ETV Bharat / state

ବିଦ୍ୟୁତ ଶ୍ରମିକଙ୍କୁ ଦୁର୍ଦ୍ଦିନରେ ସହାୟତାର ହାତ ବଢାଇଲା ଓପିଟିସିଏଲ

author img

By

Published : Apr 22, 2020, 7:36 PM IST

ଲକଡାଉନ ଯୋଗୁଁ ଫୁଲବାଣୀରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ଅନେକ ବିଦ୍ୟୁତ ଶ୍ରମିକ । ଓପିଟିସିଏଲ (ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ) ଏପରି ଶ୍ରମିକଙ୍କୁ ରିଲିଫ ଦେଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦୁର୍ଦିନରେ ସହାୟତାର ହାତ ବଢାଇଛି ରାଜ୍ୟର ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା

ଫୁଲବାଣୀ: ମହାମାରୀ କୋରୋନା ଲକଡାଉନ ଯୋଗୁଁ ଫୁଲବାଣୀରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ଅନେକ ବିଦ୍ୟୁତ ଶ୍ରମିକ । ଗ୍ରାମ୍ୟ ବିଦ୍ୟୁତ ସଂଯୋଗ ଏବଂ ବିଦ୍ୟୁତ ଟ୍ରାନ୍ସମିଶନ ପାଇଁ କରାଯାଉଥିବା ଅନେକ ପ୍ରକଳ୍ପ କାମରେ ନିୟୋଜିତ ଅନେକ ଶ୍ରମିକ ଜିଲ୍ଲାରେ ଫସି ରହିଛନ୍ତି । ମାସେ ହେଲା ନାନା ଅସୁବିଧାରେ ଅଛନ୍ତି ଏହି ଶ୍ରମିକ ।

ଓପିଟିସିଏଲ (ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ) ଏପରି ଶ୍ରମିକଙ୍କୁ ରିଲିଫ ଦେଇଛି । ଅଧିକାରୀମାନେ ବୁଲି ବୁଲି ଶ୍ରମିକଙ୍କୁ ଦେଉଛନ୍ତି ରିଲିଫ । ଲକଡାଉନ ଯୋଗୁଁ ବନ୍ଦ ପଡିଛି ସବୁ କାମ । ବିଦ୍ୟୁତକରଣ ପ୍ରକଳ୍ପ ବନ୍ଦ ଯୋଗୁଁ ଶ୍ରମିକଙ୍କ ହାତ ଖାଲି । ବାହାର ରାଜ୍ୟ ଶ୍ରମିକଙ୍କ ଦୁର୍ଦ୍ଦଶା କହିଲେ ନସରେ । ଦୀର୍ଘ ମାସେ ହେଲା ହଟହଟା ହେଉଛନ୍ତି ଏମିତି ଅନେକ ଶ୍ରମିକ । ପଶ୍ଚିମବଙ୍ଗର ଅନେକ ଶ୍ରମିକ ଫୁଲବାଣୀରେ ଏମିତି ରହିଥିବା ବେଳେ ସେମାନଙ୍କୁ ସହାୟତା କରିବ ଓପିଟିସିଏଲ । ଏହି ସଂସ୍ଥାର ଅଧିକାରୀମାନେ ଶ୍ରମିକଙ୍କ ଘରେ ଘରେ ପହଞ୍ଚି ଦେଉଛନ୍ତି ସହାୟତା, ରାସନ ଓ ଅନ୍ୟାନ୍ୟ ଜିନିଷ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.