ETV Bharat / state

School Wall Demolition: ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକେ - ବାଲିଗୁଡ଼ାରେ ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକେ

ସ୍କୁଲ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା । ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ । ନ୍ୟାୟ ପ୍ରଦାନ ଦାବିରେ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

School Wall Demolition: ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକେ

author img

By

Published : Apr 28, 2022, 9:03 PM IST

ଫୁଲବାଣୀ: ସ୍କୁଲ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା । ପ୍ରତିବାଦରେ ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ । ନ୍ୟାୟ ପ୍ରଦାନ ଦାବିରେ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେ.ଜି.ବି.ଭି) କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା ।

School Wall Demolition: ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକେ

ସୂଚନା ଅନୁସାରେ, ବର୍ଷ ବର୍ଷ ଧରି ବାଲିଗୁଡ଼ା ବାସିନ୍ଦା ଗୁଣ୍ଡିଚା ଦାସଙ୍କ ଓ ବିଦ୍ୟାଳୟ ସହ ଜମି ବିବାଦ ଲାଗି ରହିଥିବାବେଳେ ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ରହିଛି । ଗୁଣ୍ଡିଚା ଦାସ ଏହି ମାମଲାରେ ଡିଗ୍ରୀ ହାସଲ କରିଥିବା ଦର୍ଶାଇ କାହାକୁ ନଜଣାଇ ବିଦ୍ୟାଳୟ ପାଚେରୀ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଅନ୍ୟପଟେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଆଶ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ରହୁଥିବା ବେଳେ ବିଦ୍ୟାଳୟ ପାଚେରୀ ଭାଙ୍ଗିବା ପରେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଧରି ବିବାଦ ଲାଗିଥିବା ବେଳେ ଏହି ଘଟଣାରେ ସ୍ଥାନୀୟ ତହସିଲଦାର ଓ ରାଜ୍ବସ ବିଭାଗର ଅଧିକାରୀଙ୍କ ଅଜାଣତରେ କିଭଳି ବିଦ୍ୟାଳୟର ପାଚେରୀ ଭଙ୍ଗାଗଲା ଏହାର ତଦନ୍ତ କରିବାସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ବର୍ତ୍ତମାନ ଆଶ୍ରମରେ ରହୁଥିବା ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି କରି ବସ୍‌ଷ୍ଟାଣ୍ଡରେ ନିକଟ ବୁଡାଗୁଡ଼ା ଛକ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗାଁ ଲୋକେ । ସେପଟେ ଯେପର୍ଯ୍ୟନ୍ତ ପ୍ରଶାସନ ଏହାର ସମାଧାନ ନ କରିଛି, ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.