ETV Bharat / state

ଚୂଡାନ୍ତ ପର୍ଯ୍ୟାୟରେ କେନ୍ଦ୍ରାପଡା ନିର୍ବାଚନ, ସଜବାଜ ହେଲେଣି ପୋଲିଂ ପାର୍ଟି

କେନ୍ଦ୍ରାପଡ଼ା ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାରଠାରୁ ସମସ୍ତ ବୁଥରେ ଇଭିଏମ ପଠାଯାଇଛି । ଏଥିଲାଗି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସାରିଛି ।

author img

By

Published : Apr 28, 2019, 7:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ରାତି ପାହିଲେ ଆରମ୍ଭ ହୋଇଯିବ 4ର୍ଥ ତଥା ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ । ଏଥିଲାଗି ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ । ସେପଟେ କେନ୍ଦ୍ରାପଡ଼ା ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାରଠାରୁ ସମସ୍ତ ବୁଥରେ ଇଭିଏମ ପଠାଯାଇଥିବା ବେଳେ ଜିଲ୍ଲାପାଳ ଦାଶରଥି ଶତପଥୀ କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଉପସ୍ଥିତ ରହି ସମସ୍ତ ନିର୍ବାଚନୀ କାର୍ଯ୍ୟର ତଦାରଖ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡାରେ ଜିଲ୍ଲାରେ 1438ଟି ବୁଥ ଥିବାବେଳେ ଆଦର୍ଶ ବୁଥ ସଂଖ୍ୟା ରହିଛି 35 । ସେହିପରି ଗତ ମାର୍ଚ୍ଚ 10ରେ ପ୍ରକାଶିତ ସମ୍ଭାବ୍ୟ ତାଲିକା ଅନୁଯାୟୀ 143ଟି ସମ୍ବେଦନଶୀଳ ବୁଥ ରହିଛି । ତେବେ 4ର୍ଥ ପର୍ଯ୍ୟାୟ ମତଦାନ ପାଇଁ ସମ୍ବେଦନଶୀଳ ବୁଥର ସଠିକ ସଂଖ୍ୟା ନିର୍ବାଚନ ସମୟରେ ଜଣାପଡିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ମତଦାନ ହେଉଛି ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ଓ ଅଧିକାର । ତେଣୁ ଚଳିତ ନିର୍ବାଚନରେ ଜିଲ୍ଲାରେ ଅଧିକରୁ ଅଧିକ ମତଦାନ ପାଇଁ ଇଟିଭି ଭାରତ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲାପାଳ ଦାଶରଥି ଶତପଥୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:କେନ୍ଦ୍ରାପଡ଼ା ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।ଗତକାଲି ଠାରୁ ସମସ୍ତ ବୁଥରେ ଇଭିଏମ ପଠାଯାଇଥିବା ବେଳେ ଜିଲ୍ଲାପାଳ ଦାଶରଥି ଶତପଥୀ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଉପସ୍ଥିତ ରହି ସମସ୍ତ ନିର୍ବାଚନୀ କାର୍ଯ୍ୟର ତଦାରଖ କରୁଛନ୍ତି। ଫାଇଲ ରିନେମ କରିପାରିନାହିଁ।

Body:ଜିଲ୍ଲାରେ ୧୪୩୮ଟି ବୁଥ ଥିବାବେଳେ ଆଦର୍ଶ ବୁଥ ସଂଖ୍ୟା ରହିଛି ୩୫।ସେହିପରି ଗତ ମାର୍ଚ୍ଚ ୧୦ ତାରିଖରେ ପ୍ରକାଶିତ ତାଲିକା ଅନୁଯାୟୀ ୧୪୩ଟି ସମ୍ବେଦନଶୀଳ ବୁଥ ଥିବାବେଳେ aehaar ସଂଖ୍ୟା କମ କିମ୍ବା ବେଶୀ ନିର୍ବାଚନ ସମୟରେ ଜଣାପଡିବ ବୋଲି କହିଛନ୍ତି ଜିଲ୍ଲାପାଳ।

Conclusion:ମତଦାନ ହେଉଛି ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ଓ ଅଧିକାର।ତେଣୁ ଚଳିତ ନିର୍ବାଚନ ରେ ଜିଲ୍ଲାରେ ଅଧିକରୁ ଅଧିକ ମତଦାନ ପାଇଁ ଈଟିଭି ଭାରତ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲାପାଳ ଦାଶରଥି ଶତପଥୀ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.