ETV Bharat / state

OCA ପ୍ୟାନେଲ ଅମ୍ପାୟାରଙ୍କ କୋରୋନାରେ ମୃତ୍ୟୁ

author img

By

Published : Jan 14, 2022, 6:55 PM IST

ଓଡିଶା କ୍ରିକେଟ ଆସୋସିଏସନ(OCA) ପ୍ୟାନେଲ ଅମ୍ପାୟାରଙ୍କ କୋରୋନାରେ ମୃତ୍ୟୁ । OCAର ପ୍ୟାନେଲ ଅମ୍ପାୟାର ତଥା ଫୁଲବାଣୀର ଆଇନୀଜୀବୀ ଅଶୋକ ମହାପାତ୍ରଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ କୋରୋନାରେ ମୃତ୍ୟୁ । ଅଧିକ ପଢନ୍ତୁ

oca panel umpire pass away in covid
ଓସିଏ ପ୍ୟାନେଲ ଅମ୍ପାୟାରଙ୍କ କୋରନାରେ ମୃତ୍ୟୁ

ଫୁଲବାଣୀ: ଓଡିଶା କ୍ରିକେଟ ଆସୋସିଏଶନ(OCA)ର ପ୍ୟାନେଲ ଅମ୍ପାୟାରଙ୍କ କୋରନାରେ ମୃତ୍ୟୁ । OCAର ପ୍ୟାନେଲ ଅମ୍ପାୟାର ତଥା ଫୁଲବାଣୀର ଆଇନୀଜୀବୀ ଅଶୋକ ମହାପାତ୍ରଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ କୋରନାରେ ମୃତ୍ୟୁ । ତାଙ୍କ ମୃତ୍ୟୁକୁ ନେଇ ସାରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା ।

ବୁଧବାର ଘରେ ଥିବାବେଳେ ସେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ପରିବାର ଲୋକେ ସଂଗେସଂଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ପଠାଯାଇଥିଲା । ଏଠାରେ ତାଙ୍କର କୋଭିଡ୍ ପଜିଟିଭ୍ ବୋଲି ଜଣାପଡିଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗୁରୁବାର ମୃତ୍ୟୁ ହୋଇଛି ।

ଅଶୋକ ଦୁଇ ଦିନ ତଳେ ଫୁଲବାଣୀ କୋର୍ଟକୁ ଆସି ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିସହ ଅନ୍ୟମାନଙ୍କ ସହ ବେଶ ହସଖୁସିରେ କଥା ମଧ୍ୟ ହୋଇଥିଲେ । ସେହିପରି ଅଶୋକ ଛାତ୍ର ଜୀବନରେ ଜଣେ ଭଲ କ୍ରିକେଟ ଖେଳାଳୀ ଥିଲେ । ସେ ରାଜ୍ୟସ୍ତରରେ ଜିଲାସ୍ତରୀୟ କ୍ରିକେଟ ଏବଂ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରିକେଟ ଖେଳି ଜିଲା ପାଇଁ ସୁନାମ ଆଣିଛନ୍ତି ।

ଏହାପରେ ସେ ଆଇନଜୀବୀ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଜିଲ୍ଲା କୋର୍ଟରେ ସେ ସୁନାମ ଅର୍ଜନ କରିଥିବା ବେଳେ ଆଇନୀଜୀବୀ ଭାବେ ବେଶ ପରିଚିତ ।

କନ୍ଧମାଳରୁ ସଂଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.