ETV Bharat / state

ରାହୁଲ ଗାନ୍ଧୀଙ୍କ ଫୁଲବାଣୀ ଗସ୍ତ ବାତିଲ - ଗସ୍ତ

ରାହୁଲ ଗାନ୍ଧୀଙ୍କ ଫୁଲବାଣୀ ଗସ୍ତ ବାତିଲ । ଏ ନେଇ ସ୍ଥାନୀୟ ଭୋଟର ଖପ୍ପା ହୋଇଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ; ସମ୍ୱାଦଦାତା, କନ୍ଧମାଳ
author img

By

Published : Apr 9, 2019, 6:46 AM IST

Updated : Apr 9, 2019, 6:54 AM IST

କନ୍ଧମାଳ: ଫୁଲବାଣୀ କରୋନେସନ ପଡିଆରେ ମଙ୍ଗଳବାର ଦିନ କଂଗ୍ରେସ କରୁଛି ବିରାଟ ନିର୍ବାଚନୀ ସଭା । ତେବେ ଏହି ବୈଠକରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କର ଯୋଗଦାନ ଶେଷ ମୂହୂର୍ତ୍ତରେ ବାତିଲ ହୋଇଯାଇଛି । ଏ ନେଇ ସ୍ଥାନୀୟ ଭୋଟର ଖପ୍ପା ହୋଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, କନ୍ଧମାଳ

ମଙ୍ଗଳବାର ଅପରାହ୍ନ ଚାରିଟା ଦଶ ମିନିଟରେ ଫୁଲବାଣୀ ପହଞ୍ଚିବା ପରେ ଲୋକଙ୍କୁ ଭୋଟ ମାଗିଥାନ୍ତେ ରାହୁଲ । କିନ୍ତୁ ପାଗ ଅନୁକୂଳ ନ ଥିବାରୁ ଗସ୍ତକୁ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି ଏଆଇସିସି ସମ୍ପାଦକ ଅନୀଲ ଚୌଧୁରୀ । ତେବେ ଏହି ନିର୍ବାଚନୀ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ରାଜ୍ୟ ପାଇଁ ନିଯୁକ୍ତ ସ୍ବତନ୍ତ୍ର ପ୍ରଭାରୀ ଟି ଏସ୍ ଦେଓଙ୍କ ସମେତ ପ୍ରାର୍ଥୀମାନେ ଉପସ୍ଥିତ ରହିବେ ।

ଶନିବାର ଦିନ ବିଜେପି ଷ୍ଟାର ପ୍ରଚାରକ ତଥା ଉତ୍ତରପ୍ରଦେଶ ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗସ୍ତ ଏହି ସ୍ଥାନରେ ଥିବାବେଳେ ଲୋକେ ଦିନ ତମାମ ଅପେକ୍ଷା କରିବା ପରେ ଶେଷରେ ବାତିଲ ହୋଇଥିଲା । ତେଣୁ ଦୁଇ ପ୍ରମୁଖ ଦଳର ଛାମୁଆ ନେତାଙ୍କ ନିର୍ବାଚନୀ ସଭା ବାତିଲ୍ ଯୋଗୁଁ ସ୍ଥାନୀୟ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Apr 9, 2019, 6:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.