍ଚଳର ବିକାଶ ପାଇଁ କେନ୍ଦ୍ରର ଯୋଜନା ଓ ୱାର୍ଡର ବିକାଶ କରିବା ସହ ଜନସାଧାରଣଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ବିଜେପି ପ୍ରାର୍ଥିନୀ ସୁଚିସ୍ମିତା ବସନ୍ତିଆ ଦୃଢୋକ୍ତି ପ୍ରକାଶ କରିଛନ୍ତି, ସେହିପରି କଂଗ୍ରେସ ଦଳରୁ ୫ ନମ୍ବର ୱାର୍ଡରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ବ୍ୟକ୍ତିତ୍ଵ ତଥା ପୂର୍ବତନ କାଉନସିଲର ବୈଷ୍ଣବ ଚରଣ ପଣ୍ଡା ଶାସକ ଦଳର କୁଶାସନ ବିରୋଧରେ ଲଢ଼ିବାକୁ ଘୋଷଣା କରିଛନ୍ତି ।

ବିଜେଡି ଦଳ ପକ୍ଷରୁ ୨୧ଟି ୱାର୍ଡରେ ପ୍ରାର୍ଥୀ ହେବା ପାଇଁ ବହୁ ଆଶାୟୀ ଦାବିଦାର ଥିବାରୁ ଦଳୀୟ ଟିକେଟ୍ ଦେବାକୁ ସମସ୍ୟା ସୃଷ୍ଟି ହୋଇଥିଲା । ଯେଉଁଥି ପାଇଁ ମନୋନୟନ ପତ୍ର ପଞ୍ଚମ ଦିନରେ ବିଜେଡ଼ିର ଆଜି ଜଣେ ମାତ୍ର ୨୦ ନମ୍ବର ୱାର୍ଡରୁ ପୂର୍ବତନ କାଉନସିଲର ଶରତ ବେଉରା ମନୋନୟନ ପତ୍ର ଦାଖଲ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଆଧାର କରି କଂଗ୍ରେସ ଦଳରୁ ଆସି ବିଜେଡି ପ୍ରାର୍ଥୀ ହୋଇ ନିର୍ବାଚନ ପ୍ରତିଦ୍ବନ୍ଦିତାକୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି ଶରତ । ତେବେ ଆଜି ପଞ୍ଚମ ଦିନ ସୁଦ୍ଧା ୧୧ ଜଣ କାଉନସିଲର ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବାର ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ପୌରପାଳିକା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ।

ବିଭିନ୍ନ ଦଳର ଦଳୀୟ ପ୍ରାର୍ଥୀ ଚୟନରେ ବିଳମ୍ବ ହେବାରୁ ପଞ୍ଚମ ଦିନ ସୁଦ୍ଧା କଂଗ୍ରେସ ଦଳର ୫ଜଣ, ବିଜେପି ଓ ବିଜେଡିରୁ ଜଣେ ଲେଖାଏଁ ପ୍ରାର୍ଥୀ, ବିଏସପି ଓ ସ୍ବାଧୀନ ୨ ଜଣ ଲେଖାଏଁ ମନୋନୟନ ପତ୍ର ଦାଖଲ କରିଛନ୍ତି । ଆସନ୍ତା କାଲି (୭ ତାରିଖ) ଅଧିକ ଭିଡ଼ର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.