ETV Bharat / state

ସ୍ତ୍ରୀକୁ ନେବାକୁ ଆସି ଶ୍ବଶୁର ଘରେ ଜ୍ବାଇଁର ସନ୍ଦେହଜନକ ମୃତ୍ୟୁ

କନ୍ଧମାଳ ଫିରିଙ୍ଗିଆ ଥାନା ଅଞ୍ଚଳରେ ଭାବନୀୟ ଘଟଣା । ସ୍ତ୍ରୀକୁ ନେବାକୁ ଶ୍ବଶୁର ଆସିଥିବା ବେଳେ ଜ୍ବାଇଁଙ୍କ ଘଟିଲା ମୃତ୍ୟୁ । ଅଧିକ ପଢନ୍ତୁ

ଶ୍ବଶୂର ଘରେ ଜ୍ୱାଇଁର ସନ୍ଦେହ ଜନକ ମୃତ୍ୟୁ
ଶ୍ବଶୂର ଘରେ ଜ୍ୱାଇଁର ସନ୍ଦେହ ଜନକ ମୃତ୍ୟୁ
author img

By

Published : Jul 17, 2022, 7:07 AM IST

Updated : Jul 17, 2022, 7:49 AM IST

ଫୁଲବାଣୀ: ଶ୍ବଶୂର ଘରେ ଜ୍ୱାଇଁର ସନ୍ଦେହ ଜନକ ମୃତ୍ୟୁ । ସ୍ତ୍ରୀଙ୍କୁ ନେବା ପାଇଁ ଶ୍ବଶୂର ଘରକୁ ଆସିଥିବା ବେଳେ ଘଟିଲା ଆକସ୍ମିକ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଫିରିଙ୍ଗିଆ ଥାନା ଅଞ୍ଚଳରେ । ମୃତକ ଜଣଙ୍କ ହେଉଛନ୍ତି ଡୁମୁରିଗୁଡା ଗାଁର ଲୁନ୍ଦୁ ଡିଗଲା ।

ସ୍ତ୍ରୀକୁ ନେବାକୁ ଆସି ଶ୍ବଶୁର ଘରେ ଜ୍ବାଇଁର ସନ୍ଦେହଜନକ ମୃତ୍ୟୁ

ସୂଚନା ଅନୁସାରେ, ଲୁନ୍ଦୁ ଡିଗଲା ଫିରିଙ୍ଗିଆ ସହରରେ ବିବାହ କରିଥିଲେ । ଗତ କିଛି ଦିନ ତଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହାକୁ ନେଇ ମୃତ ଲୁନ୍ଦୁ ସ୍ତ୍ରୀ ନିଜ ବାପା ଘର ଫିରିଙ୍ଗିଆକୁ ଚାଲି ଆସିଥିଲେ । ଶୁକ୍ରବାର ଲୁନ୍ଦୁ ତାଙ୍କ ସ୍ତ୍ରୀଙ୍କୁ ଡାକିବା ପାଇଁ ଶ୍ବଶୁର ଘରକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଶ୍ବଶୁର ଘର ଲୋକଙ୍କ କହିବା ଅନୁଯାୟୀ, ଲୁନ୍ଦୁ ସନ୍ଧ୍ୟା ସମୟରେ ଟିଭି ଦେଖୁଥିବା ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା । ମେଡିକାଲ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏହି ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନଥିବା ବେଳେ ଲୁନ୍ଦୁ ମୃତ୍ୟୁ କେମିତି ହେଲା ତାହା ଏବେ ସନ୍ଦେହ ଘେରରେ। ପରିବାର ଲୋକେ ଏହି ଘାଟଣାର ତଦନ୍ତ ପାଇଁ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି ।

Last Updated : Jul 17, 2022, 7:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.