ETV Bharat / state

ପୌର ଫାଇଟ: ଫୁଲବାଣୀ ପୌରପରିଷଦରେ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରଚାର

author img

By

Published : Mar 20, 2022, 8:53 PM IST

ପୌର ନିର୍ବାଚନକୁ ନେଇ କନ୍ଧମାଳ ଜିଲ୍ଲାରେ ପ୍ରଚାର ଜୋରଦାର ହେଉଛି । ଫୁଲବାଣୀରେ ରବିବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରଚାର ମୈଦାନକୁ ଓହ୍ଲାଇଥିଲେ l ଅଧିକ ପଢ଼ନ୍ତୁ

ପୌର ଫାଇଟ: ଫୁଲବାଣୀ ପୋୖରପରିଷଦରେ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରଚାର

ଫୁଲବାଣୀ: ପୌର ନିର୍ବାଚନକୁ ନେଇ କନ୍ଧମାଳ ଜିଲ୍ଲାରେ ପ୍ରଚାର ଜୋରଦାର ହେଉଛି । ଫୁଲବାଣୀରେ ଆଜି(ରବିବାର) ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରଚାର ମୈଦାନକୁ ଓହ୍ଲାଇଥିଲେ l ମନ୍ତ୍ରୀ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ପ୍ରଚାର କରିଥିଲେ ।

ମୋଦୀକୁନ୍ଦା ଛକଠାରୁ ଏହି ଶୋଭାଯାତ୍ରା ବାହାରି ଥିବାବେଳେ ଫୁଲବାଣୀ ମୁଖ୍ୟ ବଜାର ଦେଇ ସ୍ଥାନୀୟ ବରାଳ ଦେବୀ ମନ୍ଦିରରେ ପହଞ୍ଚିଥିଲା । ଏହାପରେ ସେଠାରେ ମନ୍ତ୍ରୀ ଓ ଅନ୍ୟ ନେତାମାନେ ମା'ଙ୍କ ଆଶୀର୍ବାଦ ନେଇ ପୁଣି ପ୍ରଚାରରେ ବାହାରି ପଡ଼ିଥିଲେ । ମନ୍ତ୍ରୀ ଫୁଲବାଣୀର ୧୩ଟି ୱାର୍ଡ ଯାଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟ ଗଣାଇ ଭୋଟରଙ୍କ ପାଖକୁ ଯାଉଛନ୍ତି ବିଜେଡି ପ୍ରାର୍ଥୀ ଓ ନେତା ।

କେବଳ ବିଜେଡି ବିଜୟୀ ହେଲେ ଫୁଲବାଣୀ ସହରର ବିକାଶ ସମ୍ଭବ ବୋଲି କହିଥିଲେ ପରିବହନ ମନ୍ତ୍ରୀ । ପୂର୍ବରୁ ମନ୍ତ୍ରୀଙ୍କୁ ଲୋକଙ୍କ ଯେଭଳି ସମର୍ଥନ ରହିଥିଲା ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ସେଭଳି ସମର୍ଥନ ଦେବାକୁ ନିବେଦନ କରିଛନ୍ତି ପଦ୍ମନାଭ ବେହେରା ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.