ETV Bharat / state

କନ୍ଧମାଳରୁ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

author img

By

Published : Nov 11, 2021, 12:25 PM IST

କନ୍ଧମାଳରୁ ଗୋଟିଏ କ୍ବିଣ୍ଟାଲ ଗଞ୍ଜେଇ ଜବତ । କାର ଯୋଗେ ହେଉଥିଲା ଗଞ୍ଜେଇ ଚାଲାଣ । ଅଧିକ ପଢନ୍ତୁ...

କନ୍ଧମାଳରୁ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ
କନ୍ଧମାଳରୁ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଫୁଲବାଣୀ: ଗୋଟିଏ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ । ଦୁଇଟି କାର୍ ଯୋଗେ ଏହି ଗଞ୍ଜେଇ ଚାଲାଣ ହେଉଥିଲା । ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ଅବକାରୀ ବିଭାଗ ଗଞ୍ଜେଇ ସହ ଦୁଇଟି କାରକୁ ଜବତ କରିଛି । ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ହେଲେ ଫିରିଙ୍ଗିଆର ରଘୁପତି କହଁର, କଟକ ସଦର ହରିଆନ୍ତାର କମାଲ କୁମାର ଜେନା, ଫୁଲବାଣୀ ସଦର ଜାମୁଝରିର ବୀରକିଶୋର ବେହେରା । ସମସ୍ତ ଅଭିଯୁକ୍ତଙ୍କୁ ଫୁଲବାଣୀ କୋର୍ଟ ଚାଲାଣ ପରେ ଜିଲ୍ଲା ହାଜତକୁ ପଠାଇ ଦିଆଯାଇଛି ।

କନ୍ଧମାଳରୁ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଅଭିଯୁକ୍ତମାନେ କାରରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ବିସିପଡ଼ା ଓ ଏଫସିଆଇ ଛକ ନିକଟରେ ଫୁଲବାଣୀ ବିଭାଗ ଚଢାଉ କରିଥିଲା । ଦୁଇଟି କାରକୁ ତଲାସି କରିବା ପରେ ଗୋଟିଏ କାର୍ ମଧ୍ୟରୁ 70 କେଜି ଓ ଅନ୍ୟ ଏକ ଗାଡିରୁ 30 କେଜି ଗଞ୍ଜେଇ ଜବତ ହୋଇଥିଲା । ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରିଛି ବିଭାଗ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.