ETV Bharat / state

କେନ୍ଦ୍ରାପଡାରେ ‘5ଟି’ ସଚିବ, ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସହ କଲେ ଆଲୋଚନା - 5t secretary vk pandian

ଆଜି ‘5ଟି’ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ କେନ୍ଦ୍ରାପଡା ଗସ୍ତ କରିଛନ୍ତି । ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଛନ୍ତି ପାଣ୍ଡିଆନ ।

ଡିଜାଇନ ଫଟୋ
author img

By

Published : Oct 15, 2019, 4:23 PM IST

କେନ୍ଦ୍ରାପଡା: ‘5ଟି’ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତ। ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଛନ୍ତି ପାଣ୍ଡିଆନ । ଏହି ସମୟରେ ସ୍ବଚ୍ଛତା ସହ ରୋଗୀମାନଙ୍କ ସୁବିଧା କଥା ପଚାରି ବୁଝିଥିଲେ ସେ ।

ଏହାପରେ ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରିବା ସହ ଇଛାପୁର ଶ୍ୟାମଗୁଡିଆ ଠାରେ ନିର୍ମାଣଧୀନ ଶିଶୁ ଓ ମାତୃ ମେଡିକାଲ ପରିଦର୍ଶନ କରିଛନ୍ତି ପାଣ୍ଡିଆନ। ଆଜି ପୂର୍ବାହ୍ନ ପ୍ରାୟ ସାଢେ ଦଶଟାରେ ସେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉର୍ମିଳା ମିଶ୍ରଙ୍କ ଉପସ୍ଥିତିରେ ସଚିବ ପ୍ରଥମେ ପ୍ରସୂତି ବିଭାଗ ଓ ପରେ ପରେ ମହିଳା ଓ ଶିଶୁ ବିଭାଗ, ପୁରୁଷ ସର୍ଜରୀ ବିଭାଗ, ପାଥୋଲ୍ୟାବ ପ୍ରଭୃତି ପରିଦର୍ଶନ କରି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆଜି ‘5ଟି’ ସଚିବଙ୍କ କେନ୍ଦ୍ରାପଡା ଗସ୍ତ ଥିବା ଜାଣି ଗତକାଲି ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରି ରୋଗୀମାନଙ୍କ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ ।

ସେପଟେ ସଚିବଙ୍କ ଗସ୍ତକୁ ଲକ୍ଷ୍ୟ କରି ବର୍ଷରେ କେବେ ଚୂନ ଛୁଆଁ ପାଉନଥିବା କାନ୍ଥରେ ରଙ୍ଗ ମରା ଚାଲିଛି । ଅନ୍ୟପକ୍ଷରେ ସଚିବଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଅନେକ ବ୍ୟବସ୍ଥା ପ୍ରଶାସନ କରିଥିବା ଅଭିଯୋଗ ହୋଇଛି ।

‘5ଟି’ ସଚିବଙ୍କ ସହିତ ଯୋଜନା ସଚିବ ସୁରେଶ ମହାପାତ୍ର ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ମେଡିକାଲ ପରିଦର୍ଶନ କରିଥିଲେ |

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:15.10.2019
Radhakanta Mohanty, Kendrapada
Slug-od_kpr_01_pandian_vbs_7204459
Anchor-ରାଜ୍ୟର ଅଦୃଶ୍ୟ କ୍ଷମତକେନ୍ଦ୍ର କୁହାଯାଉଥିବା ଅଧିକାରୀଙ୍କ କେନ୍ଦ୍ରାପଡ଼ା ଗସ୍ତ।ରାଜ୍ୟର ବିଭିନ୍ନ ମେଡ଼ିକାଲ ଓ କାର୍ଯ୍ୟାଳୟ ବୁଲି ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ସୁବିଧା ସୁଯୋଗ ଯୋଗାଇଦେବା ସହ ସରକାରୀ ଯୋଜନାର ସଫଳ ଉଦ୍ଦେଶ୍ୟ ସମାଜର ଅତି ନିମ୍ନ ସ୍ତରରେ ଥିବା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସଚିବଙ୍କ ଗସ୍ତର ଉଦ୍ଦେଶ୍ୟ ବୋଲି କୁହାଯାଉଥିବା ବେଳେ ଏହା କେତେ ଫଳବ୍ରତୀ ହେବ ତାହା ସମୟ କହିବ।
Body:VO1-5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଗସ୍ତ।ଗସ୍ତ ସମୟରେ ପାଣ୍ଡିଆନ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଏହାର ସ୍ୱଚ୍ଛତା ଓ ଷ୍ଟାଫ ମାନଙ୍କର ବ୍ୟବସ୍ଥା ସମ୍ପର୍କରେ ବୁଝିବା ରୋଗୀ ମାନଙ୍କୁ ଚିକିତ୍ସାଳୟ ଦ୍ୱାରା ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ପଚାରି ବୁଝିଥିଲେ।ଏହାପରେ ପ୍ରଭୁ ବଳଦେବଜୀୟୁଙ୍କ ଦର୍ଶନ କରି ଆଶିଷ ନେବାସହ ଇଛାପୁର ଶ୍ୟାମଗୁଡ଼ିଆ ଠାରେ ନିର୍ମାଣଧୀନ ଶିଶୁ ଓ ମାତୃ ମେଡ଼ିକାଲ ପରିଦର୍ଶନ କରିଛନ୍ତି ପାଣ୍ଡିଆନ।ପ୍ରତିଥର ଭଳି ଏଥର ମଧ୍ୟ ଗଣମାଧ୍ୟମ ଠାରୁ ଦୂରେଇ ରହି କୌଣସି ମତାମତ ଦେବାକୁ ଅମଙ୍ଗ ହୋଇଥିଲେ ପାଣ୍ଡିଆନ।ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ 5T ସଚିବଙ୍କ କା' ନେଇ ନିଜ ମନ୍ତବ୍ୟ ଦେଇଛନ୍ତି।
Byt-ଡ଼ଃ ଉର୍ମିଳା ମିଶ୍ର(ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଣି,କେନ୍ଦ୍ରାପଡ଼ା)
VO2-ସେପଟେ ଆଜି 5T ସଚିବଙ୍କ କେନ୍ଦ୍ରାପଡ଼ା ଗସ୍ତ ଥିବା ଜାଣି ଗତକାଲି ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରି ରୋଗୀମାନଙ୍କୁ ସୁବିଧା ସୁଯୋଗ ମିଳୁଥିବା ନେଇ ପ୍ରଶ୍ନ କରିଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ରୋଗୀ ହନ୍ତସନ୍ତ ଓ ଡାକ୍ତରଙ୍କ ଅବହେଳା ଭଳି ସଙ୍ଗିନ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏହି କଥା କିପରି ସଚିବଙ୍କ କାନକୁ ନଯାଏ ସେନେଇ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ବର୍ଷରେ କେବେ ଚୂନ ଛୁଆଁ ପାଉନଥିବା କାନ୍ଥରେ ରଙ୍ଗ ମରା ଚାଲିଛି ଓ ଅନ୍ୟପକ୍ଷରେ ସଚିବଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଅନେକ ବ୍ୟବସ୍ଥା କରିଛି ପ୍ରଶାସନ।ସେପଟେ ବୁଦ୍ଧିଜୀବୀଙ୍କ ମତରେ ଯେମିତି ରଥଯାତ୍ରା ଆସିଲେ ରଙ୍ଗବେରଙ୍ଗ କରାଯାଇଥାଏ ସେହିଭଳି ନିଜ ଦୋଷକୁ ଘୋଡାଇବା ପାଇଁ ଜିଲ୍ଲା ପ୍ରଶାସନ ଭଲ ନାଟକ ରଚନା କରିଥିବା ଅଭିଯୋଗ କରିଛନ୍ତି।5T ଏକ ଲୋକହିତକାରୀ ପ୍ରସ୍ତାବ ନୁହେଁ।ଏହାଦ୍ୱାରା କେବଳ ରାଜସ୍ୱ ହାନି ହେଉଛି ବୋଲି କହିଛନ୍ତି ବୁଦ୍ଧିଜୀବି ବିଧୁଭୂଷଣ ମହାପାତ୍ର।
Byt-ବିଧୁଭୂଷଣ ମହାପାତ୍ର(ବୁଦ୍ଧିଜୀବି)
VO3- ଆଜି ପୂର୍ବାହ୍ନ ପ୍ରାୟ ସାଢେ ଦଶ ଟାରେ ସେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚି ବିଭିନ୍ନ ବିଭାଗ ବୁଲି ଦେଖିଥିଲେ | ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଉର୍ମିଳା ମିଶ୍ର ଙ୍କ ଉପସ୍ଥିତରେ ସଚିବ ପ୍ରଥମେ ପ୍ରସୂତି ବିଭାଗ ଓ ପରେ ପରେ ମହିଳା ଓ ଶିଶୁ ବିଭାଗ, ପୁରୁଷ ସର୍ଜରୀ ବିଭାଗ, ପାଥୋ ଲ୍ୟାବ ପ୍ରଭୃତି ପରିଦର୍ଶନ କରି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଙ୍କ ସହ ଆଲୋଚନା କରିଥିଲେ | ପାଥୋଲାବ ପରିଦର୍ଶନ ସମୟରେ କିଛି ରୋଗୀ ଙ୍କ ସମ୍ପର୍କୀୟ ଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସଚିବ ଅଭିଯୋଗ ଶୁଣିଥିଲେ | ତେବେ ଆସନ୍ତା 2020 ମାର୍ଚ୍ଚ ସୁଦ୍ଧା ଏହି ହସ୍ପିଟାଲ ର ଗୋଟିଏ ୟୁନିଟ୍ କାର୍ଯ୍ୟ ଶେଷ କରିବା ପାଇଁ ସେ ଜିଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି | ଜିଲା ପ୍ରଶାସନ ପକ୍ଷରୁ ବଳଦେବଜୀଉ ମନ୍ଦିର ଏବଂ ଏହାର ପାରିପାର୍ଶ୍ୱିକ ଅଂଚଳର ବିକାଶ ପାଇଁ ୯ କୋଟି ଟଙ୍କା ର ବ୍ୟୟ ବରାଦ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଜିଲାପାଳ ସମର୍ଥ ବର୍ମା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି | ସଚିବ ଭି. କେ. ପାଣ୍ଡିଆନ୍ ଙ୍କ ସହିତ ଯୋଜନା ସଚିବ ସୁରେଶ୍ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ମେଡିକାଲ ପରିଦର୍ଶନ କରିଥିଲେ | ଆଜି ସଚିବ ଙ୍କ ମେଡିକାଲ ପରିଦର୍ଶନ ପୂର୍ବରୁ ପାର୍କିଂ, ପାନୀୟ ଜଳ, ପରିଷ୍କାର ପରିଚ୍ଛନ୍ନ ତା ପ୍ରଭୃତି ସୁଧୁରି ଯାଇଥିବା ଦେଖିବାକୁ ମିଳିଥିଲା |
Byt-ସମର୍ଥ ବର୍ମା(ଜିଲ୍ଲାପାଳ)
Conclusion:FVO-ତେବେ ଏତେସବୁ ଯୋଜନାର ରୂପରେଖ ଓ କାର୍ଯ୍ୟକାରିତା ଉପରେ ବିଭିନ୍ନ ରାଜନୈତିକ ଦଳ ଆଙ୍ଗୁଳି ନିର୍ଦ୍ଦେଶ କରିବା ପରେ ସତରେ 5T କେତେ ସଫଳ ହେଉଛି ତାହା ସମୟ କହିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.